ମହିମା ଭକ୍ତି କବିତା - 'ଜାଗିଛନ୍ତି ବ୍ରହ୍ମଅଗ୍ନି'
କବି - ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜାଗିଛନ୍ତି
ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ,
ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା ।
ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା ।
ବ୍ରହ୍ମ
ବେନି ଭାଗ କଲା ଅଧେ
ବ୍ରହ୍ମାଣ୍ଡ ରଚିଲା
ଗୁପତ
ହୋଇ ରହିଛି ଆହୁରି ଖଣ୍ଡେ ।
ଏକ
ବ୍ରହ୍ମ ରୂପ ଗୋଟି ଚାହିଁ
ଚକ୍ଷୁ ଯିବ ଫୁଟି
ଯାହା
ମୁଁ ଦେଖିଛି କିସ କହିବି ତୁଣ୍ଡେ
।୧।
କାଷ୍ଠର
ପାଉଁଶ ନାହିଁ ଧୂମ
ଧୂଆଁ ନ ଦିଶଇ
ଗୁଡ
ଘୃତ ନାହିଁ ହୁତାଶନ ପ୍ରଚଣ୍ଡେ
।
ସାବଧାନ
ହେଲେ ଯାଇଁ ହସ୍ତ
ମାରି ଦେବେ କହି
ଲଲାଟ
ପଟରେ ଲେଖା ହୋଇଛି ମୁଣ୍ଡେ ।୨।
ଶବ୍ଦ
ବ୍ରହ୍ମ ଏକ ରୂପ ସକଳ
ଜୀବଙ୍କ ବାପ
ଆସ୍ଥାନ
ତଳରେ ସେବା ଭକତି ଛିଡେ ।
ବସି
ଅଛନ୍ତି ଅନାଦି ଶୂନ୍ୟ
ଆସନ ସମ୍ପାଦି
ଅଣଶବଦେ
ପ୍ରକାଶ ଅମନ ଦାଣ୍ଡେ ।୩।
ହଜି
ଯାଇଅଛି ସିନା ଉଦେ
କରାଅ ବାସନା
ଯେବଣ
ସୁକୃତ ଅଛି କରମ କାଣ୍ଡେ ।
ନିଗମ
ପଥ ଆବୋରି ଅସାଧନାରେ
ସୁମରି
ଧର
ଦୃଢବନ୍ଧେ ଜୀବ ଥାଉଁ ଏ ପିଣ୍ଡେ
।୪।
ଯେଉଁ
ଜନ ଭକ୍ତ ତା’ର ସେହି
ଜାଣେ ବ୍ରହ୍ମସାର
ଶ୍ରୀପାଦ
ତଳରେ ଶିର କମଳ ମଣ୍ଡେ ।
ଅକ୍ଷୟ
ବ୍ରହ୍ମରେ ମିଶି ଏକରୂପେ
ପ୍ରାୟେ ଦିଶି
ତାକୁ
କେହି ସରି ନୁହେଁ ତିନି ବ୍ରହ୍ମାଣ୍ଡେ
।୫।
ପିନ୍ଧନ୍ତି
ବୃକ୍ଷ ବକଳ ନେତ୍ରେ
ଦେଖୁଛ ସକଳ
ଅତିଥି
ପ୍ରାୟେ ବୁଲନ୍ତି ଧରମ ଦାଣ୍ଡେ
।
କହେ
ଭୀମସେନ ଭୋଇ କେହି
ଅନ୍ତ ପାଇନାହିଁ
ଘୋଡାଇ
ରଖିଛ ଶୂନ୍ୟ ଗୁପତ ଭାଣ୍ଡେ ।୬।
No comments:
Post a Comment