Tuesday, August 02, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୩



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଏ ନର ଶରୀର ଏକ ଅପୂର୍ବ ସ୍ୟଦନ
ଚକ୍ଷୁ ଆଦି ପଞ୍ଚ ଅଶ୍ୱ ଏଥିରେ ବାହନ ।

ଜୀବ ରଥୀ,, ପୁଣି ବୁଦ୍ଧି ସାରଥି ଏ ରଥେ 
ଦଉଡ଼ନ୍ତି ଅଶ୍ୱେ ରୂପ ରସ ଆଦି ପଥେ ।

ମନ-ଲଗାମକୁ ଟାଣି ସନ୍ତତ ସାରଥି
ନିରୋଧେ ଚଞ୍ଚଳ ଅଶ୍ୱ ବିଶୃଙ୍ଖଳ ଗତି । (ନ.ଉ. ୧।୩।୧୮)

No comments:

Post a Comment