ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୭
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କେରାଣ୍ଡି ମାଛର କାତି
ମୋ ପ୍ରେମସୁନ୍ଦର ବାହା ହୋଇ ଯିବ ରେ
ଚନ୍ଦ୍ର ସୂର୍ଯ୍ୟ ବରଯାତ୍ରୀ ।
କଅଁଳ କଖାରୁ ଭାରେ
ମୋ ପ୍ରେମସୁନ୍ଦର ବାହାହୋଇ ଯାଉଥିବ ଲୋ
ତେଲିଙ୍ଗି ବାଇଦ ସାରେ ।
ନଳି କାନିକାର ଗଜ
ମୋ ପ୍ରେମସୁନ୍ଦରର ଯେତେବେଳେ ପାଲିଙ୍କି ସଜ ଲୋ
ଭଗାରି ପାଇବେ ଲାଜ ।
ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮ (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।
No comments:
Post a Comment