ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୧ ଓ ୨ ଚିତ୍ତବଗ୍ଗୋ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧ ଚିତ୍ତବଗ୍ଗୋ
ଫନ୍ଦନଂ ଚପଳଂ ଚିତ୍ତଂ ଦୁରକ୍ଖଂ ଦୁନ୍ନିବାରୟଂ ।
ଉଜୁଂ କରୋତି ମେଧାବୀ ଉସୁକାରୋ'ବ ତେଜନଂ ।୧।
ଚିତ୍ତ ଅଟଇ ସ୍ପନ୍ଦନଶୀଳ ଓ ଚପଳ
ଚିତ୍ତର ରକ୍ଷା ଓ ନିବାରଣ ଯେ ଦୁଷ୍କର ।
ମେଧାବୀ ଜନ ଏହାକୁ ସଳଖ କରନ୍ତି
ଇଷୁକାର ଯେମନ୍ତେ ନାରାଚ ନିର୍ମାଣନ୍ତି ।୧।
୨ ଚିତ୍ତବଗ୍ଗୋ
ବାରିଜୋ'ବ ଥଳେ ଖିତ୍ତୋ ଓକମୋକତ ଭବ୍ଭତୋ ।
ପରିଫନ୍ଦତି'ଦଂ ଚିତ୍ତଂ ମାରଧେୟ୍ୟଂ ପହାତବେ ।୨।
ଜଳପିପ୍ପିକା ଉଦକଗୃହୁ ଆକର୍ଷିତ
ହୋଇ ଯେପରି ସ୍ଥଳରେ ହୁ୍ଅଇ ନିକ୍ଷିପ୍ତ ।
ସେହିପରି ଭାବରେ ଯେ ପୁଣ ଏହି ଚିତ୍ତ
ମାରର ରାଜ୍ୟତ୍ୟାଗକୁ ହୁଅଇ ବ୍ୟଥିତ ।୨।
No comments:
Post a Comment