Monday, January 09, 2017

ମହିମା ଭକ୍ତି କବିତା - 'ବୋଲାଅ ଅତିଥି ବେଶ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ବୋଲାଅ ଅତିଥି ବେଶ, ଦୁଃଖ ମୁଁ କହିବି କିସ । ପଦ।

ଦେଖିଣ ଅଦ୍ଭୁତ ରୂପ ମନକୁ ଲାଗୁଛି ତ୍ରସ୍ତ
ଚିଆଁ ଚଇତନ ଜୀବ ଉଡି ଯାଉଛି ଆକାଶ ।୧।

ନ ଭୁଞ୍ଜିଣ ଛଡରସ, ତେଜି ଶୁକ୍ଳ ଝୀନବାସ
ଭୂମି ଆସନେ ଶୟନ ଅଙ୍ଗକୁ ହେଲାଣି ପ୍ରାସ ।୨।

ରହୁ ନବଖଣ୍ଡ ମହୀ ଧର୍ମବଳେ ରକ୍ଷାପାଇ
କଷା ବସ୍ତ୍ର ଆଭରଣ ଧର୍ମ ହେଲାଣି ପ୍ରକାଶ ।୩।

ଦିବସ ରଜନୀ ତହିଁ କ୍ଷଣେ ଦଣ୍ଡେ ସୁସ୍ଥ ନାହିଁ
ଦେଖି ବୁଦ୍ଧ ଅବତାର କାନ୍ଦୁଛନ୍ତି ତୁମ୍ଭ ଦାସ ।୪।

ଛପ୍ନା କୋଟି ଜୀବଜନ୍ତୁ ଯେଉଁ ପୁରୁଷର ହେତୁ
ଚାହିଁଦେଲେ ପରିତ୍ରାଣ ଆଜ୍ଞାରେ ପୁର ଏକ୍ୱୈଶ ।୫।

ଉତ୍ତରାଇ ଜଟାଭାର ଲାବଣ୍ୟ ମୂରତି ଧର
ଭଣେ ଭୀମ ଅରକ୍ଷିତ ରତ୍ନ ସିଂହାସନେ ବସ ।୬।

No comments:

Post a Comment