Thursday, March 09, 2017

ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୪


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୋ କୁନି କାନ୍ଦନା ଲୋ
ମୋ କୁନି କାନ୍ଦନା
ମୋ କୁନି କଣ୍ଢେଇ ଲୋ କାନ୍ଦନା କାନ୍ଦନା ।
ଶାଶୁଘର ତୋର ଅଳପ ବାଟ
ହପ୍ତାକେ ପୁଣ‌ି ଦି'ପାଳି ହାଟ,
ହାଟପାଳି ଦିନ ଦେଖି ଆସିବି ଲୋ
ଆଉ ମନ ଦୁଃଖ କରନା ।
ସମୁଦିଆଣୀ ତୋର ମଣିଷ ଖଣ୍ଡେ
ହାତେ ମାପି ବାଟ ଚାଲେ ଚାଖଣ୍ଡେ,
କଥା ତା'ର ମାନି ଚଳିବୁ ତୁ କୁନି
ଆଉ ମନ ଦୁଃଖ କରନା ।  

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment