କିଛି ଲୋକ କବିତା ଭଲ ପାଆନ୍ତି
ୱିସ୍ୱାୱା ସିମ୍ବୋର୍ସ୍କା (୧୯୨୩-୨୦୧୨)
ଅନୁବାଦ - ଗୋର୍ବାଚୋଭ୍
![]() |
ୱିସ୍ୱାୱା ସିମ୍ବୋର୍ସ୍କା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
|
କିଛି ଲୋକ,
ଅର୍ଥାତ୍, ସମସ୍ତେ ନୁହନ୍ତି;
ସଂଖ୍ୟାଗରିଷ୍ଠ ବି ନୁହନ୍ତି,
ସଂଖ୍ୟାଲଘୁ ।
ଅର୍ଥାତ୍, ସମସ୍ତେ ନୁହନ୍ତି;
ସଂଖ୍ୟାଗରିଷ୍ଠ ବି ନୁହନ୍ତି,
ସଂଖ୍ୟାଲଘୁ ।
ଅବଶ୍ୟ ସେଥିରେ ସ୍କୁଲପଢ଼ା ପିଲାଙ୍କୁ ଗଣାଯିବନି,
ସେମାନଙ୍କୁ ତ କବିତା ପଢ଼ିବାକୁ ହିଁ ପଡ଼ିବ;
ଗଣାଯିବନି ସ୍ୱୟଂ କବିମାନଙ୍କୁ ।
ଏମିତି ଦେଖିଲେ,
ହୁଏତ ହଜାରରେ ଦୁଇ ଜଣ
କବିତା ଭଲ ପାଆନ୍ତି ।
ଯେମିତି କାହାକୁ ଭଲ ଲାଗେ,
ଚିକେନ୍ ନୁଡ୍ଲସ୍ ସୁପ୍;
ଆଉ କାହାକୁ ସମ୍ମାନ କି ନୀଳରଙ୍ଗ;
କାହାକୁ ପୁରୁଣା ସ୍କାର୍ଫ;
କିଏ ଗୋଟିଏ କଥା ପ୍ରମାଣ କରିବାକୁ ଚାହେଁ;
ତ ଆଉ କିଏ ଭଲ ପାଏ,
ପୋଷା କୁକୁରଟିଏ ରଖିବାକୁ ।
କିନ୍ତୁ ଏ କବିତା କି ପ୍ରକାର ଜିନିଷ,
ଏ ପ୍ରଶ୍ନର ବହୁ ଅନିଶ୍ଚିତ ଉତ୍ତର ଦିଆ ସରିଛି;
ମୁଁ କିନ୍ତୁ ଜାଣିନି ।
ଜାଣିନି ସିନା କିନ୍ତୁ ତାକୁ ହିଁ ଧରି ବସିଥାଏ;
ଯେମିତି, ସିଏ ତ୍ରାଣକର୍ତ୍ତା;
ଯେମିତି, ସେ ଗୋଟିଏ ଶିଡ଼ି ।।
No comments:
Post a Comment