ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୫ ଓ ୬ ଚିତ୍ତବଗ୍ଗୋ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
୫ ଚିତ୍ତବଗ୍ଗୋ
ଦୂରଙ୍ଗମଂ ଏକଚରଂ ଅସରୀରଂ ଗୁହାସୟଂ ।
ଯେ ଚିତ୍ତଂ ସ ଞ୍ଜ୍ଙମେସ୍ୱନ୍ତି ମୋକ୍ଖନ୍ତି ମାରବନ୍ଧନ ।୫।
ଅଟଇ ଯେ ଦୂରଗାମୀ ଅଶରୀରି ଚିତ୍ତ
ଏକାକୀ ବିଚରେ ହୁଏ ଗୁହାଦେଶେ ସୁପ୍ତ ।
ଏପରି ଚିତ୍ତକୁ ଯିଏ ସଞ୍ଜମ କରିବେ ।
ମାରବନ୍ଧନରୁ ମୁକ୍ତ ସେମାନେ ହୋଇବେ ।୫।
୬ ଚିତ୍ତବଗ୍ଗୋ
ଅନବଟ୍ଠିତଚିତ୍ତସ୍ସ ସଦ୍ଧମ୍ମଂ ଅବିଜାନତୋ ।
ପରିପ୍ଲବପସାଦସ୍ସ ପଞ୍ଜ୍ଙା ନ ପରିପୂରତି ।୬।
ଚିତ୍ତ ଯେଉଁ ନରର ଅଟେ ଅବ୍ୟବସ୍ଥିତ
ସଦ୍ଧର୍ମ ଯେଉଁ ଜନର ଅଟଇ ଅଜ୍ଞାତ ।
ଯାହା ପ୍ରସାଦ ଅଟଇ ଚଞ୍ଚଳ ଅସ୍ଥିର
ପ୍ରଜ୍ଞା ପରିପୂର୍ଣ୍ଣ ହୁଅଇ ନାହିଁ ତାହାର ।୬।
No comments:
Post a Comment