ମାର୍ଚ୍ଚ ୧୪: ଏକ ସ୍ମୃତିଲେଖ
ଜ୍ୟୋତି ନନ୍ଦ
![]() |
ବାମରେ ଜେନି କାରୋଲିନ୍ ଓ ଦକ୍ଷିଣରେ ଜେନି ଲରା ଲରା ନିଜ ପତି ପଲ୍ ଲାଫାର୍ଜଙ୍କ ସହ ଆତ୍ମହତ୍ୟା କରିଥିଲେ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସେ ।
ଏହି ଲେଖା ସହିତ ତାଙ୍କର ଛବିଟିଏ
ଯୋଡିବା ଅର୍ଥ ପୂଜା ପୂର୍ବରୁ
ନିଜ ପଇତା ସଙ୍ଘାଡିଟି ଠିକଠାକ୍
ଅଛି ବୋଲି ଜଣେ ଚିହ୍ନା ବ୍ରାହ୍ମଣ
ଗୋସେଇଁଙ୍କୁ ପଚାରିଲା ଭଳି କଥା ।
ଆମ ପୃଥିବୀରେ ତାଙ୍କର ବେଶ୍
ସୁଖ୍ୟାତି ରହିଛି ଆଜିଯାଏଁ । ସବୁବେଳେ
ସେ ପୃଥିବୀକୁ ଅନ୍ୟ ଗୋଟିଏ ପ୍ରକାରର
ହେବ ବୋଲି ଭାବୁଥିଲେ । ନା ,ପୃଥିବୀ
ସେ କହୁଥିବା ଭଳି ଅନ୍ୟ ପ୍ରକାରର
ହୋଇନାହିଁ ଏ ଯାଏଁ । ଏଇ ନିକଟରେ
ଭାରତରେ ଯେଉଁ ଗୈରିକ ବିଜୟ ଘଟିଲା, ତାହାର ସ୍ବାଭାବିକ ଉଲ୍ଲାସରେ
ଅନେକେ ଇତିହାସ ପୁନର୍ଲିଖିତ
ହୋଇଗଲା ବୋଲି ଆବେଶରେ ଅଛନ୍ତି । (କିନ୍ତୁ
ଇତିହାସ ମୂକ କଳାପଟାଟିଏ ।ବାରମ୍ବାର
ପୁନର୍ଲିଖିତ ହେବା ତାହାର
ନିୟତି। ସେହି
ପରିପ୍ରେକ୍ଷୀରେ ସେ ଯାହା କହୁଥିଲେ, ତାହା ଏବେ ବହୁ ଦୂରରେ,ଦିଗବଳୟରରେ
ଚିକମିକ୍ ତାରାଟିଏ ଭଳି । ଆମର
ଗୈରିକ ମାର୍ତ୍ତଣ୍ଡ ଏବେ ମଧ୍ୟ ଗଗନରେ । ତେଣୁ ତାଙ୍କର ଔଜଲ୍ୟରେ
ସବୁ ନିହାତି ମ୍ଳାନ ।
ଆଜି ତାରିଖରେ
୧୮୮୩ ମସିହାରେ ସେଠିକାର କବରରକ୍ଷକଙ୍କ ସମେତ ମାତ୍ର ଏଗାର ଜଣ ଲଣ୍ଡନର
ଗୋଟିଏ କବରାଗାରରେ ଏକାଠି ହୋଇଥିଲେ, ତାହାଙ୍କୁ ଭୂମିଗତ କରିବା ପାଇଁ ।
ତାଙ୍କର ନିଜ କଥାଟିଏ ରହିଥିଲା, ତାଙ୍କର ସମାଧୀ-ଲେଖ
ରେ । "ଦାର୍ଶନିକ
ମାନେ ବହୁଭାବରେ ପୃଥିବୀକୁ
ବ୍ୟାଖ୍ୟା କରିଆସିଛନ୍ତି । କିନ୍ତୁ
ଅସଲ କଥାଟି ହେଲା ଏହାକୁ ପରିବର୍ତ୍ତନ
କରିବା ଆବଶ୍ୟକ ।"
ପାର୍ଥୀବ
ପରିବର୍ତ୍ତନର ଏହି ପ୍ରବକ୍ତା
ଜଣକ ନିଜ ଜୀବନ ସାରା କିନ୍ତୁ
ଲୁଚିବୁଲୁଥିଲେ ପୁଲିସ ଆଉ ମହାଜନମାନଙ୍କ ଠାରୁ । ଦେଣାରୁ ରକ୍ଷା
ପାଇବା ପାଇଁ । ପାରିବାରିକ ଜୀବନରେ
ବି ସେ ସେମିତି ଉଦାରବାଦୀ ନଥିଲେ । ନିଜର
ଦ୍ୱିତୀୟ ଝିଅ ଯେତେବେଳେ ଗୋଟିଏ
ଫରାସୀ ବୁଦ୍ଧିଜୀବିକୁ ନିଜର ବର
ହିସାବରେ ବାଛିଲା, ସେତେବେଳେ ସେ
ଏହାର ଘୋର ବିରୋଧ କରିଥିଲେ । ଯଦିଓ
ଏହି ଦ୍ୱିତୀୟ ଜୋଇଁଟି ଶ୍ୱଶୁରଙ୍କର
ବେଶ୍ ଅନୁରକ୍ତ ଥିଲା । ତାଙ୍କର
ଦର୍ଶନ ଦ୍ୱାରା ପ୍ରଭାବିତ ହୋଇ
ଖଣ୍ଡିଏ ବହି ଲେଖିଥିଲା । ବହିର
ଶୀର୍ଷକ ଭାରି ଚମତ୍କାର, "ଅଳସୁଆର
ଅଧିକାର "
ବା
"ରାଇଟ୍ ଟୁ ବି ଲେଜି" ।
ତାଙ୍କର
ସେହି ଦ୍ୱିତୀୟ ଝିଅ ଆଉ ଜୋଇଁଙ୍କ
ମଧ୍ୟ ସମ୍ପର୍କ ଉଦାହରଣ ଦେଲା
ଭଳି ମଧୁର ଥିଲା । ଦୁଇ ଜଣ ଯାକ ନିଜନିଜ ଭିତରେ ଚୁକ୍ତି କରି ଗୋଟିଏ
ଦିନ ଏକାଠି ଆତ୍ମହତ୍ୟା କରିଥିଲେ ।
ଅବଶ୍ୟ ଏହି ହୃଦୟବିଦାରକ ଘଟଣାଟିକୁ
ପ୍ରତ୍ୟକ୍ଷ କରିବା ପାଇଁ ସେ
ନଥିଲେ । ତାଙ୍କର ମୃତ୍ୟୁର ପାଖାପାଖି
ତିନି ଦଶନ୍ଧି ପରେ ଏହା ଘଟିଥିଲା ।
ନିଜ ଜୋଇଁଙ୍କ ବହିଟିକୁ ସେ ଆଗ୍ରହର
ସହ ପଢିଥିଲେ । ପଢିସାରିବା ପରେ
ନିଜର ପ୍ରିୟ ବନ୍ଧୁଙ୍କ ଆଗରେ ସେଇ
ବହି ଉପରେ ମନ୍ତବ୍ୟ ବି ଦେଇଥିଲେ । ସେହି
ମନ୍ତବ୍ୟରୁ ବାରି ହୋଇପଡେ, ଜଣେ
ଶ୍ୱଶୁରର ବାଧ୍ୟ ହୋଇ ସ୍ୱୀକୃତି
ଦେଇଥିବା ଜୋଇଁ ପ୍ରତି ଚାପା
ପଡିଥିବା ରାଗରୁ ଛୋଟ ନିଆଁଝୁଲ
ଟିଏ । ଜୋଇଁ ବା ଜୋଇଁଙ୍କର ସେ ଅଳସୁଆ
ମାନଙ୍କର ଅଧିକାର ବହି ସେମିତି
ପ୍ରସିଦ୍ଧି ପାଇ ନାହିଁ । କିନ୍ତୁ
ତାଙ୍କର ମନ୍ତବ୍ୟ ଏକ ସର୍ବକାଳୀନ
ଉଲ୍ଲେଖଯୋଗ୍ୟ ମନ୍ତବ୍ୟ ହୋଇ ରହି
ଆସିଛି ଆମ ଆଗରେ।
ମନ୍ତବ୍ୟଟି
ହେଲା, "ଏହାକୁ
ଯଦି ମାର୍କ୍ସବାଦ ବୋଲି କୁହାଯାଏ, ତେବେ ଭଗବାନଙ୍କୁ ଧନ୍ୟବାଦ, ମୁଁ
ଜଣେ ମାର୍କ୍ସବାଦୀ ନୁହଁ।" ନିଜ
ସମ୍ପର୍କରେ ସେ ଲେଖିଥିଲେ, "ନିଜ
ପାଖରେ ଏତେ କମ୍ ପଇସା ଥିବା ଜଣେ
ଲୋକ, ପଇସା ଉପରେ ଏତେ ବେଶି କେବେ
ଲେଖିନାହିଁ। "ପୁଞ୍ଜି"
ବହିଟି
ଲେଖିବା ପଛରେ ମୁଁ ଯେଉଁ ସିଗାର୍
ଟାଣିବାର ଖର୍ଚ୍ଚ କରିଛଥିଲି, ତାହା ବହିଟିରୁ ମିଳିନାହିଁ।"
ସେହି
ଚିନ୍ତକଙ୍କ ବିଷୟ ପଢାଇଲା ବେଳେ
ରେଭେନ୍ସା ମହାବିଦ୍ୟାଳୟରେ ଆମର
ବିଖ୍ୟାତ ରାଜନୀତି ବିଜ୍ଞାନର
ଶିକ୍ଷକ, ପ୍ରଫେସର ବିଶ୍ୱମୋହନ
ମିଶ୍ର ଆରମ୍ଭ କରୁଥିଲେ,
"କାର୍ଲ
ମାର୍କ୍ସ ଜଣେ ଇହୁଦୀ, ଜଣେ
ଜର୍ମାନ ଓ ବାପାମାଆଙ୍କର ବହୁ ସନ୍ତାନ
ଭିତରୁ ଜଣେ ।"
ଆଜି
ବି ସାର୍ ଙ୍କର ସେଇ ଶବ୍ଦ ବେଳେ
ବେଳେ ଶୁଭେ ।
No comments:
Post a Comment