ଜଣେ ବାପା ଓ ତାଙ୍କ ପୁଅମାନେ
( ମନ୍ମଥନାଥ
କୁଣ୍ଡୁଙ୍କ
ଦ୍ୱାରା
ଲିଖିତ
ବହି
‘ଆମ
ଛାତ୍ରଛାତ୍ରୀ
ବନାମ
ଆମେ
ଓ
ଆମ
ସ୍କୁଲ’ରୁ
ସଙ୍ଗୃହିତ)
 |
ଚୈନିକ ଚିତ୍ର 'ଖେଳୁଥିବା ପିଲେ'-୧୧୫୦ ମସିହା ରେଶମ ଉପରେ କାଳି ଓ ରଙ୍ଗ ଚୈନିକ ଜାତୀୟ ସରକାରର ସଙ୍ଗ୍ରହ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମନ୍ମଥନାଥ
କୁଣ୍ଡୁଙ୍କ
ଜନ୍ମ
୧୯୪୫
ମସିହାର
ଡ଼ିସେମ୍ବର
ମାସରେ
।
ଗଡ଼ଜାତିଆ
ମୟୁରଭଞ୍ଜରେ
।
ଓଡ଼ିଶାରେ
ଉତ୍ତର-ସ୍ୱାଧୀନତାର
ଶିକ୍ଷାର
ଇତିହାସ
କେବେ
ଲେଖାଗଲେ
ତାହା
ତାଙ୍କ
ବିନା
ଅପୂର୍ଣ୍ଣ
ରହିବ
।
ଓଡ଼ିଶାରେ
ପଛୁଆ
ବର୍ଗର
ଶିକ୍ଷା
ଓ
ଇଂରାଜୀ
ଶିକ୍ଷା
ପାଇଁ
ତାଙ୍କର
ଅବଦାନ
ନିମନ୍ତେ
ସେ
ଜଣାଶୁଣା
।
ସବୁ
ଭଲ
ଗବେଷକଙ୍କ
ଭଳି
ତାଙ୍କର
ଜୀବନ
ଓ
ଜୀବିକା
ଭିତରେ
ଅନେକ
ସମୟରେ
କିଛି
ବିଶେଷ
ତଫାତ
ନାହିଁ
।
୧୯୮୬
ମସିହାରୁ
୧୯୯୬
ମସିହା
ପର୍ଯ୍ୟନ୍ତ
ସେ
ନିଜ
ସାନପୁଅ
କିଟି
ଉପରେ
ଗବେଷଣା
କରୁଥିଲେ
।
ସେଥି
ଉପରେ
ଆଧିରିତ
ଏକ
ପ୍ରବନ୍ଧ
ବ୍ରିଟିଶ
କାଉନସିଲ
ଜର୍ଣ୍ଣାଲରେ
୧୯୯୦
ମସିହାରେ
ପ୍ରକାଶିତ
ମଧ୍ୟ
ହୋଇଥିଲା
।
ଏବେ
ସେହି
ଅନୁଭୂତି
ଓ
ଶିକ୍ଷା
କ୍ଷେତ୍ରରେ
ତାଙ୍କର
ବୃହତ୍ତର
କାମକୁ
ନେଇ
ଓଡ଼ିଆରେ
ଗୋଟେ
ବହି
‘ଆମ
ଛାତ୍ରଛାତ୍ରୀ
ବନାମ
ଆମେ
ଓ
ଆମ
ସ୍କୁଲ’
ଶୀର୍ଷକରେ
ଶିକ୍ଷାସନ୍ଧାନ
ଦ୍ୱାରା
ଛପାଯାଇଅଛି
।
ଥରେ
କିଟିକୁ
ଅଢ଼େଇ
ବର୍ଷ
ଖଣ୍ଡେ
ହୋଇଥିବ
।
ପିଲାଟିକୁ
ଥଣ୍ଡାକାଶ
ହୋଇଥିଲା
।
ଇଆଡ଼େ
ବାପା
ଘିନିଆସିଲେ
କଦଳୀ
ଫେଣା
।
କିଟି
କଦଳୀ
ଖାଇବା
ଆରମ୍ଭ
କଲା
।
ତ
ମନ୍ମଥ
ବାବୁ
କଦଳୀ
ଫେଣାକୁ
ନେଲେ
।
ଉଚ୍ଚା
ଗୋଟିଏ
ଥାକରେ
ରଖି
ଦେଲେ
।
ଏଣେ
କିଟୁ
ବାବୁ
କଦଳୀ
ଖାଇ,
ଡିଆଁଡିଇଁ
କରି
ଆସିଲେ
।
କଦଳୀ
ଖୋଜି
ନପାଇଲେ
।
ପୁଅକୁ
ବୁଝାଇବା
ପାଇଁ
ମନ୍ମଥ
ବାବୁ
କହିଲେ
ଯେ
କଦଳୀ
ମୂଷା
ନେଇଯାଇଛି
।
ଏହି
ବ୍ୟାଖ୍ୟାନରେ
ରାଜି
ହୋଇ
କିଟି
ବାବୁ
ଅଭିନୟ
କରି
କଦଳୀ
ରଖାହୋଇଥିବା
ଥାକକୁ
ଦେଖାଇ
କହିଲେ
ଯେ
ହଁ
ସେ
ମୂଷା
କଦଳୀକୁ
ନେଇ
ସେଇ
ଥାକରେ
ରଖି
ଦେଇଛି
।
କିଟି
ତ
ବାହାରେ
ଖେଳୁଥିଲା
।
ଜାଣିଲା
କେମିତି
।
ଅନ୍ୟାନ୍ୟ
ଅନେକ
ନିଷିଦ୍ଧ
ଜିନିଷ
ମଧ୍ୟ
ସେଇ
ଥାକରୁ
କଢ଼ା
ହୋଇଥିବ
।
କିଟି
ବାବୁ
ଲକ୍ଷ୍ୟ
କରିଥିବେ
।
ବାପାଙ୍କ
ମିଛ
ଧରାପଡ଼ିଲାଠୁଁ
ବାପା
ଏଥରକ
ମୂଷା
ବନିଲେ
।
ଥରେ
କୁଣ୍ଡୁ
ବାବୁ
ସପରିବାର
ନିଜ
ସାନ
ଭାଇଙ୍କର
ପିଲାପିଚିକାଙ୍କ
ସହିତ
ନିଜ
ଗାଁ
ମଙ୍ଗଳପୁର
ଯାଉଥାଆନ୍ତି
ଗୋଟିଏ
ମୂର୍ତିଖିଆରେ
।
ଆଉ
କିଛି
ବାହନ
ନ
ପାଇ
ଗୋଟିଏ
ଟ୍ରଲି
ରେକେସାରେ
ଯାଉଥାନ୍ତି
ସମସ୍ତେ
।
ରେକେସାରେ
ଲଟକିଥିବା
ପାଣି
ବୋତଲ
ଦୁଇଟି
ପରସ୍ପର
ସହିତ
ବାଜି
ଶବଦ
ବାହାରୁଥାଏ
।
କିଟି
ବାବୁ
ବାଟରେ
କହିଲେ
ଯେ
ବାବା
ଦେଖ
ପାଣି
ବୋତଲ
ଦୁଇଟି
ପରସ୍ପର
ସହିତ
କଥାବାର୍ତ୍ତା
ହେଉଛନ୍ତି
।
କୁଣ୍ଡୁ
ବାବୁ
ତହିଁକି
ପଚାରିଲେ,
ତ
ସେମାନେ
କଅଣ
କଥା
କହୁଛନ୍ତି
କହ
।
କିଟି
ନିରିଖେଇକରି
ଶୁଣି
କହିଲା
ଯେ
ଜଣେ
ଆରଜଣଙ୍କ
ପାଖରେ
କେତେ
ପାଣି
ଅଛି
ସେ
ବିଷୟରେ
ପଚାରୁଛି
।
କୁଣ୍ଡୁ
ବାବୁ
କୁହନ୍ତି
ଯେ
ଇଂଲଣ୍ଡ
ଆମେରିକାର
ପିଲାଙ୍କ
ତୁଳନାରେ
ଆମ
ଦେଶର
ପିଲାମାନେ
ଅତ୍ୟନ୍ତ
ଚତୁର
ଓ
ତାଙ୍କର
ବୟସ
ଅନୁସାରେ
ଅଧିକ
ପ୍ରାଜ୍ଞ
।
କାରଣ
ହେଲା
କି
ଆମର
ପିଲାମାନେ
ବଡ଼
ବଡ଼
ପରିବାରମାନଙ୍କରେ
ବଢ଼ନ୍ତି
।
ତାଙ୍କୁ
ବିଭିନ୍ନ
ପ୍ରକାରର
ଲୋକମାନଙ୍କ
ସହିତ
କଥା
ହେବାର,
ଶୁଣିବାର
ସୁଯୋଗ
ମିଳେ
।
ଗରମ
ଦେଶ
ହୋଇଥିବାରୁ
ବାହାରେ
ସମୟ
ବିତାଇବାର
ଅନେକ
ସୁବିଧା
ମଧ୍ୟ
ଅଛି
।
ଏହି
ସବୁ
ଫଳରେ
ପିଲାମାନଙ୍କର
ଶୈଶବରେ
ଅନେକ
ବୌଦ୍ଧିକ
ବିକାଶ
ଘଟିଥାଏ
।
ମାତ୍ର
ପରେ
ଭାରତୀୟ
ବିଦ୍ୟାଳୟ
ଗୁଡ଼ିକରେ
ଘଟୁଥିବା
ନାନା
ଛାତ୍ର
ବିରୋଧି
ଓ
ଶିକ୍ଷା
ବିରୋଧି
କାଣ୍ଡ
କାରଖାନା
ଯୋଗୁଁ
ପିଲାମାନେ
କାଉନ୍ଦା
ହେବା
ଆରମ୍ଭ
କରନ୍ତି
।
ଏହା
ପାଶ୍ଚାତ୍ୟ
ପିଲାଙ୍କର
ଅନୁଭୂତିର
ପୂରା
ଓଲଟା
।
ସେଠାରେ
ଘରେ
ପିଲାଙ୍କ
ପାଖରେ
କେବଳ
ବାପା
ଓ
ମା
।
ସେମାନେ
ପୁଣି
ଘରେ
ପ୍ରାୟ
ନଥାଆନ୍ତି
।
ପିଲା
ଘରେ
ଓ
ପଡ଼ିଶାରେ
ବହୁତ
ଅଳ୍ପ
ଲୋକଙ୍କ
ସଂସ୍ପର୍ଶରେ
ଆସେ
।
ତ
ଶୈଶବରେ
ତାହାର
ବୌଦ୍ଧିକ
ବିକାଶ
ସେତେ
ବେଶି
ହୋଇପାରେ
ନାହିଁ
।
ମାତ୍ର
ଥରେ
ଇସ୍କୁଲ
ଯିବା
ଆରମ୍ଭ
କଲେ,
ସେ
ବିଦ୍ୟାଳୟର
ଶିଶୁକୈନ୍ଦ୍ରିକ
ବୈଜ୍ଞାନିକ
ଶିକ୍ଷା
ପ୍ରଣାଳୀରୁ
ଅନେକ
କିଛି
ଶିକ୍ଷାଲାଭ
କରି
ତାହାର
ତଡ଼ିତ
ମାନସିକ
ବିକାଶ
ଘଟେ
।
ହେଲେ
ଆମ
ପିଲାଏ
ଇସ୍କୁଲରେ
ହିଁ
ମାଡ଼
ଖାଇ
ଯାଆନ୍ତି
।
ଥରେ
କିଟିକୁ
କୁଣ୍ଡୁ
ସାରେ
ଭୂଗୋଳ
ପଢ଼ାଉ
ଥାଆନ୍ତି
।
ପାଠଟି
ଥାଏ
ଚଣ୍ଡିଗଡ଼ଠାରେ
ନେକଚନ୍ଦ
ବର୍ଯ୍ୟବସ୍ତୁରୁ
ତିଆରି
କରିଥିବା
ପ୍ରସ୍ତର
ଉଦ୍ୟାନ
ବିଷୟରେ
।
ପାଠ
ପଢୁଥିଲା
ବେଳେ
ମନ୍ମଥବାବୁଙ୍କର
ମନେ
ପଡ଼ିଲା
ଯେ
କିଛି
ଦିନ
ତଳେ
ଟେଲିଗ୍ରାଫ
ଖବର
କାଗଜରେ
ନେକଚନ୍ଦଙ୍କର
ଆଲୋକଚିତ୍ର
ସହ
ଏକ
ଛୋଟ
ଆଲେଖ୍ୟ
ପ୍ରକାଶିତ
ହୋଇଥିଲା
।
ତ
ଲେ
ବାପପୁଅ
ଲାଗିଗଲେ
ଲେଖା
ଖୋଜାରେ
।
ଲେଖାଟି
ଖୋଜା
ହୋଇ
ପେନସିଲ
ବାକୁସରେ
ସାଇତା
ହେଲା
।
କିଟି
ଯୋଜନା
କରିଥାଏ
ଯେ
ଭୂଗୋଳ
କିଲାସରେ
କାଲି
ସିଏ
ନେକଚନ୍ଦଙ୍କର
ଫଟୋ
ଦେଖାଇବ
।
ଓ
ସମସ୍ତେ
ସେ
ଫଟୋ
ଓ
ଲେଖା
ଦେଖିବେ
।
ତା
ପର
ଦିନ
ଯେତେବେଳେ
କିଟି
ମ୍ୟାଡମଙ୍କୁ
ଫଟୋ
ଦେଖାଏ,
ତାକୁ
ଧମକାଣ
ମିଳିଲା
।
ପାଟି
ନ
କରିବା
ପାଇଁ
।
ପିଲାଟିର
ସବୁ
ଉତ୍ସାହ
ତରଳି
ବହିଗଲା
।
କୁଣ୍ଡୁ
ବାବୁ
ପିଲାଙ୍କର
ଶିକ୍ଷା
ପାଇଁ
ଗୁରୁତ୍ତ୍ୱ
ଦିଅନ୍ତି
।
ମାତ୍ର
ତାଙ୍କୁ
ମେଣ୍ଢା
ବନାଇ
ତଥାକଥିତ
ଘୋଷାବଳଦିଆ
ଭଲ
ଛାତ୍ର
ବନାଇବା
ପାଇଁ
ନୁହେଁ
।
ଆଜିକାଲି
ଯେପରି
ମା
ପେଟରୁ
ବାହାରିବା
କ୍ଷଣି
ବାପା
ମାଙ୍କୁ
ପିଲା
କାନ୍ଧରେ
ବେଗେ
ଝୁଲେଇ
ଇସ୍କୁଲୁ
ପଠେଇବା
ପାଇଁ
ତର
ସହୁନି,
କୁଣ୍ଡୁ
ବାବୁ
ନିଜ
ପିଲାଙ୍କୁ
ସେପରି
ପାଳିନଥିଲେ
।
ହେଲେ
ଅନେକ
ସମୟରେ
ଅଭାବେ
ସ୍ୱଭାବ
ନଷ୍ଟ
ହୁଏ
।
ତାଙ୍କ
ବଡ଼
ପୁଅ
ପୁପୁକୁ
ଇଚ୍ଛା
ବିରୁଦ୍ଧରେ
ମାତ୍ର
ତିନି
ବରଷ
ବୟସରେ
ଇସ୍କୁଲୁରେ
ଛାଡ଼ିବାକୁ
ପଡ଼ିଲା
।
କନଭେଣ୍ଟେ
ଇସ୍କୁଲୁରେ,
ପୁଣି
ବୟସ
ବଢାଇ
।
କାରଣ
ସରଳ
।
କୁଣ୍ଡୁ
ବାବୁ
ଓ
ତାଙ୍କର
ଧର୍ମପତ୍ନୀ,
ଉଭୟ
ସେତେବେଳେ
ଚାକିରୀ
କରୁଥାଆନ୍ତି
।
ପୁଅକୁ
ସାତମାସ
ହେଲା
ବେଳକୁ
ଶ୍ରୀମତି
କୁଣ୍ଡୁ
ଚାକିରୀ
କରିବାକୁ
ଆରମ୍ଭ
କଲେ
।
ତାହା
ପୁଣି
କୁଣ୍ଡୁବାବୁଙ୍କ
ଠାରୁ
ଦେଢ଼ଶ
କିଲୋମିଟର
ବାଟ
।
ପୁପୁ
ବାବୁ
ବଢ଼ୁଥାଆନ୍ତି
ଚାକରମାନଙ୍କ
କୋଳରେ
।
ଅଧିକାଂଶ
ଦିନ
ଘରକୁ
ଫେରିଲା
ବେଳକୁ
କେତେବେଳେ
ମୁଣ୍ଡ
ଫାଟିଥାଏ,
ଗୋଡ଼
ଛିଣ୍ଡିଥାଏ,
କି
ଖିର
ବୋତଲ
ଭାଙ୍ଗିଯାଇଥିବାରୁ
ଶ୍ରୀମାନ
କୁଣ୍ଡୁ
ରହିଯାଇଥାନ୍ତି
ଖାଡ଼ାଖାଡ଼ା
ଉପାସ
।
ସରକାରୀ
ଇସ୍କୁଲୁରେ
ତ
ଆଉ
ତିନି
ଚାରି
ବରଷର
ପିଲାମାନଙ୍କର
ନାଁ
ଲେଖାଇ
ହବନି
(କାହିଁକି
ଲେଖେଇ
ହବନି,
ସରକାରୀ
ଇସ୍କୁଲୁରେ
ଯେ
କାହିଁକି
ଆଉ
ଶିଶୁ
ଶ୍ରେଣୀ
ନାହିଁ,
ତାହା
ଅବଶ୍ୟ
ମାଆ
ବ୍ରାହ୍ମଣୀ
ଜାଣନ୍ତି
)।
ତ
ବାଲେଶ୍ୱରର
କନଭେଣ୍ଟ
ଇସ୍କୁଲୁରେ
ପଚରାଉଚରା
କରାଗଲା
।
ସେତେବେଳେ
ନର୍ସରୀ
ନ
ଥାଏ
।
ଆଜିକାଲି
ଯାହାକୁ
ଏଲ.କେ.ଜି.
କହୁଛନ୍ତି,
ତାହା
ମଧ୍ୟ
ନଥାଏ
।
କେଜି
କହିଲେ
ମାତର
ଗୋଟାଏ
କିଲାସ
।
ଏଣୁ
ପୁଅର
ବୟସ
ବଢାଇ
ତାକୁ
ଇସ୍କୁଲୁରେ
ଭରତି
କରାଗଲା
।
ପ୍ରଥମ
ଦିନ
ପୁପୁବାବୁଙ୍କୁ
ସେ
ଗୋଟାଏ
ଭଲ
ଜାଗାକୁ
ଜାଉଛନ୍ତି
କହି
ଭଣ୍ଡାଇ
ଇସ୍କୁଲୁକୁ
ନିଆଗଲା
।
ସବୁ
ପିଲାଏ
କାନ୍ଦର
ପ୍ରତିଯୋଗିତା
ଚଲାଇଥାଆନ୍ତି
।
କୁଣ୍ଡୁ
ବାବୁ
କାନ୍ଦର
ପୁଣି
ସଙ୍କ୍ରମଣ
ହେବ
ବୋଲି
ଭାବି
ପୁଅକୁ
ଝଅଟି
ନେଇ
ଇସ୍କୁଲୁର
ବାରଣ୍ଡାରେ
ଥିବା
ଗୋଟାଏ
ତିନିଚକିଆ
ସାଇକେଲରେ
ବସାଇ,
ସାଇକେଲକୁ
ଜଣେ
ନନ୍
ଙ୍କର
ଦାୟିତ୍ତ୍ୱରେ
ଦେଇ,
ଛଅ
ରେ
ହରସଉ
କାର
ମାରିଲେ
।
ଚାରି
ଘଣ୍ଟାପରେ
ଫେରି
ପୁଅକୁ
ନବାକୁ
ଆସିଲା
ବେଳକୁ
ଦେଖିଲେ
ସାଇକେଲ
ଉପରେ
କାଷ୍ଠପ୍ରତିମା
ସମ
ବସିଛି
।
ବାକୁ
ଦେଖି
ପୁଅ
କାନ୍ଦି
କାନ୍ଦି
ଫେରାଦ
ହେଲା
ଯେ
କାହିଁ
ତାକୁ
ଏପରି
ନିର୍ମମ
ଜେଗାରେ
ଛାଡ଼ି
ଯାଇଥିଲେ
ବୋଲି,
ଯେଉଁଠି
ସେ
କାନ୍ଦି
କାନ୍ଦି
ସିଙ୍ଗାଣି
ବୁହାଇଦେଲେ
ବି
ତାର
ଲୁହ
ପୋଛିବା
ପାଇଁ
କେହି
ନାହାନ୍ତି
।
ଏ
କେବଳ
ପୁପୁର
ଅନୁଭୂତି
ନୁହେଁ
।
କାହିଁକି
ଆମର
ପିଲାମାନେ
ଇସ୍କୁଲୁ
ଯିବାକୁ
ଏତେ
ଅମଙ୍ଗ
?
କେବେ
ବିଦ୍ୟାଳୟ
ଗୁଡ଼ିକ
ଡରଭୟର
ଜେଗା
ନ
ହୋଇ
ଆନନ୍ଦର,
ଶିକ୍ଷାର
ସ୍ଥାନ
ବନିବ
?
କେବେ
ଶିକ୍ଷକମାନେ
ପିଲାଙ୍କର
ଲୁହ
ଓ
ସିଙ୍ଗାଣି
ନିଜର
ପିଲା
ଭାବି
ପୋଛିଦେବେ
?
(ପାକ୍ଷିକ ସମଦୃଷ୍ଟିରେ ପ୍ରାକ-ପ୍ରକାଶିତ)