ମହିମା ଭକ୍ତି କବିତା - 'ଅକ୍ଷୟ ଅନନ୍ତ ହେ'
କବି - ଭୀମ ଭୋଇ
ଅକ୍ଷୟ
ଅନନ୍ତ ହେ, ଅଜ୍ଞାନରେ
ମୁଁ ତ ଦିନହରି ।
ମାୟା
ମୋହ ରୂପ ମଣି
ମହାସୁଖ
ଭୁଲୁଅଛି
ଚିତ୍ତ ବଳିକରି । ଘୋଷା ।
ଭୂଷଣ୍ଡ ଯେ
ପକ୍ଷୀ ବେଦ
ଶାସ୍ତ୍ର ବାଛି
(ମ)
ଅକ୍ଷରକୁ ଚିତ୍ତେ
ଧରି ।
ହୃଦପଦ୍ମେ
ଜପ କରି
ଏକରୂପ
ରହିଛି
ବଟେ ଆସନ କରି ।୧।
ଅଗସ୍ତି
ପୁରୁଷ ଜ୍ଞାନ
ଉପଦେଶ
ସହସ୍ର
ଯୁଗ ସାଧନା କରି ।
ପାରି
ହେଲେ ଦ୍ୱନ୍ଦୁ ପିଇ
ସପ୍ତ ସିନ୍ଧୁ
ଅଣାକାରଙ୍କର
ଆଜ୍ଞାକାରୀ ।୨।
ବାଲମିକ
ମୁନି ବାଳୁତ
କାଳରୁ
ଅବଧୂତ
ଦୀକ୍ଷା ଆଶ୍ରେ କରି ।
ଭଜି
ଏକାକ୍ଷର ଫିଟିଲା
ତିମିର
ତେଣୁ
କରି ହେଲେ ବ୍ରହ୍ମଚାରୀ ।୩।
ଶୁକଦେବ
ମୁନି ହେଲେ
ବ୍ରହ୍ମଜ୍ଞାନୀ
ମାତୃଗର୍ଭ
ଜ୍ଞାନ ହେତୁ କରି ।
ମାୟାରୁ
ବାହାର ହେଲେ
ଯୋଗେଶ୍ୱର
ସିଦ୍ଧମୁନି
ଭାବେ ଗଲେ ତରି ।୪।
ମାରକଣ୍ଡ
ଯତି ପ୍ରଳୟ
ଉତ୍ପତ୍ତି
ଭାସି
ଯାଉଥିଲେ ଭବବାରି ।
ଆଣ୍ଟେ
ଦେଲେ ଡାକ ରଖ
ହେ ଅଲେଖ
ରଖିଲ
ଧ୍ରୁବମଣ୍ଡଳ ପୁରି ।୫।
ଦେଖି
ଏହୁ ନ୍ୟାୟ କମ୍ପୁଅଛି
ଦେହ
ବାୟୁର
ଘାତରେ ତୃଣ ପରି ।
ବୋଲେ
ଭୀମ ହୀନ ପାମର
ଅଜ୍ଞାନ
ପାରିକର
ଭବସିନ୍ଧୁ ବାରି ।୬।
No comments:
Post a Comment