ମହିମା ଭକ୍ତି କବିତା - 'ବ୍ରହ୍ମଜ୍ଞାନ କରନ୍ତି ବିସ୍ତାର'
କବି - ଭୀମ ଭୋଇ
![]() |
ଚିତ୍ର - ଦି ଗ୍ରେଟ ୱେଭ ଅଫ୍ଫ୍ କାନାଗୱା (ଉନବିଂଶ ଶତାବ୍ଦୀର ଜାପାନ) ଚିତ୍ରକାର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯) |
ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।
ନିଜ ନାମ ଯାହା, କହି ନୋହେ ତାହା,
ନ ବସଇ ଅକ୍ଷର ।୧।
ଶବଦ ଯେତେକ, ବେଦାନ୍ତ ତେତେକ,
ପ୍ରଚରୁଛି ସଂସାର ।୨।
ଅନାଦି ପୁରୁଷ, ଯାହାକୁ ବୋଲନ୍ତି,
ଅନ୍ତ ନାହିଁ ତାହାର ।୩।
ଗୁରୁଦେବ ସ୍ୱାମୀ, ଯେହୁ ସେ ଅଟନ୍ତି,
ସାର ଜ୍ଞାନ ଭଣ୍ଡାର ।୪।
ମହିମା ନାମଟି, ଯେଣୁ ବୋଲାଉଛି,
ଅଗାଧ ସେ ସାଗର ।୫।
ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।
No comments:
Post a Comment