ସ୍ୱାଧୀନତା ଆନ୍ଦୋଳନର କବିତା - 'କାହୁଁ ଅଇଲେ ବିଦେଶରୁ ବେପାରୀ'
କବି - ବାଞ୍ଛାନିଧି ମହାନ୍ତି (୧୮୯୭-୧୯୩୮)
![]() |
୧୯୩୦ ଦଶକର ବାଜାର ଆର୍ଟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ହେଲୁ ଆମେ ଭିକାରୀ ।ଘୋଷା।
ସବୁ ସାଇଲେ ହେଲୁ ଆମେ ଭିକାରୀ ।ଘୋଷା।
ଇଂରାଜୀ-ଇରାନୀ-ଜର୍ମାନୀ-ଜାପାନୀ
ଚିନା, କାବୁଲି ଏ ଦେଶ ସେ ପାରି ।୧।
ଚକ ଚକ ଚାଇନା ମାଟିର ବାସନ
ସାରିଦେଲା ବୃତ୍ତି ଦେଶ କଂସାରି ।୨।
ଫରାସୀର ଫେନ୍ସି କାମ - ଜାପାନର ଶସ୍ତା ନାମ
କଟ୍ଲେରି ହୁସିଏରି ସୁଇଟ ସେଣ୍ଟ ପରଫ୍ୟୁମେରି
କାଚ ଶଂଖା ମାରିଦେଲା ଶଂଖାରୀ ।୩।
ନକଲି ଖଦର ଜାପାନ ଚଦର
ଗାନ୍ଧି ଲୁଗାକୁ ହେଲା ଭଗାରି ।୪।
ଉତ୍ସ - ଶ୍ରୀ ଚିନ୍ତାମଣି ବେହେରାଙ୍କର ଦ୍ୱାରା ସଙ୍କଳିତ ତଥା ସମ୍ପାଦିତ 'କବିତା ଯେବେ ଥିଲା ମନ୍ତ୍ର' । ପ୍ରକାଶନର ସ୍ଥାନ ଭୁବନେଶ୍ୱର । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୦୪ ମସିହାରେ ପ୍ରକାଶିତ ।
No comments:
Post a Comment