ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ : ଶ୍ଲୋକ ୧୩
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଇନ୍ଦ୍ରିୟ ସକଳ କର ମନ ଅଧିଗତ
ବୁଦ୍ଧି ଶୁଶାସନେ ମନ ରଖିବ ସଞ୍ଜତ ।
ମହତ ହିରଣ୍ୟଗର୍ଭ ଜୀବାତ୍ମା ଶାସନେ,
ନିବେଶିବ ବୁଦ୍ଧି ଯଥା ବିହିତ ନିୟମେ ।
ନିବେଶିବ ଅନ୍ତେ ପୁଣି ଶୁୂଦ୍ଧ ଆତ୍ମାଜ୍ଞାନେ
ଶାନ୍ତ ପରମାତ୍ମା, ତହିଁ ଯତି ଯୋଗଧ୍ୟାନେ ।
ପ୍ରକାଶିବ ତେବେ ଶୁଦ୍ଧ ଜ୍ଞାନ ସୁନିର୍ମଳ
ପବିତ୍ର ଦିଶିବ ଏକ ଆତ୍ମା ଢଳଢଳ ।
ତୁଟିବ ଅଶେଷ ମୋହ ଫୁଟିବ ସଦ୍ଜ୍ଞାନ
ହେବ ନାନାରୂପ କ୍ରିୟା ଚିର ତିରୋଧାନ । (ନ.ଉ. ୧।୧୩। ୨୦-୨୧)
No comments:
Post a Comment