Friday, January 20, 2017

କବିତା - 'ଭାଙ୍ଗିଲାଣି ଆଜି ଗୋରାଙ୍କର ଜିଅଲଖାନା'


ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬)


'ବଣିଆ ଟୋକା' - ୧୯୧୮ ମସିହାର ଚିତ୍ର
ଖେଡ଼ା ଓ ଚମ୍ପାରଣ ସତ୍ୟାଗ୍ରହ ସମୟର

ଦେଖ ଦେଖ ଭାଇ ଭାଙ୍ଗିଲାଣି ଆଜି
ଗୋରାଙ୍କ ଜିଅଲ ଖାନା ହେ
କାଲିର କାଇଦା ନାହିଁ ଆଜି ଆଉ
ପଶନ୍ତି ସ୍ୱରାଜ ସେନା ହେ ।

ଚିହ୍ନିଲାଣି ସରକାର,
ଲାଭହାନି ପୁଣି କେତେ କାର ହେ ।

ଜଗବନ୍ଧୁଙ୍କର ଦେଉଳ-ଦରଜା
ହୋଇଛି କାରା-ଫାଟକ ହେ
ପଶୁଛନ୍ତି, ଆସୁଛନ୍ତି ନିତିନିତି
ଯାତ୍ରୀଙ୍କ ସମାନ ଦେଖ ହେ ।
ଆମ୍ଭ ରାଜବନ୍ଦୀ ଗଣ
ଆଉ ନାହିଁ ସେ ପୁରୁବ ଟାଣ ହେ ।

ବଣିଆ ଟୋକା ଉଠାଇ ଦେଲାଣି
ଜିଅଲଖାନାର ଡ଼ର ହେ 
ଦେଶ କାମ କରି ପଶ ଯା' ତହିଁରେ 
ବରଷକ ଦଶ ଥର ହେ ।
ସରକାର ବିଷ ଦାନ୍ତ ଏକା
ଝାଡ଼ିବାର ସେହି ପଥ ହେ ।

No comments:

Post a Comment