Monday, January 02, 2017

ମାନବତାର କାହାଣୀ

ଲେଖକ - ହେନରିକ ୱିଲେମ ଭାନ ଲୁନ (୧୮୮୨-୧୯୪୪) 

ହେନେରିକ ୱିଲେମ ଭାନ ଲୁନ ଜଣେ ଓଲନ୍ଦାଜ-ଆମେରିକୀୟ ଐତିହାସିକ, ସାମ୍ବାଦିକ ଓ ଶିଶୁ ସାହିତ୍ୟିକ ଥିଲେ ।


ଅନୁବାଦକ – ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚିତ୍ରକଥା ବା ଅନୁବାଦକଙ୍କର ନିଜକଥା
ଏଠାରେ ଯେଉଁ ସ୍ଥାପତ୍ୟଟି ସଂଲଗ୍ନ ତାହା ରୋମୀୟ ଦେବତା ଜାନଙ୍କ ଦ୍ବାରା ଅନୁପ୍ରେରିତ । ଜାନସଙ୍କ ର ଦୁଇଟି ମୁଣ୍ଡ: ଗୋଟିଏ ଅତୀତକୁ ଚାହିଁଥିଲା ବେଳେ, ନ୍ୟଟି ଭବିଷ୍ୟତ କୁ ଚାହିଁରହିଥାଏ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ଏହି ସ୍ଥାପତ୍ୟ ଦେବତା ଜାନସଙ୍କର ଭଳି ଦେଖାଗଲେ ବି ପ୍ରକୃତରେ ଏହା ଦୁଇଜଣ ଐତିହାସିକଙ୍କର । ଜଣେ ଇତିହାସର ଜନକ ହେରୋଡଟସ ଓ ଅନ୍ୟ ଜଣକ ଥୁକିଡାଇଡିସ୍। ଏଇ ଚିତ୍ରଟିକୁ ଉପସ୍ଥାପିତ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏହି ଅଧ ଅଛି ।

ଆଜି ଯେତେବେଳେ ନିଜକୁ ଠିକ ଆଉ ଅନ୍ୟକୁ ଭୂଲ ବୋଲି ଅତ୍ୟନ୍ତ ଆବେଗର ସହ ଐତିହାସିକ ପ୍ରବଚନମାନ ସମସ୍ତଙ୍କ ଆଗରେ ଦେବାର ପ୍ରୟାସ ହେଉଛି, ତାହା ଭୂଲ ଆଉ ଠିକ ଭିତରେ ଶତୃତା ବଢୁଛି । ଭୂଲ କରିଦେଲେ ବା ପରାସ୍ତ ହୋଇଗଲେ ଗୋଟିଏ ବ୍ୟକ୍ତି ବା ଜାତି ଚିରକାଳ ଅନ୍ୟର ପଦତଳେ କାହିଁକି ରହିବ ? ଇତିହାସରେ ବିଜେତାର ବୀଜବିକ୍ଷେପୀ ଏଇ ବିବେଚକ ମାନଙ୍କୁ କେଉଁ ପ୍ରକାରର ମାନବବାଦୀ ବୋଲି କହିବା ? ସାମ୍ନାର ଅନ୍ଧାରରେ ଭଲକରି ବାଟ ଦେଖିବା ପାଇଁ ଇତିହାସ ଆମକୁ ଶିକ୍ଷା ଦେଉ। (ସବୁବେଳେ ଅଧୀନ ଏଇ ଧାଡିଟି ତଳେ ନାଲିଗାର ଦେବ )


ଆଦ୍ୟକଥନ

ଅତିଦୂରରେ, ଉତ୍ତରରେ, ସଭିଜୋଡ ବୋଲି ଜେଗାଟିଏ ଅଛି । ଆଉ ସେଇଠାନେ ଅଛି ପଥର ଖଣ୍ଡିଏ । ଶହେ ମାଇଲି ଚଉଡା ଆଉ ଶହେ ମାଇଲିଏ ଉଚ୍ଚା । ହଜାର ବରଷରେ ଥରେ ଚଢ଼େଇଟିଏ ସେଇଠିକୁ ଆସେ ତାହାର ଥଣ୍ଟରେ ଶାଣ ଦେବା ପାଇଁ । ଏହିପରି ଭାବରେ ଯେଉଁଦିନ ପଥର ଖଣ୍ଡକ ପୁରାପୁରି କ୍ଷୟ ହୋଇଯିବ ସେଇଦିନଟି ହେଉଛି ଅମରତ୍ୱର ଦିନଟିଏ ମାତର

କ୍ଷେତ୍ର ପ୍ରସ୍ତୁତି

ଆମେମାନେ ଗୋଟିଏ ରାକ୍ଷସ ପ୍ରମାଣ ପ୍ରଶ୍ନର ଛାଇରେ ବଞ୍ଚିଛୁ ।

ଆମେ କିଏ ?
ଆମେ କେଉଁଠୁ ଆସିଲୁ ?
କେଉଁଠିକୁ ଯିବୁ ଆମେ ?

ପହିଲେ ଆସ୍ତେ ଆଉ ତାହାପରେ ଧିରେ ଧିରେ ସାହସ ବାନ୍ଧି ଆମେ ସେ ପ୍ରଶ୍ନକୁ ଠେଲି ଠେଲି ଦୂରକୁ, ଏପରିକି ଦିଗବଳୟ ବାହାରକୁ, ନେଇଗଲୁ ଆଉ ଭାବିଲୁ ବୋଧହୁଏ ଆମର ଉତ୍ତର ମିଳିଯିବ ସେଇଠୁ । ହେଲେ, ଆମେ ବେଶି ଦୂରକୁ ଯାଇପାରିନାହୁଁ । ଆମେ ସେମିତି ବେଶିକିଛି ଜାଣିପାରିନାହୁଁ କିନ୍ତୁ ଏମିତି ଜାଗାରେ ଆସିପହଞ୍ଚିଛୁ, ଯେଉଁଠାରୁ ସଠିକ ଭାବରେ ଆମେ ଢେର କିଛି ଅନୁମାନ କରିପାରିବୁ। 
ଆମେ ଯେଉଁ ସମୟର ପ୍ରତିନିଧିତ୍ୱ କରୁ, ସେଇ ସମାନ ସମୟରେ ଅନ୍ୟାନ୍ୟ ପ୍ରାଣୀମାନେ ବି ଥିଲେ ଏଇ ଆମର ପ୍ରିୟ ଗ୍ରହରେ ।ମଣିଷମାନେ ଶେଷରେ ଆସିଲେ କିନ୍ତୁ ପ୍ରଥମେ ନିଜ ବୁଦ୍ଧି ଖଟେଇ ଯେତେ ସବୁ ପ୍ରାକୃତିକ ଶକ୍ତି ଅଛି ତାହାକୁ ଜିତି ପାରିଲେ । ସେଇଥି ପାଇଁ ଆମେ ସେମାନଙ୍କୁ କେବଳ ପଢିବା; ବିରାଡି, କୁକୁର, ଘୋଡା ଅବା ଅନ୍ୟ ଯେକୌଣସି ଜୀବଜନ୍ତୁଙ୍କର ଐତିହାସିକ ବିକାଶ ଯେତେ ଚମତ୍କାର ହୋଇଥାଉ ପଛକେ ।

No comments:

Post a Comment