ମହିମା ଭକ୍ତି କବିତା - 'ନିରତେ ଭଜ ତରିବ'
କବି - ଭୀମ ଭୋଇ
![]() |
ଇସଲାମୀୟ ଜପା ମାଳି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନିରତେ ଭଜ ତରିବ ଭବସଂସାରୁ ।
ନାମ ବହି ଆସୁୂଅଛି ଅଣ ଅକ୍ଷରୁ ।ଘୋଷା।
ସୁଖଭୋଗ ତେଜ୍ୟା କରି, ଭୂମି ଆସନେ ବିହରି ।
ଜନ୍ମ ମୃତ୍ୟୁକୁ ନିବାର ଏହି ଅଙ୍ଗରୁ ।୧।
କାମ, କ୍ରୋଧ, ଲୋଭ, ମୋହ, ଛନ୍ଦ, ବାଦ, ହିଂସା, ଦ୍ରୋହ ।
ଆୟତ୍ତ କରାଇ ରଖ ଜ୍ଞାନ ତତ୍ତ୍ୱରୁ ।୨।
ଖଚ ମିଛ କଥା ଛାଡ଼ ନିର୍ବେଦରେ କର ଦୃଢ଼ ।
ସେବା ଜଗି ସୁଧାପାନ ପିଅ ପୟରୁ ।୩।
ସେହିଟି ପୃଥିବୀ ଚୂଳ, ଫୁଟି ଯେସନେକ ଫୁଲ ।
ଦଶ ଅବତାର ଆତଯାତ ସେଠାରୁ ।୪।
ଚାରିଯୁଗେ ଯେହୁ ମୋକ୍ଷ, ଏତେବେଳେ ତାଙ୍କୁ ଡାକ ।
ନିଶ୍ଚଏ ତରିବ ଶ୍ରୀଗୁରୁଙ୍କ ଦୟାରୁ ।୫।
କଳି ଉତ୍ପାତ ହେଲାଣି, ଧର୍ମ ଇ଼ଜ୍ଜତ ଗଲାଣି ।
ଭଣେ ଭୀମ ଭୋଇ ତ୍ରାହି କର ନିନ୍ଦାରୁ ।୬।
No comments:
Post a Comment