ସିଦ୍ଧାର୍ଥ ସିଦ୍ଧାର୍ଥ
କେଦାର ମିଶ୍ର
ଏ ପୃଥିବୀର ସବୁଠୁ ଦୁଃଖଦ ଖବର ହେଉଛି ଜଣେ ତରୁଣ କବିର ଅବସାନ । ଉଦୟ ପୂର୍ବରୁ ଅବସାନ ର ଏହି ବିଷାଦକୁ ଗ୍ରହଣ କରିବା ଆଦୌ ସହଜ ନୁହଁ । ସିଦ୍ଧାର୍ଥ ମହାପାତ୍ର, ମାତ୍ର ୨୫ ବର୍ଷର ଜଣେ ତରୁଣ କବି । କବିତା ଲେଖୁଥିଲେ ଇଂରାଜୀରେ । ପ୍ରକାଶ ଅପେକ୍ଷାରେ ଥିଲା ତାଙ୍କର ଏକ ଇଂରାଜୀ ଉପନ୍ୟାସ । ଜୀବନ କଣ ଜାଣିବା ଆଗରୁ, କବିତା ରେ ଜୀବନର ଉତ୍ସବ ଆରମ୍ଭ ହେବା ଆଗରୁ ମରଣ ତାଙ୍କୁ ବରଣ କରି ନେଇଛି । ପଣ୍ଡିଚେରୀ ସମୁଦ୍ର ରେ ବୁଡିଯାଇଥିବା ଏହି ତରୁଣ ଲେଖକ ଆମ ସାହିତ୍ୟର ଏକ ଅଧାଲେଖା କବିତା ।
![]() |
ସିଦ୍ଧାର୍ଥ ମହାପାତ୍ର ଫଟୋ କ୍ରେଡ଼ିଟ - ନିନାଜ଼ ଅଖତର୍ |
ମରିବା
କଣ ଏତେ ସହଜ ? ଏଇ
ଯେମିତି ସମୁଦ୍ରରେ ବୁଡ ପକେଇ
ଉଠି ନ ଆସିବା ? ସିଦ୍ଧାର୍ଥ !
ତମର
ମୃତ୍ୟୁ ଏତେ ସହଜ ଓ ଆକସ୍ମିକ
ହୋଇପାରେ, ସେ କଥା ତମେ କଣ ଭାବିଥିଲ୍ ! ହାଃ
ମୃତ୍ୟୁ !
ମାତ୍ର ଚବିଶ ପଚିଶ ବର୍ଷର ଗଜା
ବୟସରେ ମୃତ୍ୟୁ ! ତମେ
କବି ହେବାକୁ,
ଲେଖକ
ହେବାକୁ ଜୀବନ ଭିତରେ ବାଟ ଭୁଲିଥିବା
ବେଳେ ଏ ଅତାଳତାଳ ମୃତ୍ୟୁ ତମ
ପ୍ରେମରେ ପଡିଲା କେମିତି ?
ଜାଣେନା,
କିଏ
କାହାକୁ ଭଲପାଇ ବରଣ କରିଛି ! ଏମିତି
ଦେଖିଲେ ତମ ନାଁ ସିଦ୍ଧାର୍ଥ
ମହାପାତ୍ର, ପଚିଶ ବର୍ଷର ଗୋଟେ ବାଇୟା ଟୋକା ! ବୟସଠୁ
ଟିକେ ଅଧିକ ବୟସ୍କ ଓ ଅଧିକ ଗମ୍ଭୀର ।
ଯେମିତି ତମେ କାହାକୁ ବି ଖାତିର କରନା,
ଅଥଚ
ସମସ୍ତଙ୍କୁ ଭଲ ପାଅ
।ଏତେ
ସାନ ପିଲା ତମେ,
ଅଥଚ
ତମ କବିତାରେ ଏତେ ଏତେ ମୃତ୍ୟୁର
ସଙ୍କେତ କାହିଁକି ? ଥରେ
ଦୁଇ ଥର ଭାବିଛି,
ସେକଥା
ପଚାରିବି।
ଆଜି ଆଉ ପଚାରିବାର କିଛି ନାହିଁ
।
ତମେ ମୃତ୍ୟୁକୁ ବଞ୍ଚୁଥିଲ ସିଦ୍ଧାର୍ଥ ! ତେଣୁ
ମୃତ୍ୟୁ ତମକୁ ଟାଣିନେଲା ନିଜ
ପାଖକୁ ।
*
ତମ
ସହ ପ୍ରଥମ ଦେଖା ପ୍ରାୟ ତିନି ବର୍ଷ
ତଳେ,
ବାଣୀ
ବିହାରର ଇଂରାଜୀ ବିଭାଗରେ। ପ୍ରଥମ
ଦେଖାରୁ ତମର ବେପରୁଆ ଚାଲି,
ବେଖାତିର ଭାବ ଓ ଆଖିର ଦୃଢତା ବହୁତ ଭଲ
ଲାଗିଥିଲା । ତମେ
ସେଦିନ କବିତାଟିଏ ପଢିଥିଲ ଯାହାକି
ଆମ ସମସ୍ତଙ୍କୁ ଚମକେଇ ଦେଇଥିଲା
। ଲାଗିଥିଲା,
ଏଇ
ଯେମିତି ଗୋଟେ ପ୍ରଚଣ୍ଡ ପ୍ରତିଶୃତି
ବିଜୁଳି ପରି ଚମକି ଉଠୁଚି ।
ତାପରେ
ବହୁ ଥର ଦେଖା ହେଇଛି ।
ତମ କବିତା ଆଉ କିଛି ପଢିଛି । ମଝିରେ
ଶୁଣିଲି,
ତମେ
କୁଆଡେ ଇଂରାଜୀରେ ଗୋଟେ ଉପନ୍ୟାସ
ଲେଖିଛ । ସେ
ଉପନ୍ୟାସ କୁଆଡେ ଗଲା ସିଦ୍ଧାର୍ଥ
? ତମ
ସହିତ ସେ ଉପନ୍ୟାସ ସେଇ ସମୁଦ୍ର
ରେ ବୁଡି ଯାଇଛି କି ?
ମୁଁ
ଜାଣେ,ତମରି
ବୟସରେ ଗୋଟେ ଲେଖକର ଜୀବନ ହେଉଛି
ନିରୋଳ ଦୁଃସାହସ,
ଆଉ
ତମେ ଦୁଃସାହସୀ ଥିଲ ।
ବି.ଟେକ୍. ପାଠ ଛାଡି କବିତାର ପ୍ରେମରେ
ସାହିତ୍ୟ ପଢିବାକୁ ଆସିଥିଲ । ତମର
କବିତା ସେଇ ଦୁଃସାହସର କବିତା,
ଜୀବନ
କୁ ବାଜି ଲଗାଇବାର କବିତା।
ଆଜି
ତମେ ନାହଁ । ପଚିଶ ବର୍ଷ ବୟସର ଜଣେ ଈଶ୍ୱର ସମୁଦ୍ର
ଶୟନ କରିବାକୁ ଆମଠୁ ବିଦାୟ ନେଇଛି । ଏ
ବିଦାୟ ବଡ ଦାରୁଣ ସିଦ୍ଧାର୍ଥ ! ତମର
ବିଦାୟରେ କିଛି ଲେଖିବା,
ନା,
ସେ
ଦୁଃସାହସ ମୋର ନାହିଁ ।
ବିଦାୟ
ସିଦ୍ଧାର୍ଥ,
ବିଦାୟ
ପ୍ରିୟ ତାରୁଣ୍ୟ !
ବିଦାୟ
ପ୍ରିୟ ଈଶ୍ୱର !
No comments:
Post a Comment