Friday, January 13, 2017

ଓଡ଼ିଆ ସିନେମା ଗୀତ - 'ଆଜି ମୁଁ ପିଇନି'



ଚଳଚିତ୍ର - ସହରୀ ବାଘ (୧୯୮୫ )
ସଙ୍ଗୀତ - ମୁସୀର
କଣ୍ଠ - ମହମ୍ମଦ ଅଜିଜ ଓ ଅନୁପମା ଦେଶପାଣ୍ଡେ
ଗୀତ - ଦେବଦାସ ଛୋଟରାୟ 

ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି,
ମିଛେ ହୁଏ ଲୋକହସା,
ସେତ ବାକି ଅଛି କାଲିର ନିଶା,
ବାକି ଅଛି କାଲିର ନିଶା ।

ମୋ ଦୁନିଆ ଏକୁଟିଆ ମୋ ଦିନରାତି,
କାଲିଠାରୁ କେତେ ଅଲଗା,
ମୁଁ ଏମିତି ଲୁହ ଟୋପେ ଯାହାକୁ ଆଜି,
କା' ଆଖିରେ ମିଳୁନି ଜାଗା,
ଭଙ୍ଗା ଆଇନା ମୋ ଆଶା,
ଯେଉଁ ଆଶା ପାଇଁ ଅସରା ନିଶା ।

ଆଜିର ଆକାଶେ ମୋର କାଲିର ଜହ୍ନ,
ତଥାପି ଦେଖାଏ ମୋହ,
ଆଜି ମୋ' ଆଖିରୁ ଝରେ ନମାନି ମୋତେ,
କାଲିର ପୁରୁଣା ଲୁହ,
କିଏ ପାଏ ସୁରାରୁ ନିଶା,
ନିଜ ଲୁହ ପିଇ ନିଜକୁ ନିଶା ।

ଛୋଟ ଗୋଟେ ଭୁଲ ପାଇଁ କାଲି ରାତିର,
ଆଜି ମୁଁ ପାଉଛି ଫାଶୀ,
ମୋ ସପନ ରାଜା ରାଣୀ ସୁନା ମୁକୁଟ,
କେଉଁଠି ପଡ଼ିଲା ଖସି,
ହଜାଧନ ଚାଲିଛି ଖୋଜା,
ଯାର ଖୋଜିବାରେ ଅଯଥା ନିଶା ।

No comments:

Post a Comment