ପିଲାଙ୍କ ପାଇଁ କବିତା - ବିଲୁଆ ନନା
କବି - ଜଗନ୍ନାଥ ପ୍ରସାଦ ଦାସ
![]() |
ଜାପାନର ନାରାଠାରେ ସେହି ଦେଶର ଶେଷ ବିଲୁଆର ମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଖରା ହେଉଥିଲା ବର୍ଷା ହେଉଥିଲା
ବରବେଶ ହୋଇ ବିଲୁଆ ନନା
ବାହା ହେବ ବୋଲି ବାହାରିବା ବେଳେ
କିଏ ସେ କହିଲା ପଛକୁ ଅନା ।
ପଛକୁ ଅନାଇ ବିଲୁଆ ଦେଖିଲା
ଘରଟି ତାହାର ଗଲାଣି ପୋଡ଼ି
ଠିକ କଲା ତେଣୁ ଏଥର ସେ ଯିବ
ଫାୟାର ବ୍ରିଗେଡ଼୍ ଗାଡ଼ିରେ ଚଢ଼ି ।
ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।
No comments:
Post a Comment