ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ : ଶ୍ଲୋକ ୧୫
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ବିବର୍ଜିତ
ଇନ୍ଦ୍ରିୟ ଅଜ୍ଞେୟ ନିତ୍ୟ ଆଦ୍ୟାନ୍ତ ରହିତ ।
ନାହିଁ ଯା'ର ଜନ୍ମ ନାଶ, ଚିର ନିରାମୟ
ନାହିଁ ରୂପାନ୍ତର, ଧ୍ରୁବ, ଅବ୍ୟୟ ଅକ୍ଷୟ ।
ମହତ ବୁଦ୍ଧିରୁ ଯେହୁ ଭିନ୍ନ ମହତ୍ତର
ଉଦ୍ଭାସେ ଯେ ସାକ୍ଷୀରୂପେ ନିଖିଳ ଅନ୍ତର ।
ଶ୍ରବଣ, ମନନ ଧ୍ୟାନେ କରି ସୁନିଶ୍ଚୟ
ଦେଖିଲେ ଥରେ ସେ ବ୍ରହ୍ମସ୍ୱରୂପ ଚିନ୍ମୟ ।
ମୃତ୍ୟୁ ମୁଖୁଁ ଲଭେ ଜୀବ ଚିର ଅବ୍ୟାହତି
ଅବିଦ୍ୟା ପଟଳେ ତୁଟେ ମିଳେ ମୋକ୍ଷ ଗତି । (ନ.ଉ. ୧।୩।୨୧-୨୨)
No comments:
Post a Comment