Thursday, August 18, 2016

ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୭


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ


ଅର୍ଜୁନ ଟ୍ୟାଙ୍କ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଭାରତର ଶାସକଶ୍ରେଣୀ ତାହାର ଶକ୍ତି ହରାଇଛି ପ୍ରାୟ ଦେଢ଼ହଜାର ବର୍ଷ ଆଗରୁ । ପାନିପଥ ଓ ପଲାସୀ ବାରମ୍ବାର ଘଟିଛି ଏଇ ଦେଢ଼ ହଜାର ବର୍ଷର ଇତିହାସରେ । ଆକ୍ରମଣକାରୀମାନେ ମୁଷ୍ଟିମେୟ ସଙ୍ଖ୍ୟକ ସୈନ୍ୟଦଳ ନେଇ ଆସିଛନ୍ତି । ଏହି ବିଶାଳ ଦେଶର କୌଣସି ଏକ ମଝି ଜାଗାରେ ଚାରିଆଡ଼େ ଭାରତ ଦ୍ୱାରା ପରିବେଷ୍ଟିତ ହୋଇ ଯୁଦ୍ଧ କରିଛନ୍ତି । ତଥା, ସମଗ୍ର ଦେଶକୁ କରଗତ କରିଛନ୍ତି । କାରଣ ଭାରତରେ ରାଷ୍ଟ୍ରବାଦର ସାମାଜିକ ଓ ଆର୍ଥିକ ଆଧାର ନଥିଲା । ନା ଥିଲା ହିନ୍ଦୁ ଏକତା, ନା ଥିଲା ମୁସଲମାନ୍ ଏକତା, ନା ଥିଲା ହିନ୍ଦୁ-ମୁସଲମାନ୍ ଏକତା । ଭାରତର ଶାସକଶ୍ରେଣୀ ଏହିପରି ଏକ ସାମାଜିକ ନୀତିର ପ୍ରଚଳନ କରାଇଥିଲା, ଯାହା ପ୍ରତି ଗ୍ରାମ, ପ୍ରତି ପ୍ରଦେଶକୁ ଶତ ଖଣ୍ଡରେ ବିଭାଜିତ କରୁଥିଲା । ସାମାଜିକ ଏକତ୍ତ୍ୱର ସର୍ବଦା ଅଭାବ ଥିଲା । ସାମ୍ପ୍ରଦାୟିକ ଦ୍ୱେଷ ଓ ସାମାଜିକ ବିଭାଜନ ଯୋଗୁଁ ଭାରତରେ ରାଷ୍ଟ୍ରୀୟ ଏକତା ଅସମ୍ଭବ ଥିଲା । ସ୍ୱାଧୀନତା ଆନ୍ଦୋଳନର  ନବ ଜାଗରଣ ସମୟରେ ସାମାଜିକ, ଆର୍ଥିକ ଓ ଧାର୍ମିକ, ସବୁ ପ୍ରକାରର ବିଭେଦକାରୀ ପ୍ରଥାଗୁଡ଼ିକ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଯାଇଥିଲା ବୋଲି ଭାରତର ରାଷ୍ଟ୍ରବାଦ ସାମ୍ରାଜ୍ୟବାଦର ମୁକାବିଲା କରିପାରିଲା । କିନ୍ତୁ ସ୍ୱାଧୀନତା ପ୍ରାପ୍ତି ପରେ ଏହି ନବଜାଗରଣ ବାଧାପ୍ରାପ୍ତ ହେଲା । ପୁଣି ଥରେ ସବୁ ପ୍ରକାରର ବିଭେଦକାରୀ ପ୍ରବୃି ମୁଣ୍ଡ ଟେକିଛନ୍ତି। ଜାତିପ୍ରଥା, ଧାର୍ମିକ ଦ୍ୱେଷ ଓ ଆର୍ଥିକ ବିଷମତା ରାଷ୍ଟ୍ରଶକ୍ତିକୁ ଦୁର୍ବଳ କରୁଛି।

ପରମାଣୁ ପରୀକ୍ଷଣର କିଛିଦିନ ପରେ ଆସିଲା ୧୯୯୮-୯୯ମସିହାର କେନ୍ଦ୍ରୀୟ ବଜେଟ୍। ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ତାଙ୍କ ବଜେଟ୍ର ମୁଖବନ୍ଧରେ କହିଲେ ଯେ ଏଗାର ମଇର ବିସ୍ଫୋରଣ ଏକ ନୂଆ ଭାରତ ଗଠନର ପ୍ରଥମ ପାହାଚ ଥିଲା ଓ ଏହି ବଜେଟ୍ ଦ୍ୱିତୀୟ ପାହାଚ ହେବ। କିନ୍ତୁ ବଜେଟ୍ର ଆୟବ୍ୟୟର ଟିକସ ଓ ଅନୁଦାନର ହିସାବ ଭିତରେ କେଉଁଠି ବି ରାଷ୍ଟ୍ରର ନବ ନିର୍ମାଣ କଳ୍ପନା ନଥିଲା। ଗୋଟିଏ ମଧ୍ୟ ସାହସିକ ପଦକ୍ଷେପ ତା ଭିତରେ ନଥିଲା। ବିସ୍ଫୋରଣ ପରେ ଆମେରିକା ଯେଉଁ ଆର୍ଥିକ ପ୍ରତିବନ୍ଧକର ଘୋଷଣା କଲା, ତାହାର ପ୍ରତୁ୍ୟର ଦେବାକୁ ଯାଇ ସରକାରର ସମର୍ଥକ ଶୋଭାଯାତ୍ରାମାନଙ୍କରେ ଗୋଟିଏ ସ୍ଲୋଗାନ ଶୁଣାଯାଉଥିଲା। ସ୍ଲୋଗାନର ଅର୍ଥ ଥିଲା, ‘ଅଧା ରୁଟି ପଛକେ ଖାଇବୁ କିନ୍ତୁ ପରମାଣୁ ବୋମା କରିବୁ’। ଏହା ଯଦି ସତ୍ୟ ହୋଇଥାନ୍ତା ତା’ହେଲେ ବଜେଟ୍ର ସ୍ୱରୂପ ଅନ୍ୟପ୍ରକାର ହୋଇଥାନ୍ତା। ପ୍ରତିରକ୍ଷା ପାଇଁ ସଂକଳ୍ପବଦ୍ଧ ଏକ ଶାସକ ଶ୍ରେଣୀ ବଜେଟ୍ ନିଅକୁ ଭରଣା କରିବା ପାଇଁ ଦାୟିତ୍ୱ ନେଇଥାନ୍ତା, ଅର୍ଥାତ୍ ଧନୀ ଓ ସ୍ୱଚ୍ଛଳ ଶ୍ରେଣୀମାନଙ୍କ ଉପରେ ପ୍ରତ୍ୟକ୍ଷ କର ଲଗାଇ ଆମେରିକାର ପ୍ରତିବନ୍ଧକ ଓ ବୋମା ନିର୍ମାଣ କାରଣରୁ ହେଉଥିବା ନିଅକୁ ପୂରା କରିଥାନ୍ତା। ପ୍ରତ୍ୟକ୍ଷ କର ବସାଇବା ପାଇଁ କିମ୍ବା ଆହ୍ୱାନ ଦେବାପାଇଁ ଅର୍ଥମନ୍ତ୍ରୀଙ୍କ ସାହସ ହେଲାନାହିଁ। ବରଂ ଆମଦାନୀ ବ୍ୟବସାୟ ଉପରେ ପ୍ରସ୍ତାବିତ ଶୁଳ୍କ ବୃଦ୍ଧିକୁ ସେ ଦେଶୀ ବିଦେଶୀ ଚାପରେ ପଡ଼ି ପ୍ରତ୍ୟାହାର କରିନେଲେ। ୧୯୯୧ ମସିହାରୁ ଲଗାତାର ବଜେଟ୍ମାନଙ୍କରେ ଧନୀଶ୍ରେଣୀଙ୍କୁ ଓ ବ୍ୟବସାୟୀଙ୍କୁ କର ମୁକ୍ତ କରାଯାଉଛି। ଏହା ଏକ ଅଶୁଭ ଲକ୍ଷଣ। ଫଳରେ ଆମର ପ୍ରଶାସନ ବିଦେଶୀ ସାହାଯ୍ୟ ଉପରେ ନିର୍ଭରଶୀଳ ହୋଇଚାଲିଛି। କେବଳ ତାହା ନୁହେଁ, ଧନୀଶ୍ରେଣୀ ଓ ଶିଳ୍ପପତିମାନଙ୍କ ଉପରେ ପ୍ରତ୍ୟକ୍ଷ କର ନଲଗାଇବାର ମୂଳ ପରମ୍ପରା ସୃଷ୍ଟି ହେଉଛି।


ବୋମା ପରର୍ବୀ ସମୟରେ ରାଜଧାନୀର ସଡ଼କରେ ସରକାରୀ ଓ ଅର୍ଦ୍ଧ ସରକାରୀ କର୍ମଚାରୀମାନଙ୍କୁ ସଙ୍ଗଠିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବାର ଦେଖାଗଲା। ଦେଶ ଓ ସମାଜର ହିତ ଦୃଷ୍ଟିରୁ ପରିର୍ବନ ଦାବୀ କରି ଏମାନଙ୍କୁ କେବେ ସଡ଼କ ଉପରେ ସଂଘବଦ୍ଧ ହେବାର ଦେଖାଯାଏ ନାହିଁ। ଭାରତୀୟ ଶିକ୍ଷିତ ଶ୍ରେଣୀର ଅଧିକାଂଶ ହେଉଛନ୍ତି ସରକାରୀ ବା ଅର୍ଦ୍ଧ ସରକାରୀ ଚାକିରିଆ। ସେଇମାନେ ଦେଶର ସାଳକ, ବୁଦ୍ଧିଦାତା ଓ ନୀତିନିର୍ମାତା। ସେମାନେ ତାଙ୍କର ଦରମା ଓ ଭାଗୁଡ଼ିକୁ ତିନି ଚାରିଗୁଣ ବଢ଼ାଇବାକୁ ଚାହାନ୍ତି। ଏଥିରେ ଆପି କରିବା କାହିଁକି? କେବଳ ଗୋଟିଏ ନିବେଦନ। ସେମାନେ ତାଙ୍କ ସଭା ସମିତିରେ ଆଲୋଚନା କରି ଲୋକଙ୍କୁ ଜଣାଇବା ପାଇଁ ଗୋଟିଏ ପୁସ୍ତିକା ପ୍ରକାଶିତ କରି କହନ୍ତୁ ଯେ ସବୁ ଚାକିରିଆଙ୍କ ଦରମା ବୃଦ୍ଧି ପରେ ସରକାର ଓ ସମାଜ ଉପରେ ମୋଟ ଏତିକି ଟଙ୍କାର ଅତିରିକ୍ତ ଭାର ପଡ଼ିବ ଓ ଏହି ଅତିରିକ୍ତ ଖର୍ଚ୍ଚ ପାଇଁ ଅମୁକ ସ୍ରୋତରୁ ଟଙ୍କା ଆସିପାରିବ। ଆମର ପ୍ରଶ୍ନରେ ସେମାନେ ରାଗିଯାଇପାରନ୍ତି। ଆମେ ନରମ ସ୍ୱରରେ ପଚାରୁଛୁ, ଆପଣମାନେ ଏହି ହିସାବକୁ ନ ବୁଝାଇଲେ ଆଉ କିଏ ବୁଝାଇପାରିବ? ଆପଣମାନେ ପରା ଦେଶକୁ ଚଳାଉଛନ୍ତି? ଆପଣ ନିଜେ ଆଣିବାର ବାଟ ବାହାର କରିବେ ଓ ନିଜେ ନେବେ। ଆମେ ଆପି କାହିଁକି କରିବୁ? କିନ୍ତୁ ବାଟଟା ବତାଇ ଦିଅନ୍ତୁ। ସମଗ୍ର ଦେଶବାସୀ ମନେ ରଖନ୍ତୁ ଯେ ରାଷ୍ଟ୍ରପତି, ମନ୍ତ୍ରୀ, ଜଜ୍, ଏମ୍.ପି., ଏମ୍.ଏଲ୍.. ଠାରୁ ଆରମ୍ଭ କରି ସବୁ ପ୍ରକାରର ସରକାରୀ କର୍ମଚାରୀ ଏହି ବୋମା ପରୀକ୍ଷଣ ବର୍ଷରେ ଯେତିକି ଦରମା ବଢ଼ାଇବାକୁ ଚାହୁଁଛନ୍ତି ତାହାର ବୋଝ କଦାପି ଆମର ଅର୍ଥ ବ୍ୟବସ୍ଥା ସହିପାରିବ ନାହିଁ। ପ୍ରଥମ କେତେ ବର୍ଷ ସରକାରୀ କଳକାରଖାନାକୁ ବିକ୍ରି କରି ଏହି ଖର୍ଚ୍ଚ ତୁଲାଇବାକୁ ହେବ। ଚାରି-ପା ବର୍ଷ ପରେ ନିଶ୍ଚୟ ଏକ ସଙ୍କଟ ଦେଖାଯିବ। ପ୍ରଥମେ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିଲା। ଏବେ ଏମ୍.ପି. ଏମ୍.ଏଲ୍.., ରାଜ୍ୟ କର୍ମଚାରୀ ଓ ଅର୍ଧସରକାରୀ ଲୋକଙ୍କର ଦରମା ବଢ଼ିବାକୁ ଯାଉଛି। ଦେଶର ସୁରକ୍ଷା ଓ ପ୍ରତିରକ୍ଷା ପାଇଁ ଚିନ୍ତିତ ଶାସକ ଓ ଶିକ୍ଷିତଶ୍ରେଣୀ ଗାଡ଼ି, ମୋଟର, କମ୍ପୁ୍ୟଟର ଓ ମୋବାଇଲ୍ ଫୋନ କିଣିବା ପାଇଁ ରାଷ୍ଟ୍ରକୁ ତଳିତଳାନ୍ତ କରିବାକୁ ଯାଉଛନ୍ତି।

No comments:

Post a Comment