ଓଡ଼ିଆ ସିନେମା ଗୀତ - 'ପାନ ଗୁଆ ଖଇର ଗୁଆକାତି'
![]() |
ଫଟୋ କ୍ରେଡ଼ିଟ - www.fullodisha.com |
ଚଳଚିତ୍ର - ଜଗାବଳିଆ (୧୯୮୫)
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତ - ସ୍ୱରୂପ ନାୟକ
କଣ୍ଠ - ଦେବାଶୀଷ ମହାପାତ୍ର ଓ ସ୍ୱରୂପ ନାୟକ
ପାନ ଗୁଆ ଖଇର ଗୁଆକାତି,
ଭଲ ବ୍ୟବସାୟ ରାଜନୀତି,
ଶୋଷଣ ସାଙ୍ଗକୁ ପ୍ରିୟାପ୍ରୀତି,
ଆହା କି ସୁନ୍ଦର ରାଜନୀତି । (ଘୋଷା)
ପାଠଶାଠ ପଢ଼ିବା ଦରକାର ନାହିଁ,
କାରଖାନା ବସେଇବା ଦରକାର ନାହିଁ,
ହୋଟେଲ ଖୋଲିବା ଦରକାର ନାହିଁ,
ଏତେ କଷ୍ଟ କରିବା ଦରକାର ନାହିଁ,
ଆଉ, ଯଦି କୋଠା ବାଡ଼େଇବୁ ରାତାରାତି,
ଆହାକି ସୁନ୍ଦର ରାଜନୀତି ।୧।
ବଡ଼ ନେତାଙ୍କ ଲାଙ୍ଗୁଡ଼ ଧରିଥିବୁ,
ସଭାଙ୍କୁ ଲୋକଙ୍କୁ ଟାଣୁଥିବୁ,
ଭୋଟ ବେଳେ ନୋଟ ବାଣ୍ଟୁଥିବୁ,
ପଦେ କଥା ନିତି ଭଜୁଥିବୁ,
(ଆରେ କ'ଣ) ହଟାଅ ହଟାଅ ଏ ଦୁର୍ନୀତି ।୨।
ଯଦି ନେତାଙ୍କ ଆସନ ଟଳମଳ,
କରିଦେବୁ ଗୋଟେ ଗଣ୍ଡଗୋଳ,
ଯଦି ସେଥିରେ ବି ନେତା ଗଲେ ହାରି,
(କ'ଣ କରିବା) ବିରୋଧୀ ଦଳକୁ ଯିବୁ ଚାଲି,
ବାଛିନେବୁ ନୂଆ ଦଳପତି,
ଆହାକି ସୁନ୍ଦର ରାଜନୀତି ।୩।
No comments:
Post a Comment