ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୬
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବାଇଚଢ଼େଇରେ ବାଇଚଢ଼େଇ
ତୁ ବାଟରେ ନ କର ବସା,
ମୋର କୁନୁବାବୁ ବଡ଼ ଦୁରୁଜନ
ଭାଙ୍ଗିଦେବ ତୋର ବସା ।
ବାଇଚଢ଼େଇରେ ବାଇଚଢ଼େଇ
ତୁ ଯା' ଯା' ତୋ ଘରକୁ
କୁହୁଡ଼ି କାକର ମାଡ଼ି ଆସୁଚି ରେ
ମୋ କୁନି ଟାଙ୍ଗରା ମୁଣ୍ଡକୁ । (ଚଣ୍ଡିଖୋଲ)
ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮ (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।
No comments:
Post a Comment