ଦଳିତ ଲୋକଗୀତ (ଚିତାକୁଟା ଗୀତ - ୧)
![]() |
ଜାପାନ ଦେଶର ପୁରୁଷଙ୍କର ଚିତା (୧୮୭୫) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଛି କରିଦେ
ମନ ମାରିଦେ
ପିଚା ପାରିଦେ ।
ଆଲୋ ସରଦୀ
ଗେରସ୍ତ ମାରଇ
ପାଞ୍ଚଣ ବାଡ଼ି ।
ନାକ ଫୁଲଗୁଣା
ଯାଉଛି ଉଡ଼ି ।
ଭାସି ଯାଉଥିଲୁ
ମଝି ନଈରେ
ଧରି ଆଣିଥିଲି ତୋତେ
ଟାକୁଆ ଗାଲରେ
ମାଉଁସ ଲାଗିଲା
ଜବାବ ଦେଉଛୁ ମୋତେ ।
ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା ।
No comments:
Post a Comment