Friday, January 13, 2017

ମହିମା ଭକ୍ତି କବିତା - 'ଅଭୟପୁର ମଣ୍ଡଳ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅଭୟପୁର ମଣ୍ଡଳ, ନାହିଁ ଅନ୍ଧାର ଉଜ୍ଜ୍ୱଳ ।
ଅଜପା ଅଲେଖ ବ୍ରହ୍ମ ନାହିଁ ତାଙ୍କ ସ୍ଥିତି ଠୁଳ ।

ନାମ ଯହିଁରେ ଦୁଆରୀ ଭରସା ଅଛି କାହାରି
ନିରାମୟ ବ୍ରହ୍ମ ଯେହୁ କି ମିଳିବ ସ୍ଥଳ କୂଳ ।୧।

ସୁସତ୍ୟ ଯହିଁରେ ଦୀପ ଲକ୍ଷ୍ୟ ଦେବା କେଉଁ ରୂପ
ଅକଳ୍ପଣା ଅଣାକାର ଆପେ ଆପଣେ ନିର୍ମଳ ।୨।

ଧର୍ମ ଯାର ବାମ କରେ ସେ କି କାହାକୁ ପଚାରେ
ଉଦେଛନ୍ତି ଏତେବେଳେ ବାନା କି ହେବ ବିଫଳ ।୩।

ସେବା ଯାର ନଖ କୋଣ ଭକ୍ତ ହେବ କେଉଁ ଜନ
ପାଇଛ ଦୁର୍ଲ୍ଲଭ ତନୁ ଆଶ୍ରିତ ହୁଅ ସକଳ ।୪।

ମୁକ୍ତି ଯାର ପୃଷ୍ଠ ଭାଗେ ସେ କି ଭାବ ଭକ୍ତିମାର୍ଗେ
ଅଲେଖ ଯେବଣ ପଦ ଅଣ ଆକାରେ କୁଶଳ ।୫।

ଏବେ ସେହୁ ବ୍ରହ୍ମ ଦେଖ ପ୍ରବୁଦ୍ଧ ମୁରତି ରୂପ
କହେ ଭୀମ ଅରକ୍ଷିତ ସମସ୍ତେ ଧରିବା ଚାଲ ।୬।

No comments:

Post a Comment