ମହିମା ଭକ୍ତି କବିତା - 'ଡାକ ନ ଶୁଣ କିମ୍ପାଇଁ'
କବି - ଭୀମ ଭୋଇ
![]() |
ଲିସବନଠାରେ ୧୭୫୫ ମସିହାରେ ସଙ୍ଗଠିତ ଭୂମିକମ୍ପ ଓ ସୁନାମି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଡାକ
ନ ଶୁଣ କିମ୍ପାଇଁ,
ଭବସିନ୍ଧୁ
ଜଳେ ପଡି ଭାସୁଅଛି ମୁହିଁ । ଘୋଷା
।
ଡାକି ଡାକି ଦିବାନିଶି କଣ୍ଠ ଶୁଖିଯାଇ
ଯେସନେ ଚାତକ ପକ୍ଷୀ ତେସନେକ ମୁହିଁ ।୧।
ନିରତେ ଆଶା କରିଛି ହୃଦପଦ୍ମେ ଧ୍ୟାୟି
କିମ୍ପା ନିର୍ଦ୍ଦୟା କରୁଛ ତ୍ରୈଲୋକ୍ୟ ଗୋସାଇଁ ।୨।
ଯା’ର ଆଜ୍ଞାରେ ଚଳୁଛି ତ୍ରିଭୁବନ ମହୀ
ଭକତ ବତ୍ସଳ ବାନା ଅଛ ପରା ବହି ।୩।
ମୁଢ ପାପୀ ଜୀବଆତ୍ମା କିମ୍ପା ଅଛ ରହି
କେ ସହୁ ଏତେ କଷଣ ମର୍ତ୍ତ୍ୟେ ଦେହ ବହି ।୪।
ଦୁଃଖୀ ଦୁଃଖ ଜଣାଉଛି ନ ଶୁଣ କିମ୍ପାଇଁ
ଅଲେଖ ଅବଧୂତ ବାନା କି କରିବ ଥାଇଁ ।୫।
ମୁହିଁ ପାପିଷ୍ଠ ପାମର ଦୁର୍ଜ୍ଜନ ଅଟଇ
ଅପରାଧ କ୍ଷମାକର ବୋଲେ ଭୀମ ଭୋଇ ।୬।
No comments:
Post a Comment