ଜଙ୍ଗଲଦେବତା ନା ଜଙ୍ଗଲର ଦେବତା
ପୁଷ୍ପାଞ୍ଜଳି
ଶତପଥି ଓ ସାଥୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆଦିବାସୀମାନେ
ପାରମ୍ପରିକ ଭାବରେ ପ୍ରକୃତିର
ପୂଜକ ।
ବନଭୂମିର ବିଭିନ୍ନ ସ୍ଥାନ,
ପାହାଡ଼,
ପଶୁପକ୍ଷୀ,
ବୃକ୍ଷଲତା
ଓ ତୋଟା
ଇତ୍ୟାଦି
ସେମାନଙ୍କର
ଦେବତା । ଏହି
ପ୍ରକୃତି ପୂଜାର ଏକ ପ୍ରକୃଷ୍ଟ
ଉଦାହରଣ ଭାବରେ ଆମେ ନିୟମଗିରିକୁ
ନେଇପାରିବା । ନିୟମଗିରିର
ଡଙ୍ଗରିଆ କନ୍ଧମାନେ
ଏହି
ପର୍ବତକୁ
ସେମାନଙ୍କର
ଦେବସ୍ଥଳୀ ଭାବରେ
ଆବାହମାନ
କାଳରୁ ଜ୍ଞାନ କରି
ଆସିଅଛନ୍ତି।
ଏହି
ପର୍ବତର ନଈ,
ଝର,
ଡଙ୍ଗର,
ମୁଣ୍ଡିଆ
ଓ ଗଛଲତା ଗୁଡ଼ିକର ସେମାନେ ପୂଜା
କରନ୍ତି । ବକ୍ସାଇଟ ଖନନ ପାଇଁ ବେଦାନ୍ତ କମ୍ପାନୀର
ସତତ
ଚେଷ୍ଟା
ସତ୍ତ୍ୱେ ସେମାନେ ନିୟମଗିରିକୁ
ଛାଡ଼ିବାପାଇଁ ରାଜି ନୁହନ୍ତି
। ଡଙ୍ଗରିଆ କନ୍ଧମାନଙ୍କର ଲଢ଼େଇ,
କେନ୍ଦ୍ର
ସରକାରଙ୍କ ଦ୍ୱାରା ଆଗତ ଜଙ୍ଗଲ
ଅଧିକାର ଆଇନ (୨୦୦୬),
ଓ
ତାହାରି ଆଧାରରେ ଉଚ୍ଚତମ ନ୍ୟାୟାଳୟର
ଆଦେଶ
ଯୋଗୁଁ
ବର୍ତ୍ତମାନ
ପର୍ଯ୍ୟନ୍ତ ନିୟମଗିରି ସୁରକ୍ଷିତ
ରହିଛି । ଆଦିବାସୀମାନଙ୍କର
ଧାର୍ମିକ
ବିଶ୍ୱାସ,
ସଂସ୍କୃତି,
ପ୍ରଥା
ଓ
ପରମ୍ପରାକୁ
ସୁରକ୍ଷିତ ରଖିବାପାଇଁ,
ସେମାନଙ୍କର
ଆବାସସ୍ଥଳୀ ଓ ତତ୍ ସନ୍ନିବେଶିତ
ଅଞ୍ଚଳରେ ପ୍ରଥା ଅନୁମୋଦିତ ସମସ୍ତ
ଅଧିକାରର ପୂର୍ଣ୍ଣ ବ୍ୟବହାର
ସହିତ ତାକୁ ସଂରକ୍ଷିତ ରଖିବା
ନିମନ୍ତେ
ଏହି
ଆଇନର
ପ୍ରାବଧାନଗୁଡ଼ିକର
ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି
। କେବଳ
ନିୟମଗିରି ନୁହେଁ,
ପ୍ରାୟତଃ
ଆଦିବାସୀ
ଅଞ୍ଚଳରେ ପ୍ରକୃତିକୁ ସୁରକ୍ଷିତ
ରଖିବା ଓ ତାହାରି ସହିତ ଏକାତ୍ମ
ହୋଇ ରହିବାର ଆଧ୍ୟାତ୍ମିକ
ଧାରା ତଥାକଥିତ
ମୁଖ୍ୟଧାରାର ହିନ୍ଦୁ ପରମ୍ପରା
ଅନୁଯାୟୀ
ନେଇ ମନ୍ଦିର ପ୍ରତିଷ୍ଠା ଓ ସେଥିରେ
ଦେବତାଙ୍କୁ ପୂଜିବାର ଅବଧାରଣାରୁ
ସମ୍ପୂର୍ଣ୍ଣ ଭିନ୍ନ । ସେକ୍ରେଡ଼୍
ଗ୍ରୋଭ୍
ର(ପବିତ୍ର
ସ୍ଥଳୀ)
ନାମକରଣ
ଆଦିବାସୀର ନିଜସ୍ୱ ନୁହେଁ ।
ଓଡ଼ିଶାର
ଆଦିବାସୀମାନେ
ନିଜର
ପ୍ରାକୃତିକ ଉପାସନାସ୍ଥଳୀକୁ
ଭିନ୍ନ ଭିନ୍ନ ନାମରେ ନାମିତ
କରିଥାନ୍ତି:
ଏଗୁଡ଼ିକ
ହେଲା -
ଜାହିରା,
ଜନ୍ତାଳ,
ସର୍ନା,
ପାଟ
ଓ
ବୋଡ଼ାମଶାଳ,
ଇତ୍ୟାଦି
। ତେବେ ଆଦିବାସୀଙ୍କ ସହିତ
କର୍ମରତ ମୂଖ୍ୟଧାରାର
କିଛି
ଲୋକେ
ଆଦିବାସୀମାନଙ୍କର
ପ୍ରାକୃତିକ
ଆରାଧନାସ୍ଥଳଗୁଡ଼ିକର
ନାମକରଣ
ଏହିପରି ଭାବରେ କରିଛନ୍ତି ।
ମାତ୍ର ସମସ୍ତ ଆଦିବାସୀ ଅଞ୍ଚଳରେ ଏଭଳି ଅଭିନବ ମାତ୍ର ତର୍କସଙ୍ଗତ ନାସ୍ତିବାଚକ ଉତ୍ତର ଦେବାପାଇଁ ଗ୍ରାମବାସୀମାନେ ହୁଏତ ସେତିକି ସଚେତନ ବା ନିର୍ଭୟ ନହୋଇ ପାରନ୍ତି । ଏହି ଯୋଜନାକୁ ଚଳାଇବା ପାଇଁ ଉପରସ୍ଥରର ସରକାରୀ ନିର୍ଦ୍ଦେଶ ଆସିଛି ବୋଲି କହି ଏହାକୁ କାର୍ଯ୍ୟକାରୀ କରାଇ ନେବା ପାଇଁ ବନବିଭାଗ ଚେଷ୍ଟାକରିପାରେ । ସବୁ ସମୟରେ ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ବିଭିନ୍ନ ଯୋଜନା ଉପରସ୍ତରରେ ପ୍ରସ୍ତୁତ କରି ଆଦିବାସୀମାନଙ୍କ ଉପରେ ଲଦି ଦିଆ ଯାଇଛି। ବର୍ତ୍ତମାନ ସେମାନଙ୍କ ଧାର୍ମୀକ ପୂଜାପୀଠ ମଧ୍ୟ ସେଥିରୁ ବାଦ ଯାଉନାହିଁ । ଉନ୍ନତିକରଣ ନାମରେ ଏହା ବାହ୍ୟ ସଂସ୍କୃତିର ଅନୁପ୍ରବେଶ ମାତ୍ର । ଅବହେଳିତ ସରଳ ଆଦିବାସୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବା ପଛରେ ଯେ ସରକାରଙ୍କର କମ୍ପାନୀପ୍ରେମ ରହିଛି, ସେହି ସତ୍ୟକୁ ବୋଧେହୁଏ ଆମକୁ ସ୍ୱୀକର କରିବାକୁ ପଡ଼ିବ । ହୁଏତ ଆରଧନାସ୍ଥଳୀର ଅଧିକାର ନାମରେ ରାଜ୍ୟରେ ଆହୁରି ନିୟମଗିରିର ସୃଷ୍ଟି ହେବ ଓ କମ୍ପାନୀମାନଙ୍କର ପ୍ରବେଶକୁ ପ୍ରତିରୋଧ କରିବ, ଏହି ଆଶଙ୍କାର ଭିତ୍ତିରେ ପବିତ୍ରସ୍ଥଳର ସମନ୍ୱିତ ବିକାଶ ଯୋଜନା କାର୍ଯ୍ୟକାରୀ କରି ଉକ୍ତ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତ କରିବା ଓ ସୀମାରେଖା ଅଙ୍କନ କରିବାର ଚଞ୍ଚକତା କରାଯାଉଛି । ବନ ବିଭାଗର ଲୋକବିରୋଧି ଆଚରଣ ଆଦିବାସୀମାନଙ୍କର ଅଧିକାରକୁ ସୀମାବଦ୍ଧ (ପାଚେରୀବଦ୍ଧ) କରି କମ୍ପାନୀମାନଙ୍କର ପ୍ରବେଶ ନିମନ୍ତେ ସମ୍ଭାବ୍ୟ ସୁଯୋଗ ସୃଷ୍ଟି କରୁଛି । ତଥାପି ନିୟମଗିରିର ସୁରକ୍ଷା ପ୍ରଚେଷ୍ଟା, ଅନ୍ୟ ଆଦିବାସୀ ସମୁଦାୟଗୁଡ଼ିକୁ ସେମାନଙ୍କ ଅଧିକାର ପ୍ରତି ଜାଗ୍ରତ କରିବା ସହିତ ପରିବେଶ ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ଯେ ଅନୁପ୍ରାଣିତ କରିବ ସେଥିରେ ସନ୍ଦେହ ନାହିଁ।
ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୧୦ ନଭେମ୍ବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ ଛପା ହୋଇଥିଲା ।
No comments:
Post a Comment