ଭାରତ ମାତା କି ଜୟ ଓ ଭାରତ ମାତା ର ଅସରନ୍ତି ଲୁହ
କେଦାର ମିଶ୍ର
![]() |
ଜବାହରଲାଲ ନେହରୁ ଓ ରବୀନ୍ଦ୍ରନାଥ ଠାକୁର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
୩୦
ଡିସେମ୍ବର
୧୯୦୩,
ସମୟ
ଦିନ
୧୧
ଘଣ୍ଟା,
ସ୍ଥାନ
- କଟକ
ସହରର
ଇଦଗା
ପଡିଆ
।
ସମବେତ
ଉତ୍କଳର
ପ୍ରାୟ
ପାଞ୍ଚ
ଶହ
ବିଶିଷ୍ଟ
ନାଗରିକଙ୍କ
ଆଗରେ
ସେଦିନ
ଚାରୋଟି
ସଙ୍ଗୀତ
ଗାନ
କରାଯାଇଥିଲା । ସ୍ୱତନ୍ତ୍ର
ଉତ୍କଳ
ପ୍ରଦେଶ
ଗଠନ
ପାଇଁ
ଆହୂତ
ଏହି
ପ୍ରଥମ
ଉତ୍କଳ
ସମ୍ମିଳନୀ
ରେ
ଆମେ
ଓଡିଆ
ଜାତୀୟତା
ଓ
ଭାରତୀୟ
ଜାତୀୟତା
ର
ଏକ
ରୋମାଞ୍ଚକର
ସମନ୍ୱୟ
ଦେଖିବାକୁ
ପାଇଲୁ।
ସେଦିନ
ପ୍ରଥମ
ଥର
ଲାଗି
ଭାରତକୁ
ମାତା
ବୋଲି
ସମ୍ବୋଧନ
କରି
ସଂସ୍କୃତ
ଓ
ବଙ୍ଗଳା ଭାଷା
ରେ
ଦୁଇଟି
ଗୀତ
ଗାନ
କରା
ଯାଇଥିଲା
। ସଂସ୍କୃତ
ଗୀତଟି
ଥିଲା
କବିବର
ରାଧାନାଥ
ରାୟଙ୍କ
ରଚିତ
"ସର୍ବେଶାମ୍
ନୋ
ଜନନୀ
ଭାରତ
ଧରଣୀ
କଲ୍ପଲତେୟଂ ।"ଏବଂ
ଏହି
ଗୀତ
ସହିତ
ଦେଶକୁ
ମା
ଭାବରେ
ପୂଜା
କରିବାର
ଜାତୀୟ
ଚେତନା
ବୋଧ ହୁଏ ରାଜନୈତିକ ସ୍ତରରେ ବିକଶିତ
ହୋଇଥିଲା
।
ଏହା
ପୂର୍ବରୁ
ଓଡିଆ ସାହିତ୍ୟରେ
କୋଉଠି
ହେଲେ
ଦେଶ
କୁ
ମା
ଅଥବା
ଦେବୀ
ଭାବରେ
ଚିତ୍ରିତ
କରା
ଯାଇ
ନାହିଁ
।
ଦେଶ
ସବୁବେଳେ
"ଭାରତ
ବର୍ଷ" ଓ
ଏହା
ପୂଂ
ଲିଙ୍ଗ
ବାଚକ
ଭାବରେ
ବିବେଚିତ ।
ଉତ୍କଳ
ସମ୍ମିଲନୀ,
ଭାରତ
ଜନନୀ
ଓ
ଉତ୍କଳ
ଜନନୀ ଙ୍କୁ ଏକା
ମଞ୍ଚରେ
ଓ
ଏକା
ସାଙ୍ଗରେ
ପ୍ରତିଷ୍ଠିତ
କରୁଛନ୍ତି
।
ଉତ୍କଳ
ସମ୍ମିଳନୀର
ପ୍ରଥମ
ଅଧିବେଶନରେ
ବୋଲା
ଯାଇଥିବା
ବଙ୍ଗାଳୀ
ଗୀତଟି
ଭାରତ
ଜନନୀଙ୍କୁ ଲୁହ
ଜରଜର
ଓ
କରୁଣ
ଭାବରେ
ବର୍ଣ୍ଣନା କରିଛି।
“ଜନନୀ
ଦୁଖିନୀ
କେନ
ମଲିନ
ବଦନ, ଅଶ୍ରୁ
ନୀରେ
ଭାସେ
କେନ
କମଲ
ନୟନ
...”. ଉତ୍କଳ
ସମ୍ମିଲନୀ
ରେ
ବଙ୍ଗଳା ଭାଷା
ରେ
ରଚିତ
ଏହି
ସଙ୍ଗୀତରେ
ଉତ୍କଳ
ଲାଗି
କୌଣସି
ବାର୍ତ୍ତା ନଥିବା
ବେଳେ
ଏଥିରେ
ଭାରତ
ମାତାର
ବ୍ୟଥା
ଓ
ବେଦନାକୁ
ଦୂର
କରି
ଏକତା
ସୂତ୍ର
ରେ
ବାନ୍ଧି
ହେବାକୁ ଭାରତୀୟଙ୍କୁ
ଆହ୍ୱାନ
ଦିଆ
ଯାଇଛି
।
ରାଧାନାଥ
କିନ୍ତୁ
ତାଙ୍କର
ଭାରତ
ଗୀତିକା
ରେ
ଭାରତ
ମାତା
ଓ
ଉତ୍କଳ
ମାତଙ୍କୁ
ଗୋଟିଏ
ସୂତ୍ର
ରେ
ଗୁନ୍ଥିଛନ୍ତି
।
ଆପାତତଃ
ଏହାହିଁ
ଓଡିଶା
ର
ଜାତୀୟ
ଓ
ବୌଧିକ
ଜୀବନରେ
ଭାରତ
ମାତାର
ପ୍ରଥମ
ଉଦୟ
।
ତାପରେ
ମଧୁସୂଦନ
ରାଓଙ୍କ
ତୁହିମା "ଜନମ
ଭୂମି
ପବିତ୍ର
ଭାରତ
ଭୂମି", ଦେଶ
କୁ
ମାତା
ରୂପରେ
ପୂଜା
କରିବାର
ପରମ୍ପରା
କୁ
ପ୍ରତିଷ୍ଠା
ଦେଇଛି
।
ଏହି
ଐତିହାସିକ ପୃଷ୍ଠଭୂମି କୁ ଉଦାହରଣ
ଭାବରେ ବ୍ୟବହାର କରି ଏବେ ମୂଳ
ପ୍ରସଙ୍ଗକୁ ଆସିବା ।
ଓଡିଶା
ପରି ବିଭିନ୍ନ ରାଜ୍ୟରେ ଭିନ୍ନ
ଭିନ୍ନ ସମୟରେ ଜାତୀୟତା ଓ ଦେଶ
ବନ୍ଦନାର ପରମ୍ପରା ନିର୍ମାଣ
ହୋଇଛି ।
ସ୍ବାଧିନତା ଆନ୍ଦୋଳନ ଏହି ସବୁ
ପରମ୍ପରାକୁ ଏକାଠି କରି ଏକ
ସର୍ବଜନଗୃହିତ ଓ ସର୍ବଜନ ସମ୍ମତ
ଏକ ଜାତୀୟତାକୁ ପୁନଃପ୍ରତିଷ୍ଠା
ଦେଇଛି ।
ଜାତୀୟତାର ନବ ନିର୍ମାଣ ପର୍ବରେ
ଭାରତ ମାତାର ସଂଜ୍ଞା ନିରୂପଣ
କରିବାକୁ ଯାଇ ଭାରତର ପ୍ରଥମ
ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କର “ଡିସ୍କଭରୀ ଅଫ
ଇଣ୍ଡିଆ” ପୁସ୍ତକର ତୃତୀୟ ଅଧ୍ୟାୟ
ରେ ଲେଖିଥିଲେ – “ସ୍ୱାଧିନତା
ଆନ୍ଦୋଳନ ସମୟରେ ଗୋଟେ ସଭାରୁ ଆଉ
ଗୋଟେ ସଭାକୁ ଘୂରିବୁଲିବା ବେଳେ
ମୁଁ ଲୋକ ମାନଙ୍କୁ ଆମର ଦେଶ କଥା
କହୁଥିଲି ।
ଦେଶ କହିଲେ ଆମେ ହିନ୍ଦୁସ୍ତାନ ବା ଭାରତ ବୋଲି ବୁଝୁ।
ଭାରତ ସେଇ ପୁରାଣ ପ୍ରସିଦ୍ଧ
ରାଜାଙ୍କ ନାମରେ ନାମିତ । ମୁଁ
ଏ ଦେଶର କୃଷକ ମାନଙ୍କ ଠାରୁ ଜାଣିବାକୁ
ଚାହୁଁଥିଲି ସେମାନେ ଦେଶ କୁ
କେମିତି ବୁଝନ୍ତି।
ଏ ଦେଶର ଚାଲିଚଳଣ ଯେତେ ଅଲଗା
ହେଲେ ବି ସବୁଠି କୃଷକମାନଙ୍କର
ସମସ୍ୟା ଏକ ।
ସବୁଠି ଦାରିଦ୍ର୍ୟ, ଋଣ
ବୋଝ,
ଜମିଦାରୀ,
ନ୍ୟସ୍ତ
ସ୍ୱାର୍ଥ,
ମହାଜନୀ
କାରବାର, ପୋଲିସ୍
ଜୁଲୁମ -
ସବୁ
କିଛି ବିଦେଶୀ ଶାସକର କୁଶାସନର
ଫଳ।“
ନେହେରୁ ପ୍ରଥମ ଥର ଲାଗି ମାନବୀୟ
ସମସ୍ୟା ଓ ରାଜନୈତିକ ସଙ୍କଟ ର
ଆଧାରରେ ଜାତୀୟତା ର ପ୍ରସଙ୍ଗକୁ
ଆଲୋଚନା କରୁଛନ୍ତି।
ଧର୍ମ,
ଜାତି
ଓ ଅଞ୍ଚଳ ଭେଦକୁ ପୂରାପୂରି ଖାରଜ
କରି କୃଷକ ଓ ଶ୍ରମିକର ଜୀବନ-ଜୀବିକା
କୁ ଜାତୀୟତାର ପ୍ରଶ୍ନ ଭାବରେ
ଉପସ୍ଥାପନ କରାଯାଇଛି ।
ସେଇ
ଜାଗାରେ ନେହେରୁ ଆଉ ଗୋଟିଏ
ଗୁରୁତ୍ୱପୂର୍ଣ କଥା କହୁଛନ୍ତି
।
“କୌଣସି ସଭାରେ ପହଞ୍ଚିଲା ପରେ
ଲୋକେ ଭାରତ ମାତାକୀ ଜୟ ବୋଲି
ସ୍ଲୋଗାନ ଦେଇ ଆମକୁ ସ୍ବାଗତ
କରନ୍ତି ।
ମୁଁ ସେମାନଙ୍କୁ ପଚାରେ-
କୁହନ୍ତୁ
ତ,
ଏ
ସ୍ଲୋଗାନର ମାନେ କଣ?
କିଏ
ଏଇ ଭାରତ ମାତା ?
ସେମାନେ
ଟିକେ ବିବ୍ରତ ଓ ଇତସ୍ତତଃ ହୁଅନ୍ତି
।
ମୁଁ ପୁଣି ସେମାନଙ୍କୁ ସେଇ ସମାନ
ପ୍ରଶ୍ନ ପଚାରେ ।
ଶେଷରେ ଜଣେ ଜାଠ କୃଷକ କୁହନ୍ତି-
ଏଇ
ଧରିତ୍ରୀ ଆମର ଭାରତମାତା ।
ମୁଁ ପୁଣି ପଚାରେ,
ଧରିତ୍ରୀ
ମାନେ କଣ କେବଳ ନିଜର ଗାଁ,
ନିଜର
ଜିଲ୍ଲା,
ନିଜର
ରାଜ୍ୟ ନା ପୂରା ଭାରତ ଦେଶ ?
ସେମାନେ
ପ୍ରଶ୍ନାକୁଳ ଆଖିରେ ମୋତେ ଦେଖନ୍ତି।
ମୁଁ କହେ, "ହଁ,
ଏ
ମାଟି ଆମର ମାତା ।
ଏହାର ପର୍ବତ ଓ ସମୁଦ୍ର,
ଏହାର
ଜଙ୍ଗଲ ଓ କ୍ଷେତ,
ସବୁ
ଆମର ପ୍ରିୟ । ତେବେ
ସବୁଠୁ ବଡ ହେଉଛି ଏ ଦେଶର ପ୍ରତ୍ୟେକ
ମଣିଷ ।
ଭାରତ ମାତା ହେଉଛି ଏହି ବିଶାଳ
ଜଣ ସମୂହ ।
ଆମେ ସମସ୍ତେ ଭାରତ ମାତାର ଅଂଶ
ବିଶେଷ ।
ତମେ ଯେଉଁ ମାନେ ଭାରତ ମାତା କି
ଜୟ ବୋଲି ସ୍ଲୋଗାନ ଦେଉଛ,
ତମେ
ନିଜେ ଇ ନିଜର ଜୟକାର କରୁଛ ।“
ବୋଧ ହୁଏ ଭାରତମାତାର ସବୁଠୁ
ସୁନ୍ଦର ସଂଜ୍ଞା ଏହାଠୁ ଅଲଗା
କିଛି ହୋଇ ପାରିବ ନାହିଁ ।
ଭାରତ ମାତା,
ଏକ
ମାନଚିତ୍ର,
ମୂର୍ତ୍ତି ବା ପତାକା ନୁହଁ । ସେ
ଏ ଦେଶର ୧୨୫ କୋଟି ଭାରତୀୟଙ୍କ
ଆତ୍ମାର ପ୍ରତିମା।
ଏତକ ବୁଝିଗଲେ ଆମର ସବୁ ସମସ୍ୟା
ତୁଟି ଯାଆନ୍ତା । ଆଜି
ଆମେ ଜାତୀୟତାର ଏକ ନୂଆ ଅର୍ଥ ଓ ତତ୍ତ୍ୱ ତିଆରି କରିଛୁ।
ଦେଶ ଆମର,
କିନ୍ତୁ
ଦେଶର ସବୁ ନାଗରିକ ଆମର ନୁହନ୍ତି
। ବୈଚାରିକ
ଓ ରାଜନୈତିକ ମତ ବିରୋଧକୁ ଦେଶଦ୍ରୋହ
ସହିତ ଯୋଡ଼ିବାର ଏକ ଜଘନ୍ୟ ଖେଳ
ଏବେ ଦେଶର ଅସ୍ତିତ୍ୱକୁ ଦୋହଲାଇ
ଦେଉଛି ।
ଦେଶରେ
ଏବେ ଦେଶପ୍ରେମର ବହୁ ଅଦ୍ଭୁତ
ତତ୍ତ୍ୱ ପ୍ରଚାରିତ ହେଉଛି ।
ତମ ଖାଇବାରୁ ତମ ଦେଶ ପ୍ରେମ ନିର୍ଣ୍ଣୟ କରାଯିବ ।
ତମ ଧର୍ମରୁ ତମର ଦେଶପ୍ରେମକୁ
ଖୋଜାଯିବ ।
ଜାତି ସହିତ ଦେଶପ୍ରେମର ପ୍ରଶ୍ନ
ଯୋଡାଯିବ ।
ଗୋଟେ ସମୟରେ ବ୍ରିଟିଶ ସରକାର
ଯେଉଁ ଭାଗ ଭାଗ କରି ଶାସନ କରିବାର
କୂଟ ଆଚରଣ କରୁଥିଲେ ଆଜି ସ୍ୱାଧିନ
ଦେଶର ଭାରତ ସରକାର ସେଇ ସମାନ
ପନ୍ଥା ଅବଲମ୍ବନ କରୁଛନ୍ତି ।
ଗୁଜରାଟ ର ଉନା ହେଉ ବା କାଶ୍ମୀର,
ଦାଦ୍ରୀ
ହେଉ ବା ଜେଏନୟୁ – ସବୁଠି ଦେଶପ୍ରେମକୁ
ପଶାପାଲିର ଗୋଟି ଭାବରେ ଆଜି ବ୍ୟବହାର
କରାଯାଉଛି ।
କାଶ୍ମୀରରେ ଜଣେ ଯୁବକଙ୍କୁ ହତ୍ୟା
କରାଗଲା ।
ଭାରତ ସରକାର ତାକୁ ସନ୍ତ୍ରାସବାଦୀ
ବୋଲି କହୁଥିବା ବେଳେ ଲକ୍ଷ ଲକ୍ଷ
କାଶ୍ମୀର ବାସୀ ତାକୁ ଜଣେ ନାୟକର
ସମ୍ମାନ ଦେଉଛନ୍ତି ।
ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଅନେକ ଦିନ ଯାଏଁ କାଶ୍ମୀରରେ ହିଂସା
ଲାଗି ରହିଲା ।
ବହୁ ନିରୀହ ଲୋକ ପୋଲିସ ଗୁଳିରେ
ପ୍ରାଣ ହରାଇଲେ ।
ଘଟଣାଟି ଯେତିକି ଜଟିଳ,
ସେତିକି
ସମ୍ବେଦନଶୀଳ ମଧ୍ୟ ।
କାଶ୍ମୀର ଭିତରେ ଏକ ଭାରତ ବିରୋଧୀ
ଗୋଷ୍ଠୀ ରହିଛନ୍ତି ଓ ସେମାନେ
ପାକିସ୍ତାନର ସହାୟତାରେ ବଳ
ପାଉଛନ୍ତି ବୋଲି ଆମେ ଜାଣୁ ।
ତେବେ ରାସ୍ତାରେ ଯେଉଁ ହଜାର ହଜାର
ଲୋକ ସେନା ଓ ପୋଲିସକୁ ବିରୋଧ
କରୁଛନ୍ତି,
ସେମାନେ
ସମସ୍ତେ ସନ୍ତ୍ରାସବାଦୀ କି ?
କେହି
କେହି ତ ବଡ ଉତ୍ସାହ ର ସହ କହୁଛନ୍ତି,
ପୂରା
କାଶ୍ମୀରକୁ ନିପାତ କରିଦେବା
ଉଚିତ।
କାଶ୍ମୀର ଯଦି ଭାରତର ଅଭିନ୍ନ
ଅଙ୍ଗ,
କାଶ୍ମୀରର ଜଣ ସାଧାରଣ ମଧ୍ୟ ଆମ ଜୀବନର ଅଂଶ
ବିଶେଷ ।
ସେମାନଙ୍କୁ ହତ୍ୟା କରି ଆମେ ଭାରତ
ବନ୍ଦନା ଗାଇ ପାରିବା ନାହିଁ,
କିମ୍ବା
ଆମ ଦେଶ ଭକ୍ତି କାଶ୍ମୀରର ରକ୍ତରେ
ଦିବ୍ୟ ସୁନ୍ଦର ଦିଶିବ ନାହିଁ ।
ଭାରତମାତାର ପୂର୍ଣ୍ଣାଙ୍ଗ ଛବିକୁ
ବଞ୍ଚାଇ ରଖିବାକୁ ହେଲେ କାଶ୍ମୀରର ସମସ୍ୟା ଓ ସଙ୍କଟ ସହ ପ୍ରତ୍ୟେକ
ଭାରତବାସୀକୁ ସେମାନଙ୍କ ସାଙ୍ଗରେ
ଛିଡା ହେବାକୁ ପଡିବ ।
କାଶ୍ମୀର ବନାମ ଅବଶିଷ୍ଟ ଭାରତର ଏହା ଯୁଦ୍ଧ ନୁହଁ କିମ୍ବା ଏଥି
ସହ ଦେଶପ୍ରେମର କୌଣସି ସମ୍ପର୍କ
ନାହିଁ ।
ଏକ ଜଟିଳ ସମସ୍ୟାର ରାଜନୈତିକ
ସମାଧାନ ଖୋଜିପାଉନଥିବା ସରକାରୀ
ଦଳ ଏହାକୁ ଉଗ୍ର ଦେଶପ୍ରେମ ସହ
ଯୋଡ଼ିବାର ବିକଳ ପ୍ରୟାସ କରୁଛନ୍ତି
।
ସେହିପରି ଗୋମାଂସ ପ୍ରସଙ୍ଗ ହେଉ
ବା ଜାତିର ରାଜନୀତି,
ସବୁଥିରେ
ଦେଶକୁ ବିଭିନ୍ନ ପରିଚୟର ଆଳ ନେଇ
ଭାଗ ଭାଗ କରିବାର ଭୟଙ୍କର ଉଦ୍ୟମ
ଚାଲିଛି।
ଭୋଟ ବେପାରୀଙ୍କ ନିଜସ୍ୱ ଲାଭ
ପାଇଁ ଏବେ ଦେଶପ୍ରେମର ନୂଆ ଗଣିତ
ଆମେ ପଢୁଛୁ ।
ଦେଶପ୍ରେମ ର ଅର୍ଥ ନେହେରୁଙ୍କ
ସମୁହ ଜନତା ବା ଉତ୍କଳ ସମ୍ମିଳନୀର
ଏକତାବଦ୍ଧ ଜନତା ନୁହନ୍ତି । ଆଜିର
ତାରିଖରେ ଦେଶପ୍ରେମ ହେଉଛି କ୍ଷମତା
କେନ୍ଦ୍ର ପାଖରେ ନିଃସର୍ତ୍ତ
ଆତ୍ମ ସମର୍ପଣର ଗୋଲାମୀ ।
ଏ କଥା ବୁଝି ପାରୁନଥିବା ଆମର ନୂଆ
ଦେଶପ୍ରେମୀ ମାନେ ଜାଣି ରଖନ୍ତୁ,
ଦଳୀୟ
ସ୍ୱାର୍ଥ ଓ ବୈଚାରିକ ଗୋଲାମୀ
ମଣିଷ ଜାତିକୁ ସଭ୍ୟ ବା ମୁକ୍ତ
କରିପାରେ ନାହିଁ ।
ଦେଶପ୍ରେମ ନାଁ ରେ ଦେଶ ଆଖିରେ
ଲୁହ ଆଣୁଥିବା ଲୋକେ ନିଜ ଦେଶପ୍ରେମକୁ
ଆଉଥରେ ପରଖି ଦେଖନ୍ତୁ !
No comments:
Post a Comment