Wednesday, March 29, 2017

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୨)


ନିଉଜିଲାଣ୍ଡର ମାଓରି ପୁରୁଷଙ୍କର ଚିତା (୧୭୮୪ରେ ପ୍ରକାଶିତ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସଲୋ 
କିଏ ଚିତା କୁଟାଇବ
ସୁନ୍ଦରୀ ମା
ଡରନା ଜମା
ଏଇ ଲୁହା ଛୁଞ୍ଚି
ସୂତାରେ ଗୁରା
ବନ୍ଧା ହେଇଛି
କଳା ଦିଆ ହେଇ
କୁଟା ହେଉଛି
ଯମ ଯନ୍ତ୍ରଣାରୁ ମୁକତି ମିଳିବ
ହସିଦେ
ଝିଅ ହସିଦେ
ମା ହସିଦେ
ମନ ମାରିଦେ
ଗାଣ୍ଡି ପାରିଦେ ।

ଚାଉଳ ଭଜା
ମନକୁ ମଜା
କାକଦର ପୁର
ନିଇତି ପୂଜା
ଝିଅକୁ ମୋର କାଟନା
କୁଟନା
କାଠ କରିଦେ
ମନ ମାରିଦେ
ଉଷୁନାଧାନ ଚଷୁ
ଘଇତା ଦେଖିଲେ 
ବଣରେ ପଶୁ
ଦିଅର ଦେଖିଲେ ହସୁ ।

ଲେଉଟିଆ ଶାଗ
ଖୁଣ୍ଟି ଖାଇବୁ
ଦେଢ଼ଶୁରକୁ
ତୁ ଲୁଚି ରହିବୁ
ଛି ଆଲୋ ଛତୁ
ମେଘ ବରଷିଲେ
କେତେ ତୁ ମାତୁ ।

ମୋ ନାଁ 
ମାଲୁଣୀ ସୁନ୍ଦରୀ
ଚିତା କୁଟାରେ ମୁଁ
ବଡ଼ ହୁନ୍ଦରୀ ଗୋ
ଆଜି ଠାରୁ ହେବୁ ଝୁରି ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

No comments:

Post a Comment