Thursday, March 02, 2017

ମହିମା ଭକ୍ତି କବିତା - 'ଦେଖ ଆଦିବ୍ରହ୍ମ ମୂରତି'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଦେଖ ଆଦିବ୍ରହ୍ମ ମୂରତି 
ନିତ୍ୟେ ପଡ଼ୁଅଛି ଆହୁତି
ଚିହ୍ନି ସାଧୁ ସୁଜ୍ଞ ଭଜୁଅଛନ୍ତି ।ଘୋଷା।

କ୍ଷୀର ନୀର ମଧୁଘୃତ ଗୁଡ଼ ସଞ୍ଚା ପଞ୍ଚାମୃତ ।
ଭୁଞ୍ଜାଉଛନ୍ତି ଭଗତେ ମଜାଉଛନ୍ତି ପୀରତି ।୧।

ଚଉଷଠି ସିଦ୍ଧଯୋଗୀ ଧୁନିକି ଅଛନ୍ତି ଜାଗି ।
ପିଉଛନ୍ତି ସୁଧାପାନ ଛେଦିଣ ଲୋଭ ପ୍ରକୃତି ।୨।

ବିଜେ ପ୍ରଭୁ ଜମ୍ବୁଦ୍ୱୀପେ ବାହ୍ୟକୁ ଅତିଥି ରୂପେ ।
ତାରିବେ ଭଗତଗଣ ସାଧି ସପ୍ତଦ୍ୱୀପା ପୃଥ୍ୱୀ ।୩।

ଭରସା ଯେମନ୍ତେ ଅଛି ଅପ୍ରତେ ନ କର କିଛି ।
ଧୁନି ମନ୍ଦିରରେ ଧ୍ୟାନ ନାମ କର୍ମେଣ ଭଗତି ।୪।

ଭଣେ ଭୀମ ଅରକ୍ଷିତା ହୃଦୟ ଛଡ଼ାଇ ଚିନ୍ତା ।
ଜୀବ ଉଦ୍ଧାର ନିମନ୍ତେ ଭଜୁ୍ଅଛି ଦିବାରାତି ।୫।

No comments:

Post a Comment