କବିତା - 'ଗୋଟିଏ ସୁଟ୍ଟା ପରେ'
ସିଦ୍ଧାର୍ଥ ମହାପାତ୍ର
![]() |
କ୍ୟୁବା ଦେଶର ହାୱାନା ନଗର ସ୍ଥିତ ବକାର୍ଡ଼ି କୋଠା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋ ଭିଡ଼ିମୋଡ଼ି ହେଉଥିବା ଅଧା ଭର୍ତ୍ତି ଓଲ୍ଡ୍ ମଙ୍କ୍ ର ବୋତଲ ଭିତରେ
ସୂର୍ଯ୍ୟ
ଅସ୍ତ
ହୁଏ,
ସୋଲାନ
ଇନ୍
ର
ପଞ୍ଚମ
ମହଲାର
ଟେରାସ୍
ରେ
।
ପାଖରେ
କେଉଁଠି
ଗୋଟିଏ,
‘କ୍ଲିକ୍’
ର
ଆୱାଜ୍,
ଆଉ
ପଛରୁ,
କୁନି
କୁନି
ଲିଚୁ
ଆଲୁଅର
ମାଳାଗୁଡ଼ିକ
ମୋ
ଉପରେ
ସେମାନଙ୍କର
ନୀଳ
ବର୍ଷା
କରନ୍ତି
।
ମୁଁ
ଦର୍ଶନ
କରେ
ପବିତ୍ର
ୱେଟର୍
ମାନଙ୍କର
ଛାୟାକୁ,
ଯେଉଁମାନେ
ବାନ୍ତିରେ
ଖୋଜନ୍ତି
ମାଳିକା
ବଚନ
।
ଆଜିର
ରାତ୍ରରେ
ସେମାନେ
ମୋତେ
ପଢ଼ାଇବେ
ମୃତ୍ୟୁର
ପାଠ;
ମୁଁ
ଯେତେବେଳେ
ଗୁରୁଣ୍ଡିବା
ପାଇଁ
କିମ୍ବା
ପାହାଚ
ଭିତର
ଦେଇ
ସିପିଯିବା
ପାଇଁ
ଚେଷ୍ଟା
କରିବି
।
ମୋର
ପ୍ରେମିକା
ଏକ
ଟୋଇଙ୍ଗ
ଗାଡ଼ିରେ
ଆସିବ,
ଆଉ
ମୋର
କଟା
ମୁଣ୍ଡକୁ
ତା’ର
ଛିନ୍ନ
ସ୍ୱପ୍ନଗୁଡ଼ିକ
ସହ
ଟାଣି
ନେବ,
ଗୋଟିଏ
ତାଲାବନ୍ଦ
ସମାଧି
ଭଳି
ଶୋଇବା
ଘରକୁ
;
ଆଉ,
ମୁଁ
ସ୍ୱପ୍ନ
ଦେଖିବି
ନାହିଁ
।
କିନ୍ତୁ
ସେ
ସବୁ
ପାଇଁ
ସମୟ
ବାକି
ଅଛି
।
ବର୍ତ୍ତମାନ
ପାଇଁ
ମୁଁ
ରହିବି
ମୋର
ବନ୍ଧୁ
ସହିତ,
ଯେ
ମୋ
ଭିତରେ
ଅର୍ଦ୍ଧ-ଜୀବିତ
।
ମୁଁ
ବୋତଲକୁ
ଆଉଁସେ
।
ମୁଁ
ଗୋଟେ
ବେତାଳକୁ
ରମିବି
।
ମୁଁ
ଆଉ
ଟିକିଏ
ଆଉଁସେ,
ବୋତଲଟି
ଗଳି
ପଡ଼େ,
ରମ୍
ଇଡ଼ିଯାଏ,
ଛାଇଗୁଡ଼ିକ
ପଟ୍ଟ
ପରିବର୍ତ୍ତନ
କରନ୍ତି
।
ଆଉ
କାଶି
କାଶି
ଗୋଟିଏ
ଦୁନିଆଁ
ପୁଣି
ଫେରିଯାଏ
ତା’ର
ଅନୁକ୍ରମକୁ
।
ବି.ଦ୍ର. - ମୂଳ ଇଂରାଜୀ କବିତାର ଏହି ଅନୁବାଦଟି ୧୨ ମାର୍ଚ୍ଚ ୨୦୧୭ରେ ପ୍ରକାଶିତ ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ଛପାଯାଇଥିଲା ।
No comments:
Post a Comment