Friday, August 19, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୧୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଉଠ ହେ ମୁମୁକ୍ଷୁ ତେବେ ଜାଗ ହେ ସତ୍ତ୍ୱର
ଚିର ଘୋର ମୋହନିଦ୍ରା ଦୂରେ ପରିହର ।

ବରେଣ୍ୟ ବ୍ରହ୍ମଜ୍ଞ ଗୁରୁ ପଦାଶ୍ରୟେ ଆସି
ପ୍ରବୁଦ୍ଧ ଜାଗ୍ରତ ହୁଅ ହେ ମୋକ୍ଷପ୍ରୟାସି !

କହନ୍ତି ତ୍ରିକାଳଦର୍ଶୀ କ୍ଷୁରଧାର ସମ
ବ୍ରହ୍ମତତ୍ତ୍ୱ ମାର୍ଗ ଏହୁ ଶାଣିତ ଦୁର୍ଗମ ।

ସୁଦୃଢ଼ ସାଧନା ବିନା ଅସାଧ୍ୟ ଅତ୍ୟୟ 
ଉଠ ନର ଜାଗ ଲାଗ ସିଦ୍ଧି ସୁନିଶ୍ଚୟ । (ନ.ଉ. ୧।୩।୨୧)

No comments:

Post a Comment