Saturday, March 11, 2017

 ମହିମା ଭକ୍ତି କବିତା - 'କଳି ଯୁଗେ ବୈଷ୍ଣବ ମୂରତି'


କବି - ଭୀମ ଭୋଇ


୧୬୮୯ରେ ଆମଷ୍ଟରଡ୍ୟାମରେ ପ୍ରସ୍ତୁତ ବିଶ୍ୱ ମାନଟିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଳି ଯୁଗେ ବୈଷ୍ଣବ ମୂରତି ।
ନର ଅଙ୍ଗେ ସ୍ୱାମୀ ବିଜେ ଧରତି । (ଘୋଷା)

ନିଷ୍କାମ ଧର୍ମରେ ସତ୍ୟାଦି କର୍ମରେ 
ରହିଛି ନବ କ୍ଷିତି ।୧।

ବୃଦ୍ଧତନୁ କ୍ଷୀନ ଶ୍ୟାମଳ ବରଣ
ସେ ସରୂପ ଦିଶନ୍ତି ।୨।

ଅରକ୍ଷିତ ବେଶ ମୁକୁଳିତ କେଶ
ଭିକ୍ଷା ମାଗୁଅଛନ୍ତି ।୩।

ସାକ୍ଷାତେ ସେ ବ୍ରହ୍ମ କଥା କହୁଛନ୍ତି
ନାହିଁ ଚିହ୍ନୁଅଛନ୍ତି ।୪।

ଦୀକ୍ଷା ଅବଧୂତ ମହିମା ବିଖ୍ୟାତ
ଭୂମିରେ ସେ ଶୁଅନ୍ତି ।୫।

ଭୀମ ଅରକ୍ଷିତ ଗୁରୁ ପାଦଗତ
ମାଗୁଅଛି ବିନତି । ୬।

No comments:

Post a Comment