ରେଙ୍ଗାଲିର ପାଣି, ଲୁହର ଖଣି
ପୁଷ୍ପାଞ୍ଜଳି ଶତପଥୀ ଓ ସାଥୀ
![]() |
ଓଡ଼ିଶାର ଜରେଇକେଲା ପାଖରେ ବ୍ରାହ୍ମଣୀର ଶାଖା ନଦୀ କୋଏଲର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବ୍ରାହ୍ମଣୀ
ନଦୀ ଉପରେ ବନ୍ଧା ହୋଇଥିବା ରେଙ୍ଗାଲି
ବନ୍ଧ ଓଡ଼ିଶାର ବୃହତ୍ତମ ବହୁମୂଖୀ
ନଦୀ ଉପତ୍ୟକା ଯୋଜନା ମଧ୍ୟରୁ
ଅନ୍ୟତମ । ବ୍ରାହ୍ମଣୀ ନଈର ଜନ୍ମ
ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି
ଜିଲ୍ଲାର ନାଗରୀ ଗ୍ରାମ ପାଖରେ
। ଝାଡ଼ଖଣ୍ଡ ରାଜ୍ୟରେ ୨୫୮ କିଲୋମିଟର
ବହି ସାରିଲା ପରେ ନଈଟି ଓଡ଼ିଶାରେ
ପଶେ । ଝାଡ଼ଖଣ୍ଡରେ ଏହାର ନାମ
ଦକ୍ଷିଣ କୋଏଲ । ରାଉରକେଲା ପାଖର
ବେଦବ୍ୟାସଠାରେ ଶାଖା ନଈ ଶଙ୍ଖ
ସହ ସମ୍ମିଳିତ ହୋଇ ଓଡ଼ିଶାରେ
ଏହା ବ୍ରାହ୍ମଣୀର ନାମ ନିଏ ।
ଝାଡ଼ଖଣ୍ଡ ଓ ଓଡ଼ିଶାରେ ୭୯୯
କିଲୋମିଟର ଲମ୍ବ ପଥ ଅତିକ୍ରମ
କରି,
୨୨,
୬୨୦
ବର୍ଗ କିଲୋମିଟର ଅବବାହିକାର ଜଳ
ନିଷ୍କାସନ କରି,
ଏହା
କଳିଙ୍ଗ ସାଗରରେ ନିଜର ଅବସ୍ଥିତି
ହରାଏ । ଏହି ନଦୀ ଉପରେ ରେଙ୍ଗାଲି
ବହୁମୂଖୀ ବନ୍ଧ ପରିଯୋଜନା ଜୁନ
୧୯୭୩ ମସିହାରେ ଆରମ୍ଭ ହେଲା ।
ଭିତ୍ଥିପ୍ରସ୍ତର ୨୩ ଡ଼ିସେମ୍ବର
୧୯୭୩ ରେ ଦିଆଗଲା । ହେଲେ ଅସଲରେ
ବନ୍ଧ ନିର୍ମାଣର କାମ ୧୯୭୫ ରେ
ଆରମ୍ଭ ହେଲା । ବନ୍ଧ ନିର୍ମାଣର
କାମ ୧୯୯୧ ମସିହାରେ ଶେଷ ହେଲା ।
ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ
ଥିଲା ବନ୍ୟା ନିୟନ୍ତ୍ରଣ,
ବୈତରଣୀ
ଓ ବୁଢ଼ାବଳଙ୍ଗ ନଦୀ ମଧ୍ୟରେ ଛଅ
ଲକ୍ଷ ହେକ୍ଟର ଜମିରେ ଜଳସେଚନ,
ତଥା
ଷାଠିଏ ମେଗାୱାଟ ଜଳବିଦ୍ୟୁତ
ଉତ୍ପାଦନ ।
ରେଙ୍ଗାଲି
ନଦୀ ବନ୍ଧ ଯୋଜନାରେ ୨୬୩ ଗ୍ରାମ
ଆଂଶିକ କିମ୍ବା ସମ୍ପୂର୍ଣ୍ଣ
ବୁଡ଼ିଗଲା । ଏଥି ମଧ୍ୟରୁ ୧୧୬ଟି
ଗାଁ ପୂରା ବୁଡ଼ିଗଲା ଓ ମାନଚିତ୍ରରୁ
ଏଗୁଡ଼ିକର ସତ୍ତା ଲୋପ ପାଇଲା ।
ଏହି ୨୬୩ଟି ଗ୍ରାମମାନଙ୍କର
ଅନେଶତ ହଜାର ଏକରରୁ ଉର୍ଦ୍ଧ ଜମି
ମଧ୍ୟ ଜଳଗ୍ରସ୍ତ ହେଲା । ଏଥି
ମଧ୍ୟରୁ ସରକାରୀ ହିସାବ ଅନୁସାରେ
ରୟତି ଜମି ଥିଲା ୩୫,
୩୩୫
ଏକର ତଥା ଜଙ୍ଗଲ ଜମିକୁ ମିଶାଇ
ସରକାରୀ ଜମି ଥିଲା ୬୫,
୩୮୨
ଏକର । ପ୍ରକଳ୍ପ ଯୋଗୁଁ ୧୧,୨୮୯
ପରିବାରର ସମୁଦାୟ ୪୬,
୫୭୦
ଲୋକଙ୍କୁ ଗୃହତ୍ୟାଗୀ ହେବାକୁ
ପଡ଼ିଲା । ଏଥି ମଧ୍ୟରୁ ୨୧୦୦
ପରିବାର ଅନୁସୂଚିତ ଜାତି ଓ ୧୩୨୮ଟି
ପରିବାର ଅନୁସୂଚିତ ଜନଜାତି
ଜନଗୋଷ୍ଠୀର ଥିଲେ । ଲୋକେ ନିଜର
ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ
ନଥିଲେ । ସରକାର ବଳ ପ୍ରୟୋଗ କରି
ଜମି ଦଖଲ କଲେ । ୧୯୭୮ ମସିହାର
ଗୋଟିଏ ଘଟଣାରେ ପୋଲିସ ୩୦,
୦୦୦
ଲୋକଙ୍କର ଏକ ହଡ଼ତାଳ ଉପରେ ଲାଠିମାଡ଼
କରି ଶହଶହ ଲୋକଙ୍କୁ କ୍ଷତାହତ
କଲେ । ପ୍ରକଳ୍ପ ପାଇଁ ଲୋକଙ୍କୁ
ସହିଥିବା ନାନାଦି ସାମାଜିକ,
ଆର୍ଥିକ
ଓ ସାଂସ୍କୃତିକ ମୂଲ୍ୟ ଦେବାକୁ
ପଡ଼ିଥିଲା । ଏହା ଛଡ଼ା ଭୂମି
ଅଧିଗ୍ରହଣ ଓ ପୁନର୍ବାସ ପାଇଁ ୬୪
କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ
କରିବାକୁ ପଡ଼ିଥିଲା । ଏଥିରୁ
ଅଧିଗୃହିତ ଜମି ପାଇଁ କ୍ଷତିପୂରଣ
ଭାବରେ ୩୦ କୋଟି ସରକାର ଖର୍ଚ୍ଚ
କରିଥିଲେ ।
ପୂର୍ବର
ନାନାଦି ନଦୀ ବନ୍ଧ ଯୋଜନାର
ଅନୁଭୂତିରୁ ଓଡ଼ିଶା ସରକାର
ଶିକ୍ଷାଲାଭ କରିଥିବାରୁ,
ସରକାର
ରେଙ୍ଗାଲିର ବିସ୍ଥାପିତ ହେବାକୁଥିବା
ଲୋକଙ୍କ ପାଇଁ ସରକାର ଭୂମି-ପାଇଁ-ଭୂମି
ଭିତ୍ତିକ ପୁନର୍ବାସ ଯୋଜନା ଘୋଷଣା
କଲେ । ପ୍ରକଳ୍ପଗ୍ରସ୍ତ ଜମି ପାଇଁ
କ୍ଷତିପୂରଣର ପରିମାଣ ସରକାର ଏକର
ପିଛା ୫୦୦ରୁ ୪,୫୦୦
ଟଙ୍କା ଭିତରେ ଧ୍ୟାର୍ଯ୍ୟ କଲେ
। ବନ୍ଧ ଓ କଟା ଇତ୍ୟାଦି ପାଇଁ
ବର୍ଗ ମିଟର ପିଛା ୩୨୨ ଟଙ୍କା ୮୦
ପଇସା ଦରରେ କ୍ଷତିପୂରଣ ଧ୍ୟାର୍ଯ୍ୟ
କରାଗଲା । ଢିଅ ଜମି ପାଇଁ ୪,୫୦୦
ଟଙ୍କା କ୍ଷତିପୂରଣ ଦିଆଯାଇଥିଲା
। ଆମ୍ବ,
ପଣସ,
ନଡ଼ିଆ
ଇତ୍ୟାଦି ଫଳ ଗଛ ପାଇଁ ଗଛର ଗୋଲେଇ
ଏକ ଫୁଟରୁ କମ ଥିଲେ ପାଞ୍ଚ ଟଙ୍କା
ଓ ଛଅ ଫୁଟରୁ ବେଶି ଥିଲେ ୧୦୦ ଟଙ୍କା
ହିସାବରେ ଦିଆଯାଇଥିଲା । ଲୋକେ
ଏ ପ୍ରକାରର ହିସାବରେ ସୁଖି ନ ଥିଲେ
। କାରଣ ତାଙ୍କ ପାଇଁ ଗଛ କେବଳ ଏକ
ଅର୍ଥାଗମର ବାଟ ମାତ୍ର ନଥିଲା ।
ମାତ୍ର
ବନ୍ଧ ନିର୍ମାଣ ଦ୍ୱାରା ପ୍ରପୀଡ଼ିତ
ଲୋକେ ଏହି କ୍ଷତିପୂରଣ ପରିମାଣ
ସହ ଅସୁଖୀ ଥିଲେ । ପରେ ୧୧ ଡ଼ିସେମ୍ବର
୧୯୯୧ ମସିହାରେ ଜାରି ଏକ ସରକାରୀ
ଆଦେଶ ଅନୁସାରେ ଭୂମି ହରାଇ ଭୂମି
କ୍ଷତିପୂରଣ ଭାବରେ ପାଇନଥିବା
ପରିବାରକୁ ଏକର ପିଛା ଜଳସେଚିତ
ଜମି ପାଇଁ ୧୬,
୦୦୦
ଟଙ୍କା ଓ ଅଣ-ଜଳସେଚିତ
ଜମି ପାଇଁ ୮,
୦୦୦
ଟଙ୍କା ଭାବରେ କ୍ଷତିପୂରଣ ଦିଆଯିବା
ପାଇଁ ନିର୍ଦ୍ଦେଶ ଜାରିଗରାଗଲା
। ବିସ୍ଥାପିତ ହୋଇଥିବା ୧୧,୨୮୯
ପରିବାର ମଧ୍ୟରୁ ୮୫୪ ପରିବାରଙ୍କୁ
୨୦୦୦ ମସିହା ପର୍ଯ୍ୟନ୍ତ କୌଣସି
ଭାବରେ ଥଇଥାନ କରାଯାଇନଥିଲା ।
ସରକାରଙ୍କ ପାଖରେ ପୁନର୍ବାସ ଓ
ଥଇଥାନର କୌଣସି ବିଧିବଦ୍ଧ ଭାବରେ
ସାମଗ୍ରିକ ରେକର୍ଡ଼ ମଧ୍ୟ ନାହିଁ
। କେବଳ ଆର୍ଥିକ କ୍ଷତିପୂରଣ ଦେଇ
ଥଇଥାନ କରାଯାଇଥିବା ୨୮୦୮ ପରିବାର
ଯେ ଏବେ କେଉଁ କେଉଁ ଗ୍ରାମରେ
ବସବାସ କରୁଛନ୍ତି,
ସେହି
ଗାଁ ମାନଙ୍କର ତାଲିକା ସରକାରଙ୍କ
ପାଖରେ ଉପଲବ୍ଧ ନୁହେଁ । ଅର୍ଥାତ,
ଭୂମି
ଦିଆଯାଇ ଥଇଥାନ କରାଯାଇଥିବା
ପରିବାରଙ୍କର ସଂଖ୍ୟା ହେଲା ୭୬୨୭
। ବିସ୍ଥାପିତଙ୍କ ପାଇଁ ୬୧ଟି
ପୁନର୍ବାସ କଲୋନି ଓ ୯୫ ଟି
ପୁଞ୍ଜ-ଗ୍ରାମ
ସ୍ଥାପିତ କରାଯାଇଥିଲା । କ୍ଷତିପୂରଣ
ପାଇଥିବା ପରିବାରମାନଙ୍କ ଭିତରୁ
ଶତକଡ଼ା ୬୬ ଭାଗ ପରିବାରଙ୍କୁ
ଜମି ଓ ଶତକଡ଼ା ୨୨ ଭାଗ ପରିବାରଙ୍କୁ
ନଗଦ ଟଙ୍କା କ୍ଷତିପୂରଣ ବାବଦରେ
ଯୋଗାଇ ଦିଆଯାଇଥିଲା ।
ଏହି
ଆର୍ଥିକ କ୍ଷତିପୂରଣ ଛଡ଼ା ପ୍ରତି
କ୍ଷତିଗ୍ରସ୍ତ ପରିବାର ପିଛା ଅଧ
ଏକର ଢ଼ିଅ ଜମି ତଥା ଅଣ-ଜଳସେଚିତ
ହୋଇଥିଲେ ଛଅ ଏକର ଚାଷ ଜମି ଓ
ଜଳସେଚିତ ହୋଇଥିଲେ ତିନି ଏକର
ଚାଷ ଜମି ଯୋଗାଇ ଦିଆଯିବାର
ପ୍ରତିଶୃତି ଓଡ଼ିଶା ସରକାର
ଦେଇଥିଲେ । ସରକାର ଅଧିକାଂଶ
କ୍ଷତିଗ୍ରସ୍ତ ପରିବାରକୁ ପ୍ରତିଶୃତି
ମୁତାବକ ଜମି ଯୋଗାଇଦେଲେ । ମାତ୍ର
ପ୍ରାୟତଃ ଜମି ଚାଷଯୋଗ୍ୟ ନଥିଲା
। ରେଙ୍ଗାଲି ପ୍ରକଳ୍ପର ଘୋଷିତ
ପୁନର୍ବାସ ନୀତି ଅନୁସାରେ ଏ ସମସ୍ତ
ଜମିକୁ କୃଷି ଉପଯୋଗୀ କରିବାର
ଦାୟିତ୍ତ୍ୱ ସରକାରର ଥିଲା । ଏଥି
ପାଇଁ ଏକର ପିଛା ସର୍ବୋଚ୍ଚ ଖର୍ଚ୍ଚର
ପରିମାଣ ୬୦୦ ଟଙ୍କା ବୋଲି ଧାର୍ଯ୍ୟ
ମଧ୍ୟ କରାଯାଇଥିଲା । ମାତ୍ର ସରକାର
ଜଙ୍ଗଲ ଜମିରୁ କେବଳ ଗଛ କାଟି
ପ୍ରକଳ୍ପ ପ୍ରଭାବିତ ଲୋକଙ୍କୁ
ଧରାଇଦେଲେ । ଚାଷ ଜମି ନାମରେ
ଯୋଗାଇ ଦିଆଯାଇଥିବା ଜଙ୍ଗଲ ଜମିରୁ
ଚେର ଉପାଡ଼ି,
ଗୋଡ଼ିପଥର
ଇତ୍ୟାଦି ବାଛି,
ଜମି
ସମତଳ କରି,
ଚାଷୋପଯୋଗୀ
କରିବା ପାଇଁ ଲୋକଙ୍କୁ ଅନେକ ବର୍ଷ
ଲାଗିଗଲା । ଅନେକ ଜାଗାରେ ଜଳସେଚିତ
ଜମି କହି ସରକାର ଯେଉଁ ଭୂମି ସରକାର
ଯୋଗାଇ ଦେଇଥିଲେ,
ତାହା
କେନାଲର ଶେଷ ମୁଣ୍ଡରେ ଅବସ୍ଥିତ
ହୋଇଥିବାରୁ,
ସେଥିରେ
ପାଣି ମାଡ଼ୁ ନଥିଲା ।
କିନ୍ତୁ
ଏହି ସବୁ ବିଭ୍ରାଟଠାରୁ ଅଧିକ
ଯନ୍ତ୍ରଣାଦାୟକ ଦୁଇଟି ସମସ୍ୟା
ରେଙ୍ଗାଲିର ବିସ୍ଥାପିତମାନଙ୍କୁ
ଏ ପର୍ଯ୍ୟନ୍ତ ଘେରି ଆସିଛି ।
ପ୍ରଥମଟି ହେଲା କେ-ପଟ୍ଟାର
ସମସ୍ୟା । ଅନେକ ବିସ୍ଥାପିତ
ପରିବାରକୁ ଜଙ୍ଗଲ ବିଭାଗର ଜମି
ଆବଣ୍ଟିତ କରିଦିଆଯାଇଥିଲା । ଏହି
ଜମି ଉପରେ ଅଧିକାର ବା ସତ୍ତ୍ୱ
ସେମାନଙ୍କୁ ଏକ ଅସ୍ଥାୟୀ,
ଅଳ୍ପ
ଅଧିକାର ସମ୍ପନ୍ନ ପଟ୍ଟା -
କେ-ପଟ୍ଟା
-
ଭାବରେ
ଦିଆଯାଇଥିଲା । ଅନେକ ଲୋକଙ୍କୁ
ଡ଼ି.ପି.ଏଫ୍.
ଜଙ୍ଗଲରେ
ନେଇ ଥଇଥାନ କରାଯାଇ ବସ୍ତି ସ୍ଥାପନ
କରାଯାଇଥିଲା । ପ୍ରଥମେ ଯେବେ
କ୍ଷତିପୂରଣ ଜମି ଆବଣ୍ଟନ କରାଗଲା,
ସେତେବେଳେ
୧୯୮୦ ମସିହାର ଜଙ୍ଗଲ ସଂରକ୍ଷଣ
ଆଇନ ଲାଗୁ ହୋଇନଥିଲା । ତେଣୁ
ଜଙ୍ଗଲ ଜମି ଲୋକଙ୍କୁ ଦେବା
ଅପେକ୍ଷାକୃତ ଭାବରେ ଅଧିକ ସହଜ
ଥିଲା । ମାତ୍ର ୧୯୮୦ ମସିହାର ଆଇନ
ଲାଗୁ ହେଲା ପରେ କେ-ପଟ୍ଟାକୁ
ସାଧାରଣ ପଟ୍ଟାରେ ରୂପାନ୍ତରିତ
କରି ଜଙ୍ଗଲ ଜମିରେ ବିସ୍ଥାପିତଙ୍କର
ଭୂମ୍ୟାଧିକାରକୁ ସ୍ୱୀକୃତି ଦେବା
ଏହା ଅଧିକ କଷ୍ଟସାଧ୍ୟ ବନିଗଲା
। ସେହି କାରଣ ଯୋଗୁଁ ଜଙ୍ଗଲରେ
ବିସ୍ଥାପିତଙ୍କର ବସ୍ତିକୁ ରାଜସ୍ୱ
ଗ୍ରାମରେ ରୂପାନ୍ତରଣର ପ୍ରକ୍ରିୟା
ମଧ୍ୟ ଅଧିକ ଆୟାସସାଧ୍ୟ ହୋଇଗଲା
। ଓଡ଼ିଶା ସରକାର ଚାହିଁଥିଲେ
ବିସ୍ଥାପିତମାନଙ୍କୁ ନ୍ୟାୟ ଦେବା
ପାଇଁ କେ-ପଟ୍ଟାର
ନିୟମିତିକରଣ ଓ ଜଙ୍ଗଲରେ ଅବସ୍ଥିତ
ବସ୍ତିକୁ ରାଜସ୍ୱ ଗ୍ରାମ କରିବା
ପାଇଁ ଆବଶ୍ୟକୀୟ ପଦକ୍ଷେପ
ନେଇପାରିଥାଆନ୍ତେ । ମାତ୍ର ସରକାରୀ
ଅବହେଳା ଯୋଗୁଁ ଏ ପର୍ଯ୍ୟନ୍ତ
ରେଙ୍ଗାଲିର ବିସ୍ଥାପିତ ଲୋକେ
ଯେଉଁ କାନ୍ତାରେକୁ ସେଇ କାନ୍ତାରେ
।
ବି.ଦ୍ର. - ଏହି ଲେଖାଟି ଦୈନିକ ଧରିତ୍ରୀର ୨୫ ଜାନୁଆରୀ ୨୦୧୭ ମସିହାରେ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା ।
ବି.ଦ୍ର. - ଏହି ଲେଖାଟି ଦୈନିକ ଧରିତ୍ରୀର ୨୫ ଜାନୁଆରୀ ୨୦୧୭ ମସିହାରେ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା ।
No comments:
Post a Comment