Saturday, March 04, 2017

ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୨



ଆଇ ଆଇରେ କଜଳପାତି
ଗାଇ ମଣିତେ ଯିବା
ବାପା ମାଆ ଗାଳି ଦେଲେ
ଯୋଗୀ ବେଶ ହବା ।

ଭୋକ କଲେ ଖାଇବା କିସ
ଆଷାଢ଼ିଆ ଫଳ,
ଶୋଷ କଲେ ପିଇବା କିସ
କଇଁ ଗଡ଼ିଆ ଜଳ ।

ନିଦ ଲାଗିଲେ  ଶୋଇବା କେ'ଠି
ଗାଈ ପେଟତଳ,
ଶୀତ କଲେ ଘୋଡ଼ିବା କିସ
ଗଛର ବକଳ । (ଜଳେଶ୍ୱର)

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment