ମହିମା ଭକ୍ତି କବିତା - 'ଭାସି ଯାଉଛି ପୃଥ୍ୱୀ'
କବି - ଭୀମ ଭୋଇ
ଭାସି
ଯାଉଛି ପୃଥ୍ୱୀ ।
ଡାକ ମହିମାଙ୍କୁ ରହୁ ଧରତି । ଘୋଷା ।
ଡାକ ମହିମାଙ୍କୁ ରହୁ ଧରତି । ଘୋଷା ।
ସାଧୁ
ସୁଜ୍ଞଜନ ଘେନ ମୋ ବଚନ କରୁଅଛି
ବିନତି ।
ଯେଉଁ ଦିନଠାରୁ ଉଦେ
ହେଲେ ଗୁରୁ
ରବି
ତଳେ ଅଛ କେ କେ ଭଗତି ।୧।
ସଂସାର
ପୋଡୁଛି ଆକାଶେ ଉଡୁଛି ଯେସନେ
ଅଗ୍ନିକାନ୍ତି ।
ଜଳ
ବୁନ୍ଦେ ଛିଞ୍ଚ ଦେବାକୁ
କେ ଅଛି
ତିନିପୁର
ମଧ୍ୟେ ହୋଇ ଶକତି ।୨।
ଯେବଣ
ଭଗତ ରଖିବେ ଜଗତ କି ଅବା ଯତି ସତୀ
।
ତିନିପୁର
ମହୀ ସମର୍ପିବେ
ନେଇ
ଶିରେ
ଉଡାଇବେ ଚାମର ଛତି ।୩।
ବେଳୁଁ
ବେଳ ମହୀ ଉତପାତ ହୋଇ ପାପ ହେଲାଣି
ପୃଥ୍ୱୀ ।
ମଦମାଂସ
ଖାଇ ମହାସୁଖ
ପାଇ
ନ
ଜାଣିଲେ କେହି ଦିବସ ରାତି ।୪।
ଧର୍ମକୁ
ସ୍ଥାପନ କର ସର୍ବଜନ ସତ୍ୟଯୁଗେ
ଯେ ରୀତି ।
ଏ
ପିଣ୍ଡ ବ୍ରହ୍ମାଣ୍ଡ ଯେ
କଲେ ନିର୍ମାଣ
ସେ
ଏକା ରଖିବେ ଏ ନବ କ୍ଷିତି ।୫।
ବ୍ରହ୍ମାଣ୍ଡ
ରହିଲେ ପ୍ରଭୁଙ୍କୁ କହିଲେ ମିଳିବ
ବସା ସ୍ଥିତି ।
ପାସୋରିବ
ଦୁଃଖ ଲଭିବଇଁ
ସୁଖ
ଭଣେ
ଭୀମ ହୀନ ପାମର ମତି ।
No comments:
Post a Comment