କଳାହାଣ୍ଡିର ପିଲା କାନ୍ଦୁଥିଲେ ବୁଝାଇବା ଗୀତ
![]() |
ଉତ୍ତର ଥାଇଲ୍ୟାଣ୍ଡର ପାଦାଉଙ୍ଗ ଜନଜାତିର ଶିଶୁ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆମ କୁନାବାବୁ ବନେ
କାନ୍ଦିଲେ କାନ୍ଦିବ ଦିନକେ ଛନେ
ଖେଲୁଥିବି ମନେମନେ
ମୋ କୁନା ରେ ।
ଆହାରେ ମୋ ଧନମାଲୀ
ଆମର କୁନାକୁ କେ ଦେଲା ଗାଲି ରେ
ଧନ, ରସ ବହେ ଥାଲି ଥାଲି, ମୋ ଧନରେ ।
ହାଣ୍ଡିର ଚାଉଲ ଉଣା
କୁନାର ବୁଆ ତ ଯାଇଚେ ଜୟପାଟଣାରେ
ଧନ, କୁନାକୁ ଆଣିଦେବେ ଗଣ୍ଠିର ସୁଣା,
ମୋର ପୁଅରେ ।
ତୁଇ ଖାଇଲେ ତୁନି ହୁଅନା, ମୋ ଧନରେ ।
ଆମ କୁନା ବାବୁ ବନେ
ଭୋକ ଲାଗିଗଲେ କାନ୍ଦିବ ଛନେ
ମୋ ମାଲୀରେ ।
ଧନ, ହସୁଥିବ ମନେମନେ,
ମୋ ଧନରେ ।
ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮ (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।
No comments:
Post a Comment