ମହିମା ଭକ୍ତି କବିତା - 'ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ'
କବି - ଭୀମ ଭୋଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ ?
ଏମନ୍ତ ବ୍ରହ୍ମ ସ୍ୱରୂପ ଦେଖା ନ ଯାଏ । ଘୋଷା ।
ନାହିଁ ତାଙ୍କ
ପେଟ ଅଣ୍ଟା ଫିଟାଇ
କହୁଛି ଗୋଟା
ନରଦେହ ବହି
ତାଙ୍କୁ କଳିବା ନୁହେଁ ।
ତାଙ୍କ ପରି
ଶାନ୍ତି ପଣେ ତ୍ରିଭୁବନେ
ନାହିଁ ଜଣେ
ନିନ୍ଦା ସ୍ତୁତି
ହାନି ଲାଭ ସକଳ ସହେ ।୧।
ଭକ୍ଷଣ ନାହିଁ
ଆହାର ରଜ
ବୀର୍ଯ୍ୟରୁ ବାହାର
କ୍ଷୁଧା ତୃଷ୍ଣା
କଲେ କ୍ଷୀର ନୀର ନ ପିଏ ।
ନ ଲାଗଇ ଅଙ୍ଗେ
ଧୂଳି ବିରାଜି
ଦିଶନ୍ତି ଝଳି
ନିଦ୍ରା ଘୁମାଇଲେ
ଉଭା ଆସନେ ଶୁଏ ।୨।
ଇଚ୍ଛାରେ ଆସନ୍ତି
ଭ୍ରମି ଭକତ
ଭାବକୁ ପ୍ରେମୀ
ଶୁଣି ଚାହିଁବାକୁ
କର୍ଣ୍ଣ ଚକ୍ଷୁ ନ ଥାଏ ।
ନାହିଣ ମୁଖ
ଜିହ୍ୱା ନାସା ଉତ୍ତର
ନ ଦିଏ ଭାଷା
ଆଗ ପଛ ଜାଣି
ଧୀରେ ସମୀରେ ରହେ ।୩।
ଉଲଟ ପାଲଟ
ନୋହି ମହା
ଶୂନ୍ୟ ଶୂନ୍ୟ ଦେହୀ
ମୁଖବାଟେ ଜିହ୍ୱା
କଣ୍ଠେ ବଖାଣି ନୋହେ ।
ସଦାଜୟ
ପୂର୍ଣ୍ଣାନନ୍ଦ ପାଇଲେ
ଚରଣେ ବନ୍ଦ
ନିରନ୍ତରେ
ଆଜ୍ଞା ତିନିପୁରେ ଉଦୟେ ।୪।
ନାହିଁ ତାଙ୍କ
ବର୍ଣ୍ଣ ଚିହ୍ନ ଅଶେଷ
ରୂପରୁ ଭିନ୍ନ
ସକଳ କର୍ମ ବିଧାନ
କରନ୍ତି ନ୍ୟାୟେ ।
ଆସିବା ଯିବା
ହେଉଛି କରି
ସର୍ବ କରାଉଛି
ନିଷ୍କାମ ଯୋଗରେ
ନିଜ ନାମକୁ ଥୁଏ ।୫।
ସେ ବ୍ରହ୍ମର
ତେଜ ଝାସେ ରହି
ନ ପାରୁଛି ପାଶେ
ଅନୁଭବ ପଦ ମାତ୍ର
କରିଛି ଲୟେ ।
ବୋଲେ ଭୀମସେନ
ଭୋଇ ପୂର୍ବଦିଗେ
ଛନ୍ତି ରହି
ଦୁଃଖ ସୁଖ ଜଣାଇବି
ଭେଟିଲେ ପ୍ରାୟେ ।୬।
No comments:
Post a Comment