Friday, March 31, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୫



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନିଜ ମୁଖ ଦରଶନ ସ୍ୱଚ୍ଛ ଦରପଣେ,
ଦେଖେ ନର ଅବିକଳ ବିଶଦ ଯେସନେ ।

ସୁନିର୍ମଳ ଼ସମୁଜ୍ଜ୍ୱଳ ବୁଦ୍ଧି ଆଦରଶେ
ତେସନେ ଆତ୍ମାର ରୂପ ଦେଖେ ଜ୍ଞାନବଶେ ।

ଅସ୍ପଷ୍ଟ ସ୍ୱପନେ ଯଥା ରୂପ ଅବୟବ
ପିତୃଲୋକେ ଦିଶେ ତଥା ଆତ୍ମା ଅସୌଷ୍ଠବ ।

ରୂପରେଖ ଅଙ୍ଗହୀନ ସଲିଳେ ଆକୃତି 
ଆତ୍ମାର ଗନ୍ଧର୍ବଲୋକେ ତଥା ଅନୁଭୂତି ।

ବ୍ରହ୍ମଲୋକେ ଦିଶେ ଏକା ଆତ୍ମା ପରିଷ୍କାର 
ସ୍ପଷ୍ଟ ବିଲକ୍ଷଣ ଯଥା ଆଲୋକ ଅନ୍ଧାର ।

ବ୍ରହ୍ମଲୋକ ପ୍ରାପ୍ତି ଅତି ଦୁଃସାଧ୍ୟ ଦୁର୍ଲ୍ଲଭ
ବହୁଯାଗ ଯୋଗ ଜ୍ଞାନେ ଲଭେ ତା' ମାନବ । (ନ.ଉ. ୨।୩।୩୬)

No comments:

Post a Comment