Thursday, March 30, 2017

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୩)


ଜାପାନୀ ମହିଳା ଚିତାକୁଟାଉଥିବାର ଚିତ୍ର (୧୮୮୮ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସ ଗୋ
ବ୍ରଜବାଳୀ
ବେଗେ ଚଳି ।
ଚିତା କୁଟି ଦେବି
ନାନା ଭଳି ।
ମୋର ଚିତାକୁଟା
ସଂସାରୁ ସାର ।
ଅସୁନ୍ଦରୀ ନାରୀ
ଦିଶେ ସୁନ୍ଦର ।
ମନ ଜାଣି
ଚିତା କୁଟିଦେବି
ଦେଖିବ
ଗୋପ ଗୁଆଳୀ ।
ଆସ ଆସ ଗୋ
ଗୋପବାଳୀ
ବେଗେ ଚଳି ।
କେଳୁଣୀ କି
ଦାଣ୍ଡେ ଦେଖି
ଚକିତ ହୋଇଣ
ସକଳ ସଖି ଗୋ
ବାରମ୍ବାର
ଚାହାନ୍ତି ନିରେଖି ।
ସଜନୀ ଗୋ
କେ ବୋଲାଇ
କମଳୁଣୀ
ଆସିଅଛି ହୋଇ
ମାୟା କେଲୁଣୀ ଗୋ
ଆମ ମନ ନେଇ
ଅଛି କିଣି
ମିତଣୀ  ଗୋ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

No comments:

Post a Comment