ମହିମା ଭକ୍ତି କବିତା - 'ପରଚେ ହୋଇ ପାରିଲେ'
କବି - ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପରଚେ
ହୋଇ ପାରିଲେ ଅଣଆକାରେ ।
ନିଶ୍ଚୟେ
ଭେଟ ପାଇବ ଅମନ ପୁରେ । ଘୋଷା ।
ହାଇ
ଛାଇ ସମସ୍ତଙ୍କୁ କ୍ଷୁଧା
ତୃଷ୍ଣା ଆୟତ୍ତକୁ
ଆଶା
ଭରସା ସବୁଙ୍କୁ ଫିଙ୍ଗିଲେ ଦୂରେ
।
ଅବାଇ
ମଣ୍ଡଳେ ବାଇ ନେଇ
ପାରିଲେ ପୁରାଇ
ତେବେ
ସେ ପ୍ରବେଶ ହେବ ସ୍ୱାମୀ ଛାମୁରେ
।୧।
ପିଣ୍ଡ
ପ୍ରାଣ ତେଜ୍ୟା କରି ଜନ୍ମ
ମୃତ୍ୟୁକୁ ନ ଡରି
କାଳ
ବିକାଳକୁ ନିବାରିଲେ ନିଷ୍ଠାରେ
।
ବ୍ରହ୍ମ
ଅନଳ ଦିହୁଡି ଜାଳି
ଫିଟାଅ କୁହୁଡି
ଅର୍ଗଳୀ
କବାଟ ଫିଟିଯିବ ସଧୀରେ ।୨।
ଅବନ୍ଧା
ବନ୍ଧରେ ପାଣି ବଳାଅ
ଲହଡି ଟାଣି
ଅରୂପାନନ୍ଦ
ସ୍ୱାମୀଙ୍କ ଚରଣ ତଳେ ।
ଚିରକାଳ
ଥିବ ରହି ବ୍ରହ୍ମଅଙ୍ଗ
ତେଜ ବହି
ଉଲଟ
ଉଜାଣି ନଦୀ ସମ୍ପୂର୍ଣ୍ଣ ଭରେ
।୩।
ଅମାପ
ମାପିଲେ ଯାଇ ଅଖାଦ୍ୟ
ପାରିଲେ ଖାଇ
ସାଧୁସଙ୍ଗ
କଲେ ପୂର୍ବ ପାତକ ହରେ ।
ଅକଳ୍ପଣା
ବ୍ରହ୍ମେ ଧ୍ୟାନ ଲୟ
କର ରାତ୍ର ଦିନ
ବଦଳିଲେ
ପିଣ୍ଡ ନୂଆ ନବୀନ ଧରେ ।୪।
ଅଦେଖା
ଦେଖିଲେ ସାର ଅଜପା
ଜପିଲେ ପାର
ଅଚିହ୍ନାକୁ
ଚିହ୍ନି ଭଜ ଅଣରୂପରେ ।
ତରିବାକୁ
ଥିଲେ ଆଶ ନିର୍ବେଦ
କର୍ମରେ ପଶ
ସଦଜ୍ଞାନ
ମୁକ୍ତିପଦ ଗୁରୁ ଦୁଆରେ ।୫।
ଅଲେଖ
ପୁର ଭୁବନ ନାହିଁ
ତହିଁ ବଡ ସାନ
ସମାନରେ
ଦୟା ଦୃଷ୍ଚି ସର୍ବଜୀବରେ ।
ବୋଲେ
ଭୀମ ହୀନ ଦାସ ଅବନା
ମଣ୍ଡଳେ ପଶ
ନିଶୁଣି
ଲଗାଇ ଉଠ ଶୂନ୍ୟ ଶିଖରେ ।୬।
No comments:
Post a Comment