ମହିମା ଭକ୍ତି କବିତା - 'ଦେଖ ସ୍ୱାମୀ ଏ ସଂସାର'
କବି - ଭୀମ ଭୋଇ
୧୮୬୦ ଦଶକର ବଙ୍ଗାଳୀ ସୁଫି ଫକୀର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଦେଖ
ସ୍ୱାମୀ ଏ ସଂସାର ।
ହୋଇ
ଯାଉଅଛି ନାରଖାର ଯେ । ଘୋଷା।
ସ୍ଥାବର
ଜଙ୍ଗମ କୀଟାଦି ପତଙ୍ଗ ସର୍ବେ
କଲେ ଅବିଚାର ।
ଆତ୍ମହିଂସା
କରି କପଟ ଆଚରି ହୋଇଲେଣି ପରାପର
ଯେ । ୧।
ଛତିଶ
ପାଟରେ ଅକର୍ମ ବାଟରେ କଲେଣି ଅଣ
ଆଚାର ।
ପରଧନ
ପରନାରୀ ଚୋରିକରି ଅସତ୍ୟ କହି
ସଭାର ଯେ । ୨।
ପର୍ବତ
ପରାୟେ ଆପଣାର ଦେହେ ବହିଲେଣି
ପାପଭାର ।
ପିତା
ତୁଲେ ଝିଅ ମାତା ତୁଲେ ପୁଅ ସୁଖେ
କରୁଛନ୍ତି ଘର ଯେ । ୩।
ପଣ୍ଡିତମାନେ
ଅବିବେକ ହେଲେଣି ଜ୍ଞାନିମାନେ
ବେଶ୍ୟାପୁର ।
କେହି
କାହାରି ଜାତିକୁଳ ନ ରଖି ହୋଇଲେଣି
ଏକାକାର ଯେ । ୪।
ଗୁରୁଠାରୁ
ଶିଷ୍ୟ ହୋଇ ଅବିଶ୍ୱାସ ମହାଜନମାନେ
ଚୋର ।
ସାଆନ୍ତ
ପାଖରୁ ସେବକ ପରାଣୀ ପଳାଇ ଗଲେଣି
ଦୂର ଯେ । ୫।
ଧର୍ମମାନ
ଲଂଘି ପାଦେ ଶିରୀ ଫିଙ୍ଗି ମିଥ୍ୟା
କହି ନିରନ୍ତର ।
କହେ
ଭୀମଭୋଇ ପିଣ୍ଡ ବ୍ରହ୍ମାଣ୍ଡକୁ
ଦୟାରେ ଉଦ୍ଧରି ଧର ଯେ । ୬।
No comments:
Post a Comment