Monday, March 06, 2017

ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୩


ଅରୁଣାଚଳ ପ୍ରଦେଶରେ ଓଉ ଗଛ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କିଏ ମାଇଲା ରେ କିଏ ଧଇଲା
କାହା ବୋଲେ ଗଲୁ ୠଷି,
ଆ'ଣ ପାନିଆ ଖାଙ୍କିବି ମୁଣ୍ଡ
ରଙ୍ଗ ଜାହାଜରେ ବସି ।
କିଏ ମାଇଲା ?
ଓଉଗଛମୂଳେ ବଉ ମାଇଲା
ପାକଲା ଗାମୁଛା ଉଇ ମାଇଲା
ଉ'ଠ କନିଆ ହୁଇ ମାଇଲା
ବରଗଛ ମୂଳେ ବର ଆଇଲା ।  (ଇରମ, ବାଲେଶ୍ୱର)

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment