ମହିମା ଭକ୍ତି କବିତା - 'ବନ୍ଦନା ପାଦପଦ୍ମକୁ'
କବି - ଭୀମ ଭୋଇ
![]() |
ସନ୍ଥ କବି ଭୀମ ଭୋଇ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବନ୍ଦନା
ପାଦପଦ୍ମକୁ,
ଧ୍ୟାୟି ଅରୂପାନନ୍ଦଙ୍କୁ, ଧ୍ୟାୟୀ ସ୍ୱାମୀ ପୟରକୁ । ଘୋଷା ।
ଧ୍ୟାୟି ଅରୂପାନନ୍ଦଙ୍କୁ, ଧ୍ୟାୟୀ ସ୍ୱାମୀ ପୟରକୁ । ଘୋଷା ।
ନଖକୋଣେ
ସୁରାସୁରି ମାଳ
ମାଳ ଛନ୍ତି ପୁରି,
ଅନନ୍ତ
ବାସୁକୀ ଶିରେ ବହିଛି ମକରନ୍ଦକୁ
।୧।
ଶ୍ରୀପୟର
ଦୀର୍ଘ ପ୍ରତି କୋଟିଏ
ମୋର ବିନତି
ଶରଣ
ସୋଦର ପାଦ ନିର୍ଭୟ ଭଲମନ୍ଦକୁ
।୨।
ଗୃହ
କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି
ଜଗତେ
ଜୀବ
ଉଦ୍ଧାର ନିମନ୍ତେ ଭରସା କରି ନାମକୁ
।୩।
କରୁଛନ୍ତି
କର୍ମମାନ ପିତାମାତାଙ୍କ
ବିଧାନ
ପ୍ରାତଃ
ସାୟଂ ଦରଶନ ଘେନି ଚୌଷଠି ବନ୍ଧକୁ
।୪।
ଶ୍ରୀଗୁରୁଙ୍କ
ପାଦତଳ ଫୁଟିଛି
ପଦ୍ମ-କମଳ
ବାସରେ
ଅମାପ ମୂଲ ଘେନ ନାସିକା ରନ୍ଧ୍ରକୁ
।୫।
ଏକାକ୍ଷର
ପାଦ ଚିହ୍ନି ଭଜୁଛନ୍ତି
ବ୍ରହ୍ମଜ୍ଞାନୀ
ଭୀମ
ଅରକ୍ଷିତ ଭଣି ଧ୍ୟାୟି ଅନାଦି
ସିଦ୍ଧଙ୍କୁ ।୬।
No comments:
Post a Comment