ମହିମା ଭକ୍ତି କବିତା - 'ଶୂନ୍ୟ ମନ୍ଦିରେ ବିହାର'
କବି - ଭୀମ ଭୋଇ
![]() |
ଆକବରଙ୍କର ମକବରାର ଜାଲି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଶୂନ୍ୟ
ମନ୍ଦିରେ ବିହାର, ରୂପରେଖ
ନାହିଁ ତା’ର ।
ଦ୍ୱିତିପାଦ ନ ମିଶଇ ଏକ ପାଦ ଧର ଧର । ଘୋଷା ।
ଅଲେଖ ପାଟଣା ପୁର ସେଠାବରେ ତାଙ୍କ ଘର
ଦ୍ୱିତିପାଦ ନ ମିଶଇ ଏକ ପାଦ ଧର ଧର । ଘୋଷା ।
ଅଲେଖ ପାଟଣା ପୁର ସେଠାବରେ ତାଙ୍କ ଘର
ନାହିଁ
ଶରଦ ଉଷୁମ ସାଧୁଜନେ ହେତୁକର ।୧।
ନିରାମିଷ
ନିଅଇଣ୍ଠା ପିଉଥିଲେ
ଲାଗେ ମିଠା
ଅଦେଖା
ଅନାମେ ସ୍ୱାଦ ଏମନ୍ତ ସେ ସୁଧାଧାର
।୨।
ଦେଖି
ତା ଛଟକ ଚାଲି ଜ୍ଞାନୀ
ମରୁଛନ୍ତି ଭାଳି
ଚକ୍ଷୁ
ମଟକରୁ ବେଗ ବିଜୁଳିରୁ ଅତି ଖର
।୩।
ତାହାଙ୍କୁ
ଯେବଣ ଜନ ନିର୍ବେଦେ
କରେ ଦର୍ଶନ
ଅଖଣ୍ଡିତ
ବ୍ରହ୍ମେ ଲୀନ ଜନ୍ମ ମରଣରୁ ପାର
।୪।
କ୍ରିୟା
କର୍ମେ ନ ଲାଗଇ ସାଧୁ
ସଙ୍ଗ କଲେ ପାଇ
ଦୀକ୍ଷା
ତା ନିଷ୍କାମ ଧର୍ମ ଭଜନ ଏକ ଅକ୍ଷର
।୫।
ଯେଉଁଠାରେ
ବ୍ରହ୍ମ ଅଛି ଉଦେ
ଅସ୍ତ ନାହିଁ କିଛି
କହେ
ଭୀମ ଅରକ୍ଷିତ ନିଗମ ସେ ଅଣାକ୍ଷର
।୬
No comments:
Post a Comment