କୁଷ୍ଟଁବାବୁଙ୍କ ଆଠମଲ୍ଲିକ ଯାତ୍ରା
![]() |
ଆଠମଲ୍ଲିକ ରାଜ୍ୟର ଅବସ୍ଥିତି ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ପ୍ରଥିତଯଶା
କବି
ଶ୍ରୀ
କୃଷ୍ଣଚନ୍ଦ୍ର
ତ୍ରିପାଠୀ
ସେତେବେଳେ
କଟକ
ଟ୍ରେନିଙ୍ଗ୍
ଇସ୍କୁଲୁରୁ
ଶିକ୍ଷା
ସମାପ୍ତ
କରି
କଟକରେ
ହିଁ
ଅବସ୍ଥାନ
କରୁଥାଆନ୍ତି
।
ବସା
ଥାଏ
ବରୁଣେଇ
ମେସ୍
ରେ
।
ଦୁଇଟି
ଇସ୍କୁଲୁ
ପଢ଼ୁଆ
ଝିଅ
– ବେଣୁ
ଓ
ବୀଣା
- ଙ୍କୁ
ଟିଉସନ
କରି
ଗୁଜୁରାଣ
ନିର୍ବାହ
କରୁଥାଆନ୍ତି
।
ସେ
ପର୍ଯ୍ୟନ୍ତ
ଚାକିରିବାକିରି
କିଛି
ହୋଇ
ନ
ଥାଏ
।
ସନ୍ଧ୍ୟାବେଳେ
ଘଣ୍ଟାଏ
ଲେଖାଏ
ପଢ଼ାନ୍ତି
।
ମାସକୁ
ସାତ
ଟଙ୍କା
ମିଳେ
।
ସେଇ
କେତୋଟି
ମାସ
ଭିତରେ
ପିଲାଏ
ଇଂରାଜୀ
ଲେଖିବା
କହିବା
ଟିକକ
ଶିଖିଗଲେ
।
ମାତ୍ର
କୁଷ୍ଟଁ
ବାବୁ
ସେତକ
ଟଙ୍କାରେ
ଦୁଃଖସୁଖରେ,
ବଡ଼
ଅଭାବରେ
ଚଳୁଥାଆନ୍ତି
।
ଏପରି
ତିନିମାସ
ଟାଣିନେଲା
ପରେ
ଆଠମଲ୍ଲିକ
ଇସ୍କୁଲୁରେ
ସେକେଣ୍ଡେ
ମାଷ୍ଟର
ଭାବରେ
ଖଣ୍ଡିଏ
ଚାକିରୀ
ମିଳେ
ତ୍ରିପାଠୀ
ଆଜ୍ଞାଙ୍କୁ
।
ଆଠମଲ୍ଲିକ
ଇସ୍କୁଲୁର
ନାଁ
ସେତେବେଳେ
ଭିକ୍ଟୋରିଆ
ମାଇନର
ସ୍କୁଲ୍
।
କେଉଁ
ଦୂର
ଗଡ଼ଜାତରେ
।
ସେତେବେଳେ
ମାଷ୍ଟର
ଟ୍ରେନିଙ୍ଗି
ପାଇଥିବା
ଲୋକଙ୍କ
ସଙ୍ଖ୍ୟା
କମ
।
ହେଲେ
ଇସ୍କୁଲୁ
ସଙ୍ଖ୍ୟା
ତହୁଁ
କମ
।
ତେଣୁ
ତ୍ରିପାଠୀ
ଆଜ୍ଞା
ମନ
ସ୍ଥିର
କଲେ
ଗଡ଼ଜାତରେ
ଯାଇଁ
ମାଷ୍ଟ୍ର
ପାଇଟି
କରିବା
ପାଇଁ
।
ଆଠମଲ୍ଲିକ
ଇସ୍କୁଲୁର
ପ୍ରଧାନ
ଶିକ୍ଷକ
ସେତେବେଳେ
ଥିଲେ
ଶ୍ରୀଯୁକ୍ତ
ହର୍ଯ୍ୟଷ
କୁମାର
ଦାସ
।
ଓଳସିଂହ
ଉଚ୍ଚ
ବିଦ୍ୟାଳୟରେ
କୃଷ୍ଣଚନ୍ଦ୍ର
ବାବୁ
ପାଠ
ପଢ଼ୁଥିବା
ବେଳେ
ଦାସେ
ଆଜ୍ଞା
ତାଙ୍କର
ଶିକ୍ଷକ
ଥିଲେ
।
ଉତ୍ତମ
ଅଧ୍ୟାପକ
।
ସାହେବୀ
ଆଦବକାଇଦା
।
ଆଠମଲ୍ଲିକ
ମାଇନର
ସ୍କୁଲ୍
ରେ
୧୯୩୩
ମସିହା
ଅକ୍ଟୋବର
ସାତ
ତାରିଖରେ
ଯୋଗ
ଦେବା
ପାଇଁ
ଡାକରା
ଆସିଥିଲା
।
ତ୍ରିପାଠୀ
ଆଜ୍ଞା
ପ୍ରଥମେ
ଗାଁରୁ
ଆସିଲେ
କଟକ
।
କଟକରେ
ଦରକାରୀ
ଲୁଗାପଟା,
ଟ୍ରଙ୍କ
ଓ
ଅନ୍ୟାନ୍ୟ
ଆସବାସ
ପତ୍ର
ଇତ୍ୟାଦି
କିଣାଗଲା
।
ତାହା
ପରେ
ତା’
ଆରଦିନ
ତାଳଚେର
ପାଇଁ
ଉଦ୍ଦିଷ୍ଟ
ରେଳଗାଡ଼ିରେ
ବସି
ମେରାମଣ୍ଡଳି
ଇଷ୍ଟେସନ
।
ମେରାମଣ୍ଡଳିରେ
ପହଞ୍ଚିଲେ
ଦିନ
ଦଶଟାରେ
।
ମେରାମଣ୍ଡଳିରୁ
ସମ୍ବଲପୁର
ପର୍ଯ୍ୟନ୍ତ
ସେତେବେଳେ
ମିଶ୍ର
କୁମ୍ପାନିର
ବସ
ଖଣ୍ଡିଏ
ଚାଲୁଥିଲା
।
ସେଥିରେ
ଯାତ୍ରା
ହେଲା
ଅନୁଗୁଳୁ
ପରିଯନ୍ତେ
।
ସେଠାରେ
ଗୋଟିଏ
ହୋଟେଲରେ
ଜଳପାନ
କିଛି
ହେଲା
।
ତାହା
ପରେ
ସମ୍ବଲପୁର
ଯାଉଥିବା
ଆଉ
ଗୋଟିଅ
ମଟରରେ
ବସି
ବାବୁ
ପହଞ୍ଚିଲେ
ଆଠମଲ୍ଲିକ
ରାଜ୍ୟର
ହଣ୍ଡପା
ବୋଲି
ଗୋଟିଏ
ଜେଗାରେ
।
ଜେଗା
ବୋଇଲେ
ନିରୁତା
ଗାଁ
ଖଣ୍ଡିଏ
।
ଲୋକଙ୍କର
ଘରଗୁଡ଼ିକ
ପ୍ରାୟ
ନୁଆଁଣିଆ
ଚାଳଘର
।
ହେଲେ
ସବୁ
ଭାରୀ
ସଫାସୁତୁରା
।
ଗୋବରରେ
ଲିପା
ପୋଛା
ହୋଇ
ନିର୍ମଳ
।
ହଣ୍ଡପା
ରାସ୍ତାରେ
ଚାରି
ଆଡ଼େ
ଅଗନାଅଗନି
ବନସ୍ତ
।
ଗୁଣ୍ଠୁଣି
ହାତୀ
ଭଳିଆ
କାଉନ୍ଦିଆ
ପାହାଡ଼
ମାଳକୁମାଳ
।
ହଣ୍ଡପାରେ
ଥାଏ
ଡାକ୍ତରଖାନା
ଗୋଟିଏ
।
ହର୍ଯ୍ୟଷ
ବାବୁଙ୍କର
ନିର୍ଦ୍ଦେଷ
ଅନୁସାରେ
ତ୍ରିପାଠୀଏ
ପହଞ୍ଚିଲେ
ହଣ୍ଡପା
ଡାକ୍ତରଖାନାର
ଡାକ୍ତରଙ୍କ
ପାଖରେ
।
ସେଠି
ଅବସ୍ଥାପିତ
ବୁଢ଼ା
ଡାକ୍ତର
ଜଣକ
କୁଷ୍ଟଁ
ବାବୁଙ୍କୁ
ଭାରୀ
ଆରେଇଲେ
।
ରହିବାକୁ
ଓ
ଶୋଇବାକୁ
ଡାକ୍ତରଖାନାରେ
ଜେଗା
ଦେଲେ
।
ତାହା
ସହ
ରାତିକୁ
ଖାଇବାକୁ
ପରସିଲେ
ସରୁ
ଚାଉଳର
ଭାତ,
ଖଟାମିଠା
ଦେଇ
ରନ୍ଧା
ହୋଇଥିବା
ଦେଶୀ
ହରଡ଼ଡ଼ାଲି
ଓ
ମୁସୁମୁସୁ
ଚିଙ୍ଗୁଡ଼ି
ଭଜା
।
ତାହା
ପର
ଦିନ
ସକାଳ
ହେଲା
।
ହଣ୍ଡପାର
କିଛି
ପିଲା
ଆଠମଲ୍ଲିକର
ଇସ୍କୁଲୁରେ
ପାଠ
ପଢ଼ନ୍ତି
।
ତ୍ରିପାଠୀ
ବାବୁ
ଯେ
ସେକେଣ୍ଡେ
ମାଷ୍ଟର
ହେଇ
ସେଠାକୁ
ଯାଉଛନ୍ତି
ସେ
ଖବର
ପାଇ
କିଛି
ପିଲାଙ୍କର
ବାପାମାନେ
ମାଷ୍ଟ୍ରଙ୍କୁ
ଦେଖା
କରିବାକୁ
ଆସିଲେ
।
ସେମାନେ
ଶିକ୍ଷକଙ୍କ
ପାଇଁ
ଭାରୁଆ
ଗୋଟିଏ
ଠିକି
କଲେ
।
ଗନ୍ତବ୍ୟ
ସ୍ଥାନ
– ଠାକୁରଗଡ଼
ବୋଲି
ଗୋଟିଏ
ଜାଗା
।
ରାସ୍ତାଟି
ଗୋହିରିଆ
।
ନିରୁତା
ଜଙ୍ଗଲିଆ
ନୁହେଁ
।
ଠାଆକୁ
ଠାଆ
ସୋରିଷର
ବିଲ
।
ତାହାପରେ
କିଛି
ନିଘଞ୍ଚ
ଜଙ୍ଗଲ
ଓ
ପୁଣି
କିଛି
ମେଲା
।
ଓ
ପୁଣି
ସୋରିଷର
ବିଲ
।
ଓ
ହାତଗଣତି
କେଇଟି
ଘରକୁ
ମିଶେଇ
ସାହିଟିଏ
।
ବାଟରେ
ଅଁଳା
ଗଛରେ
କୋଳି
ନାଛି
ହୋଇଥାଏ
ଅଶିଣମାସର
ଆକାଶରେ
ତରା
ପରି
।
ଭାରୁଆ
ଜଣଙ୍କ
ଚୁପଚାପ
ଲୋକ
।
ନ
ପଚାରିଲେ
କିଛି
କଥାବାର୍ତ୍ତା
ନାହିଁ
।
ଅନ୍ଧାର
ମାଡ଼ି
ଆସୁଥାଏ
।
ଠାକୁରଗଡ଼
ଥାଏ
କିଛି
ଦୂରରେ
।
ଜଙ୍ଗଲିଆ
ରାସ୍ତାରେ
ସନ୍ଧ୍ୟା
ପରେ
ଯିବା
ପାଇଁ
ତ୍ରିପାଠୀ
ବାବୁଙ୍କର
ମନ
ଡାକିଲା
ନାହିଁ
।
ଭାରୁଆଙ୍କୁ
ବିଦାକରି
ବିଲେଇନାଳି
ବୋଲି
ଗୋଟିଏ
ଗାଁରେ
ରାତ୍ରିଯାପନ
କରିବା
ପାଇଁ
ନିଷ୍ପତ୍ତି
ନେଲେ
।
ବିଲେଇନାଳିର
ପ୍ରଧାନ
ଆଜ୍ଞାଙ୍କର
ପରିଚୟ
ପାଇ
ଆଦରରେ
ନିଜ
ଘରକୁ
ଡାକିନେଲେ
।
ମାଷ୍ଟ୍ର
ଆଜ୍ଞା,
ପୁଣି
ଅତିଥି
ବ୍ରାହ୍ମଣ
ଗାଁରେ
ବିଜେ
କରିଛନ୍ତି
ଶୁଣି
ଝାଞ୍ଜ
ଖୋଳ
ଇତ୍ୟାଦି
ବଜାଇ
ଅଭ୍ୟାଗତଙ୍କ
ପାଇଁ
ସଙ୍କୀର୍ତ୍ତନ
ମଧ୍ୟ
ପରିବେଷଣ
କରାଗଲା
।
ଗୋଟିଏ
ମଧ୍ୟବୟସ୍କା
ଭଦ୍ରମହିଳା
ଆଣି
ଚାଉଳ,
ଡାଲି,
କାଠ,
ଆଚାର
ଇତ୍ୟାଦି
ଆଜ୍ଞାଙ୍କ
ରହିବା
ଘରେ
ଯୋଗାଇଦେଲେ
।
ବ୍ରାହ୍ମଣ
ଗୋସେଇଁ
ତ
ଆଉ
ଅଜାତି
ହାତ
ରନ୍ଧା
ଖାଇବେ
ନାହିଁ
।
କିନ୍ତୁ
ଏ
ବ୍ରାହ୍ମଣଙ୍କ
ହାତରେ
ଯେ
ଆକ୍ଷରିକ
ଭାବରେ
ଖଡ଼ା
ସିଝେ
ନାହିଁ,
ମହିଳାଜଣଙ୍କ
ବା
କାହୁଁ
ଜାଣିବେ
।
ସେ
ଅନୁରୋଧ
ରକ୍ଷା
କରି
ଆଟିକାଟି
ବସେଇ
ଦେଲେ
।
ପରିବା
ମଧ୍ୟ
କାଟିଦେଲେ
।
ମାତ୍ର
ତାହାପରେ
ଏହି
ସାମାନ୍ୟ
ରୋଷେଇ
ଟିକକ
କରିବା
ପାଇଁ
ତ୍ରିପାଠୀଙ୍କୁ
ଲାଗିଗଲା
ଘଣ୍ଟାକରୁ
ଉପରେ
।
ଶେଷକୁ
ରାନ୍ଧିଲେ
ଚାଉଳିଆ
ଭାତ
ଓ
ଦରଶିଝା
ଡାଲି
।
ଦରଖିଆ
ହୋଇ
ବ୍ରାହ୍ମଣ
ଗୋସେଇଁ
ଉଠିଲେ
।
ଅର୍ଦ୍ଧଭୁକ୍ତ
ହୋଇ
ମହିଳା
ଜଣଙ୍କଠାରୁ
ନିଜର
ରନ୍ଧନ
ଅପଟୁତା
ପାଇଁ
କିଛି
ମଧୁର
ଗଞ୍ଜଣା
ମଧ୍ୟ
ଶୁଣିଲେ
।
ଅକ୍ଟୋବର
ମାସ
ଆରମ୍ଭରେ
ମଧ୍ୟ
ସେତେବେଳେ
ସେଠାରେ
ବହୁତ
ଶୀତ
।
କୁଂକୁରିକାଂକୁରି
ହୋଇ
ଶୋଇବାକୁ
ଚେଷ୍ଟାକରି
ବିଫଳ
ହୋଇ
ଶେଷକୁ
ପଦାକୁ
ଆସି
ଦେଖିଲେ
ଲୋକେ
ନିଆଁ
ପୋଉଁଛନ୍ତି
।
ଘଡ଼ିକକାଳ
ନିଆଁ
ପୋଇଁ
ଟିକିଏ
ଶାଷ୍ଟାମ
ହୋଇ
ଶେଷକୁ
ଶୋଇବାକୁ
ଗଲେ
।
ସକାଳୁ
ଉଠି
ବିଲୁଆନାଳିର
ଜଣେ
ଭାରୁଆ
ସହ
ଗସ୍ତ
ଆରମ୍ଭ
ହେଲା
ଠାକୁରଗଡ଼କୁ
।
ବାଟରେ
କେତେ
ଯେ
ବିଲମାଳ,
କେତେ
ଯେ
ଜଙ୍ଗଲ,
ତାର
ଇୟତ୍ତା
ନାହିଁ
।
ଅନେକ
ବାଟ
ଏପରି
ଚାଲିଲା
ପରେ
ପଡ଼ିଲା
ଗୋଟିଏ
ନାଲିମାଟିର
ସଡ଼କ
– ଯାହା
ପଡ଼ିଥିଲା
ଠାକୁରଗଡ଼କୁ
।
ସେହି
ରାସ୍ତାର
ଦର୍ଶନ
ଅପୂର୍ବ
ହର୍ଷ
ଆଣିଦେଲା
କୁଷ୍ଟଁ
ବାବୁଙ୍କ
ମନରେ
- ଗନ୍ତବ୍ୟସ୍ଥଳ
ନିକଟ
ହୋଇ
ଆସିଲାଣି
ବୋଲି
।
ରାସ୍ତା
ଦୁଇ
କଡ଼ରେ
ଆକାଶକୁ
ଖେଞ୍ଚୁଥି୍ବା
ଡେଙ୍ଗା
ପଞ୍ଚାଧାର
ପରବତ
।
ପଞ୍ଚାଧାରକୁ
ଲାଗି
କରି
ତାହାରି
ତଳେ,
ରାସ୍ତା
ପାଖରେ
ଠାକୁରଗଡ଼଼
ଗାଁ
।
ସେଠି
ଠିଆହୋଇଥାଏ
ରଜାଘର
ହାତୀ,
ରଜାଘର
କର୍ମଚାରୀ
ତ୍ରିପାଠି
ବାବୁଙ୍କର
ଅପେକ୍ଷାରେ
କାଲିଠୁଁ
।
ଠାକୁରଗଡ଼
ଥାନାଠାରେ
କିଛି
ପୋଲିସି
କର୍ମଚାରୀ
ଅପେକ୍ଷା
କରିଥାଆନ୍ତି
ତାଙ୍କୁ
।
ସେମାନେ
ପରିଚୟ
ପାଇ
ଗାଧୋଇବାର
ବ୍ୟବସ୍ଥା
କରିଦେଲେ
।
ଚାହା
ଜଳଖିଆର
ବ୍ୟବସ୍ଥା
ମଧ୍ୟ
ହୋଇଥିଲା
।
ତ୍ରିପାଠିବାବୁ
ସେତେବେଳେ
ଚାହା
ଖାଉନଥାନ୍ତି
।
କିଛି
ସାମାନ୍ୟ
ଜଳଖିଆ
ପରେ
ଆଠମଲ୍ଲିକ
ଉଦ୍ଦେଶ୍ୟରେ
ହାତୀ
ପିଠିରେ
ବସି
ଯାତ୍ରା
ଦିନ
ଦୁଇଟା
ବେଳେ
ଆରମ୍ଭ
ହେଲା
।
ସେଠୁ
ଆଠମଲ୍ଲିକକୁ
ବାଟ
ପାଖାପାଖି
ଚଉଦ
ମାଇଲି
।
ମଝିରେ
ପଞ୍ଚାଧାର
ପାହାଡ଼
।
ଚାରିପଟେ
ଜଙ୍ଗଲ
।
କେଉଁଠି
କେଉଁଠି
ଗଭୀର
ଖାଇ
।
ରାସ୍ତା
ଚାରିପାଖେ
ପ୍ରକୃତିର
ଲୀଳାକ୍ଷେତ୍ର
– ବିଲ,
ଜଙ୍ଗଲି
ଝରଣା,
ଉନବିଂଶ
ଶତାବ୍ଦୀର
ଇଉରୋପୀୟ
ଲ୍ୟାଣ୍ଡସ୍କେପ୍
କଳାକାର
ଆଙ୍କି
ଦେଇଥିବା
ଭଳି
ଛୋଟ
ଛୋଟ
ପଲ୍ଲୀଗାଁ
।
କେତେବେଳେ
ଆଠମଲ୍ଲିକରେ
ହାତୀ
ପହଞ୍ଚିଗଲାଣି
ବୋଲି
କବିଙ୍କୁ
ଆଉ
ଜଣା
ନାହିଁ
।
ପ୍ରକୃତିରାଣୀର
ମାୟାରେ
ସେ
ସମ୍ପୂର୍ଣ୍ଣ
ଭାବରେ
ଆତ୍ମବିସ୍ମୃତ
।
ହାତୀଆଳ
ହେଇ
ଗଡ଼
ଦିଶିଲାଣି
ବୋଲି
ଡାକ
ଦେବାରୁ
ସ୍ୱପ୍ନ
ଭାଙ୍ଗିଗଲା
କବିଙ୍କର
।
ଠିକ୍
ପାଞ୍ଚଟା
ବେଳେ
ଯାଇ
ହାତୀ
ପହଞ୍ଚିଲା
ହର୍ଯ୍ୟଷ
ବାବୁଙ୍କ
ଦୁଆର
ଆଗରେ
।
ଆଠମଲ୍ଲିକ
ଗଡ଼ରେ
।
No comments:
Post a Comment