ମହିମା ଭକ୍ତି କବିତା - 'ବିନା ଭକତିରେ ହେ'
କବି - ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବିନା ଭକତିରେ ହେ, ପ୍ରାପତ ନୁହଇ ସଦଜ୍ଞାନ ।
ଏ
ଦୁର୍ଲ୍ଲଭ ତନୁ ଗୁରୁସେବା
ବିନୁ
ବର୍ତ୍ତିବ
ସଂସାରେ କେଇଁ ଜନ । ଘୋଷା ।
ହେତୁ
ଚେତା ରଖି ପିଣ୍ଡ
ପ୍ରାଣ ବିକି
ପଦ୍ମ
ପାଦ ତଳେ ଥିଲେ ମନ ।
ଅନ୍ତେ
ଗତି ମୁକ୍ତି କାରଣ
ଲଭନ୍ତି
ବିକାଶିବ
ତେବେ ପୂର୍ବ ପୂଣ୍ୟ ।୧।
ଡର
ଭୟ ନିନ୍ଦା ସ୍ତୁତି
ହାନି ଲାଭ
ଏଡିଲେ
ଲଡ୍ଡାଦି ମୋହ ମାନ ।
ଧନ
ଦାରା ସୁତ ଦୁହିତା
ସମର୍ପି
ଶ୍ରୀଗୁରୁ
ଛାମୁରେ ଦେଲେ ଦାନ ।୨।
ଦୁଃଖ
ସୁଖ ଫନ୍ଦା ବୃତ୍ତି
କର୍ମ ଧର୍ମ
ଦେଇ
ଖଟିଥିବ ଅନୁକ୍ଷଣ ।
ଚିତ୍ତ
ମତି ଚିହ୍ନି ଅନ୍ତର୍ଗତେ
ଜାଣି
ତେବେ
ସିନା ହେବ ସୁପ୍ରସନ୍ନ ।୩।
ସଦଗୁରୁ
ପାଦେ ଚିତ୍ତ
ଅପ୍ରମାଦେ
ସେବା
କରି ବଞ୍ଚୁଥିବ ଦିନ ।
ଆପେ
ତରି ଗୃହ- ଜନଙ୍କୁ
ତାରିବ
ସପତ
ପୁରୁଷ ଉଦ୍ଧାରଣ ।୪।
ନିଜ
ରୂପ ଉଦେ ଆତ୍ମଜ୍ଞାନ
ଭେଦେ
ଅନନ୍ତ
ଅରୂପ ନାରାୟଣ ।
ସ୍ୱଦେହେ
ଭଜିଲେ ସତ୍ୟରେ
ମଜ୍ଜିଲେ
ନିଷ୍କାମରେ
ଫଳେ ନିରିଗୁଣ ।୫।
ସେ
ଯେ ଅନାଦି ମହା
ଶୂନ୍ୟ ପୁରୁଷ
ଭକ୍ତଙ୍କ
ହିତ ଜୀବନ ଧନ ।
ବୋଲେ
ଭୀମ ଭୋଇ ସେବା
ଭକ୍ତି ଦେଇ
ଶ୍ରୀଗୁରୁଙ୍କୁ
କରି ଦରଶନ ।୬।
No comments:
Post a Comment