ମହିମା ଭକ୍ତି କବିତା - 'ଅଶେଷ ମହିମା ତିନି ଭୁବନେ ଖ୍ୟାତ'
କବି - ଭୀମ ଭୋଇ
ଅଶେଷ
ମହିମା ତିନି ଭୁବନେ ଖ୍ୟାତ ।
ନର ଦେହ ବହି କେହୁ କଳିବ ଅନ୍ତ । ଘୋଷା ।
ନର ଦେହ ବହି କେହୁ କଳିବ ଅନ୍ତ । ଘୋଷା ।
କେହୁ
ମହିମା ଭଜିବ କେବଣ
ଭାବେ ମଜ୍ଜିବ
ସତ୍ୟ
ତତ୍ତ୍ୱ ଦୃଢ ବ୍ରତ କେଡେ ଶକତ ।
ଜନ୍ମ
ଲଭି ଗଲେ ବହି ଅଗମୂଳ
ପାଇନାହିଁ
ସରି
ଯାଉଅଛି ଯୁଗ କଳ୍ପ କଳ୍ପାନ୍ତ
।୧।
ନୁହଇ
ଉଶ୍ୱାସ ବୋଝ ବହିବାକୁ
ବଡ ସଜ
ନେବା
ଆଣିବାକୁ କେହୁ ଅଛ ସମର୍ଥ ।
କ୍ଷିତିରେ
ଥୋଇଲେ ନେଇ ଥୟ
ହୋଇ ନ ରହଇ
ଅଡୁଆ
ନ ଲାଗେ ନୋହେ ଅଳ୍ପ ବହୁତ ।୨।
ନୁହନ୍ତି
ଜାତି ଅଜାତି ନାହିଁ
ତାଙ୍କ ସାଙ୍ଗସାଥୀ
ଇଷ୍ଟବନ୍ଧୁ
ତାତ ମାତ ନ ବସେ ମିତ ।
ଯାର
ନାହିଁ ରୂପ କାୟା ତାଙ୍କୁ
କି ଲାଗିବ ମାୟା
ନୁହନ୍ତି
ସେ ପ୍ରଭୁ ଯୋନି ଜନମ ଜାତ ।୩।
ବିଜାତିଆ
ହେଲେ ଯହୁଁ ଉଦେ
ହେଲେ ମହାବାହୁ
ଜାତିଆ
କରିବେ ପ୍ରଭୁ ଯେତେ ଭକତ ।
ବ୍ରହ୍ମ
ଅନଳେ ଝାଳିବେ ନାମ
ଜଳେ ପଖାଳିବେ
ନିରୋଳା
ସ୍ଥାନେ ଥୋଇବେ କରି ନିର୍ମିତ
।୪।
ଅଶ୍ରୁତି
ଅମୂର୍ତ୍ତି ଦ୍ୱାର ବାଛ
ବିଚାର ନ କର
ଅଗମ୍ୟରେ
ଗମିଲେ ଲଭିବ ମୁକତ ।
ପେଲି
ପଶିଲେ ଝସାଇ ଦୟା
ହେବ ତେବେ ଯାଇଁ
ଅନାମିକା
ପଦ ନିଶ୍ଚେ ହେବ ପ୍ରାପତ ।୫।
ଦୁର୍ଗମ
ଦୀକ୍ଷା ଅଟଇ ହସ୍ତ
ଗୋଡ ପାଉନାହିଁ
ଗତି
ପତି ହର୍ତ୍ତା କର୍ତ୍ତା ଭକତ ହିତ
।
ବୋଲେ
ଭୀମସେନ ଭୋଇ କେ
ବୋଲିବ ମିଥ୍ୟା ଏହି
ନାମବ୍ରହ୍ମ
ପଦ ଚାରି ଯୁଗରେ ସତ ।୬।
No comments:
Post a Comment