ମହିମା ଭକ୍ତି କବିତା - 'ଯେତେକ ଭକ୍ତ ତୁମ୍ଭର'
କବି - ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେତେକ
ଭକ୍ତ ତୁମ୍ଭର, ହେଉ
ଅଛନ୍ତି ଆତୁର । ପଦ ।
ଛତିଶ
ପାଟକ ଜାତି ଏ
ଧର୍ମରେ ପଶିଛନ୍ତି ।
ଧରି
ସେ ସନ୍ନ୍ୟାସୀ ମୂର୍ତ୍ତି ନ ରହି
ଗୃହ ଭିତର ।୧।
ଦିବା
ନିଶିରେ ରୋଦନ ନ
ପାଇ ସ୍ଥିତି ଆସନ ।
ହୋଇଲେଣି
ରଣଭଣ ବୁଝ ଗୁହାରି ତାଙ୍କର ।୨।
ଶତ୍ରୁ
ମିତ୍ରଠାରୁ ଅତି ନିନ୍ଦାରେ
ହେଲେଣି ପୋତି ।
କେହି
ବୁଝି ନ ପାରନ୍ତି ଦୁଃଖ ଦେଖି
ତାହାଙ୍କର ।୩।
ନ
ପୁଚ୍ଛିଲେ ଜାତି ଗୋତ୍ର ଧରି
ନିରିବେଦ ପଥ ।
କିବା
ନୀଚ ଉଚ୍ଚ ଦୁଇ ସର୍ବକରି ସମାଚାର
।୪।
ଭକତ
ବୃନ୍ଦର ଚିନ୍ତା ବୁଝ
ବ୍ରହ୍ମାଣ୍ଡ କରତା ।
ଅନ୍ତର୍ଯ୍ୟାମୀ
ହୋଇ ପରା କରୁଅଛ କି ବିଚାର ।୫।
ବେନି
ନେତୃ ଧାର ବହି ଶ୍ରୀଗୁରୁ
ଛାମୁରେ କହି ।
ଭଣେ
ଭୀମ ଅରକ୍ଷିତ ଜଣାଉଛି ନିରନ୍ତର
।୬।
No comments:
Post a Comment